ନୂଆଦିଲ୍ଲୀ,୩୦/୦୭: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେନା ଦ୍ୱାରା ଆରମ୍ଭ କରାଯାଇଥିବା 'ଅପରେସନ୍ ମହାଦେବ' ଆତଙ୍କବାଦୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଆଜି ପୁଞ୍ଛ ଜିଲ୍ଲାରେ ୨ ଆତଙ୍କୀ ନିହତ ହୋଇଛନ୍ତି।
ପାକିସ୍ତାନୀ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ବୁଧବାର ଜମ୍ମୁ ଓ କାଶ୍ମୀରର ପୁଞ୍ଛ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଅନୁପ୍ରବେଶ ପ୍ରୟାସ କରିଥିଲେ । ହେଲା ସୁରକ୍ଷାବଳ ଏହାକୁ ବିଫଳ କରି ଦୁଇ ଆତଙ୍କୀ ନିହତ କରିଛି । ପୁଞ୍ଛର ଜିଲ୍ଲାର ଦେଘଓ୍ଵାର ସେକ୍ଟରରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀରରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସେନା ସେମାନଙ୍କୁ ଗୁଳି କରିଥିଲା । ପ୍ରକାଶ ଥାଉକି, ଜମ୍ମୁ-କାଶ୍ମୀରରେ ତିନି ଦିନ ମଧ୍ୟରେ ଏହା ଦ୍ୱିତୀୟ ଏନକାଉଣ୍ଟର । ଜୁଲାଇ ୨୮ରେ ଶ୍ରୀନଗରରେ ବଡ଼ ଧରଣର ଏନକାଉଣ୍ଟର ହୋଇଥିଲା। ଦାଚିଗାମ ଜାତୀୟ ଉଦ୍ୟାନ ନିକଟରେ ପହଲଗାମ ଆଟାକ୍ ମାଷ୍ଟରମାଇଣ୍ଡ ସମେତ ୩ ଆତଙ୍କୀଙ୍କୁ ମାରିଥିଲେ ଯବାନ । ସେମାନେ ହେଲ ହାସିମ ମୁସା, ଜିବ୍ରାନ ଏବଂ ହମଜା ଆଫଗାନୀ ଥିଲା।