ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମୁମ୍ବାଇ, ପୁନେରେ ଟେସ୍‌ଲାର ନିଯୁକ୍ତି ଆରମ୍ଭ,୨୦ ପଦବୀରେ ନିଯୁକ୍ତି ସୁଯୋଗ

Published By : Prameya | March 6, 2025 12:08 PM

ନୂଆଦିଲ୍ଲୀ,୦୬/୦୩: ଅରବପତି ଏଲନ ମସ୍କଙ୍କ  କମ୍ପାନି ଟେସ୍‌ଲା ମୁମ୍ବାଇ ଏବଂ ପୁନେରେ ଆରମ୍ଭ କରିଛି ନିଯୁକ୍ତି ପ୍ରକ୍ରିୟା । ମହାରାଷ୍ଟ୍ରରେ କମ୍ପାନି ୨୦ ପଦବୀ ଲାଗି  ନିଯୁକ୍ତି କରିବ । ଏହା ମଧ୍ୟରେ ମୁମ୍ବାଇରେ ୧୫ ଏବଂ ପୁନେ  ଲାଗି ୫ଟି ପଦବୀ ରହିଛି । ଟେସଲା ଭାରତରେ ପୁନେରେ  ଏହାର ପ୍ରଥମ ସୋରୁମ ଖୋଲିଛି । 

ପୁନେ ଏବେ ଦ୍ରୁତ ଭାବେ ଅଟୋମୋଟିଭ ହବ୍‌ ଭାବେ ବିକଶିତ ହେଉଛି। ଏଠାରେ ମର୍ସିଡିଜ ବେଞ୍ଜ ଏବଂ ଟାଟା ମୋଟର୍ସ ଭଳି ବଡ ବଡ କମ୍ପାନି ରହିଛନ୍ତି । ଏହି କାରଣ ଲାଗି ପୁନେ ଟେସଲା ଲାଗି ଏକ ଷ୍ଟ୍ରାଟେଜିକ  ସ୍ଥାନ ଭାବେ ଉଭା ହୋଇଛି । ଆଗାମି ଦିନରେ କମ୍ପାନି ଭାରତରେ ଏହାର  ମାନୁଫାକଚରିଂ ୟୁନିଟ ବସାଇବାକୁ ଯାଉଛି । ଚାକନ ଏବଂ ଚିଖଲୀ ଭଳି ସ୍ଥାନ ଗୁଡିକରେ ଏହି ପ୍ଲାଣ୍ଟ  ଆସୁ ବୋଲି ସରକାରୀ ଅଧିକାରୀ ମାନେ ଟେସଲାକୁ ପ୍ରସ୍ତାବ  ଦେଇଛନ୍ତି । ମୁମ୍ବାଇର ବିକେସିରେ କମ୍ପାନି ଏହାର ପ୍ରଥମ  ସୋରୁମ ଖୋଲିବ ବୋଲି ନିକଟରେ ମିଡ଼ିଆରେ ରିପୋର୍ଟ  ଆସିଥିଲା । କମ୍ପାନି ନିକଟରେ ଏଥିଲାଗି ଡିଲ୍‌ ଫାଇନାଲ  କରିଛି । ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ କମର୍ସିଆଲ ଟାୱାରରେ କମ୍ପାନି  ଏଥିଲାଗି ୪ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ନେଇଛି ।  କମ୍ପାନି ଆଗାମି ଦିନରେ ଦିଲ୍ଲୀରେ ଏହାର ନୂଆ ସୋରୁମ  ଖୋଲିବାର ଢ଼େର ସମ୍ଭାବନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.