ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Pahalgam Attack: ଏବେ ବି କଶ୍ମୀରରେ ଲୁଚି ରହିଛନ୍ତି ଆତଙ୍କୀ; ସୂଚନା ଦେଲା ଏନଆଇଏ

Published By : Bijay Swain | May 1, 2025 5:03 PM

ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣରେ ଏନଆଇଏକୁ ମିଳିଲା ବଡ ସଫଳତା। ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ସୂତ୍ରରୁ ଜଣାପଡ଼ିଛି ଯେ ଏହି ଆକ୍ରମଣ ଘଟାଇଥିବା ଆତଙ୍କୀମାନେ ଏବେ ବି ଦକ୍ଷିଣ କଶ୍ମୀରରେ ଲୁଚି ରହିଛନ୍ତି। ସେମାନେ ଆଗୁଆ ପ୍ରସ୍ତୁତ ରହିବା ସହ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ନେଇ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ନିଜ ଅପରେସନ ଜାରି ରଖିଛନ୍ତି।

ପହଲଗାମର ବୈସରଣ ଉପତ୍ୟକାରେ ଘଟିଥିବା ଏହି ଆକ୍ରମଣ ସଂପୂର୍ଣ୍ଣ ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଚାରି ଜଣ ଆତଙ୍କୀ ସାମିଲ ଥିଲେ। ଯେଉଁମାନଙ୍କ ମଧ୍ୟରୁ ତିନି ଜଣ ବିଦେଶୀ ଓ ଜଣେ ସ୍ଥାନୀୟ ଲସ୍କର-ଏ-ତୋଇବାର ସଦସ୍ୟ ଆଦିଲ ଥୋକର ଥିଲେ ବୋଲି ଜଣା ପଡିଛି। ଆତଙ୍କୀ ମାନେ AK-47 ଓ M4 ରାଇଫଲ ବ୍ୟବହାର କରି ପର୍ଯ୍ୟଟକଙ୍କ ଉପରେ ଗୁଳି ବର୍ଷା କରିଥିଲେ। ଆକ୍ରମଣ ପୂର୍ବରୁ ସେମାନେ ପର୍ଯ୍ୟଟକଙ୍କୁ ସେମାନେ ହିନ୍ଦୁ ଓ ମୁସଲମାନ ବୋଲି ପଚାରିବା ସହ କଲମା ପଢ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟକଙ୍କ ମଧ୍ୟରେ ସଂଖ୍ୟାଧିକ ହିନ୍ଦୁ ଥିବାରୁ ଆତଙ୍କୀମାନେ ସେମାନଙ୍କ ଉପରେ ଆଖିବୁଜା ଗୁଳିବର୍ଷଣ କରିଥିଲେ।

ଏନଆଇଏ ତଦନ୍ତରୁ ଜଣାପଡ଼ିଛି ଯେ ଆତଙ୍କୀମାନେ ଏପ୍ରିଲ ୧୫ରେ ପହଲଗାମ ସମେତ ତିନୋଟି ସ୍ଥାନରେ ରେକି କରିଥିଲେ। ସେମାନେ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥାର ମଧ୍ୟ ବ୍ୟବହାର କରୁଛନ୍ତି। ଯେଉଁଥିରେ ସିମ୍ କାର୍ଡ ବିନା ସୁରକ୍ଷିତ ଯୋଗାଯୋଗ ସମ୍ଭବ ହୋଇପାରିଛି। ଏନଆଇଏ ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଜେରା କରିଛି, ୧୫ ଜଣଙ୍କୁ ନିରୀକ୍ଷଣ କରିବା ସହ ବିଭିନ୍ନ ସ୍ଥାନରେ ଚଢଉ କରି ସନ୍ଦିଗ୍ଧ ଓଭରଗ୍ରାଉଣ୍ଡ କର୍ମୀଙ୍କଠାରୁ ପ୍ରମାଣ ଜବତ କରିବାରେ ଲାଗିଛି। ଜଣେ ସ୍ଥାନୀୟ ଫଟୋଗ୍ରାଫରଙ୍କ ଭିଡିଓ ଓ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ସୈନ୍ୟ ଅଧିକାରୀଙ୍କ ସାକ୍ଷ୍ୟ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନେଇଛି।

ଆକ୍ରମଣ ପରେ ସୁରକ୍ଷା ବାହିନୀ ଦକ୍ଷିଣ କଶ୍ମୀରରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରଖିଛି। ଅନନ୍ତନାଗ ଅଞ୍ଚଳରେ ଥିବା ଜଙ୍ଗଲ ଓ ଗୁମ୍ଫାଗୁଡ଼ିକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରୁଛନ୍ତି। କଶ୍ମୀରରେ ଥିବା ୪୮ଟି ପର୍ଯ୍ୟଟନ ସ୍ଥଳୀକୁ ଅସ୍ଥାୟି ଭାବେ ବନ୍ଦ କରାଯାଇଛି।

ଏହି ଆକ୍ରମଣକରେ ଲସ୍କର-ଏ-ତୋଇବା ଓ ଦି ରେସିଷ୍ଟାନ୍ସ ଫ୍ରଣ୍ଟ ଜଡ଼ିତ ଥିବାରୁ ବିଭିନ୍ନ ଆନ୍ତର୍ଜାତୀୟ ସମୁଦାୟ ଏହାର ନିନ୍ଦା କରିଛନ୍ତି। ଭାରତ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିଛି। ଯେଉଁଥିରେ ଇଣ୍ଡସ ଜଳ ଚୁକ୍ତି ସ୍ଥଗିତ ଓ ସୀମାନ୍ତ ବନ୍ଦ କରିବା ନିଷ୍ପତି କାର୍ଯ୍ୟକାରୀ କରାଯାଇଛି। ତେବେ ପାକିସ୍ତାନ ଏହି ଆକ୍ରମଣରେ ସମ୍ପୃକ୍ତି ଥିବା ନେଇ ଅସ୍ୱୀକାର କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆକ୍ରମଣକୁ ନିନ୍ଦା କରି ଦୋଷୀମାନଙ୍କୁ ଶାସ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ ଡାକି ସୁରକ୍ଷା ବାହିନୀକୁ ଆକ୍ସନ ନେବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.