ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତ ଫେରୁଛି ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣା,ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Published By : Anindita Ratha | April 10, 2025 8:41 AM

ନୂଆଦିଲ୍ଲୀ,୧୦/୦୪: ଆଜି ଭାରତ ଆସିବ  ମୁମ୍ବାଇ ଆତଙ୍କୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହବୁର ରାଣା ।  ଭାରତରେ ପହଞ୍ଚିବା ପରେ ରାଣାକୁ ପ୍ରଥମେ ଦିଲ୍ଲୀର ଏନଆଇଏ କୋର୍ଟରେ ହାଜର କରାଯିବ। ଏଥିସହ ଦିଲ୍ଲୀରେ ତାକୁ ତିହାର ଜେଲରେ ରଖାଯିବ। ପରେ ତାକୁ ନିଜ ହେପାଜତକୁ ନେବା ଲାଗି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଆବେଦନ କରିବ। ଏହି ସମସ୍ତ ପ୍ରକ୍ରିୟାକୁ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଅନୁଧ୍ୟାନ କରୁଛନ୍ତି। ଗତକାଲି ଏକ ସ୍ବତନ୍ତ୍ର ବିମାନରେ ଆମେରିକାରୁ ବାହାରିଥିଲା ତହବୁର। ଯେଉଁ ବିମାନରେ ତହବୁରଙ୍କୁ ଅଣାଯାଉଛି ତାହା ଦିଲ୍ଲୀରେ ଅବତରଣ କରିବ। ଏହି ସମୟରେ, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ଏନେଇ ସ୍ୱାଟ୍ କମାଣ୍ଡୋ ଦଳ ମଧ୍ୟ ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି। ଭାରତରେ ପହଞ୍ଚିବା ମାତ୍ରେ ତାକୁ ବିଧିବଦ୍ଧ ଭାବେ ଏନଆଇଏ ଗିରଫ କରିବ। 

ତେବେ  ଗତ ୨୦୨୦ ଜୁନରେ ରାଣାକୁ ବିଧିବଦ୍ଧ ଗିରଫ କରିବା ଲାଗି ଭାରତ ଆମେରିକାକୁ ଅନୁରୋଧ କରିଥିଲା। ତିନି ଦିନ ତଳେ ପ୍ରତ୍ୟର୍ପଣ ବିରୋଧରେ ରାଣାର ଆବେଦନକୁ ଆମେରିକାର ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହା ପରେ ଭାରତକୁ ଆଣିବାରେ ପଥ ପରିଷ୍କାର ହୋଇଥିଲା। ଏହା ଆଗରୁ ମାର୍ଚ୍ଚରେ ମଧ୍ୟ ତାର ଏକ ଆବେଦନକୁ ଆମେରିକାର ଏକ କୋର୍ଟ ଖାରଜ କରିଥିଲେ। ୬୪ ବର୍ଷୀୟ ତହବୁର ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ । 

ଏହା ମଧ୍ୟ ପଢନ୍ତୁ- ଡବ୍ଲ୍ୟୁଏଚ୍‌ଓର ଚାଞ୍ଚଲ୍ୟକର ରିପୋର୍ଟ: ଭାରତରେ ଦିନକୁ ୫୨ ଗର୍ଭବତୀଙ୍କ ମୃତ୍ୟୁ, ବିଶ୍ୱରେ ୨ ମିନିଟରେ ଯାଉଛି ଜଣଙ୍କ ଜୀବନ

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ତହବୁର ରାଣା ଜଣେ। ସେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବାରେ ପାକିସ୍ତାନୀ ଆତଙ୍କବାଦୀ ଡେଭିଡ୍ କୋଲମ୍ୟାନ୍ ହେଡଲିକୁ ସାହାଯ୍ୟ କରିଥିଲା। ହେଡଲି ପୂର୍ବରୁ ଆମେରିକାରେ ସଜା କାଟୁଛି। ପ୍ରକାଶ ଥାଉକି, ୨୦୦୮ ମସିହା ନଭେମ୍ବର ୨୬ ତାରିଖ ଦିନ  ମୁମ୍ବାଇ ଦେଖିଥିଲା ଆତଙ୍କୀ ଆକ୍ରମଣ । ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ନୀରିହ ଲୋକ ।  ତାଜ ହୋଟେଲ, ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଓ ରେଳ ଷ୍ଟେସନରେ ଆତଙ୍କୀ ଆକ୍ରମଣ କରିଥିଲେ। ଯେଉଁଥିରେ ୧୬୪ ଜଣ ଆଖି ବୁଜିଥିଲେ । ଛତ୍ରପତି ଶିବାଜୀ ଟର୍ମିନାଲରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଆତଙ୍କୀ ଅଜମଲ ଆମିର କସାବ ସହ ଇସମାଇଲ ଖାନ ମିଶି ଏହି ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହାର ଅନ୍ୟତମ ଅଭିଯୁକ୍ତ ଥିଲା ତହବୁର ରାଣା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.