ନୂଆଦିଲ୍ଲୀ,୦୬/୦୩: ଅରବପତି ଏଲନ ମସ୍କଙ୍କ  କମ୍ପାନି ଟେସ୍‌ଲା ମୁମ୍ବାଇ ଏବଂ ପୁନେରେ ଆରମ୍ଭ କରିଛି ନିଯୁକ୍ତି ପ୍ରକ୍ରିୟା । ମହାରାଷ୍ଟ୍ରରେ କମ୍ପାନି ୨୦ ପଦବୀ ଲାଗି  ନିଯୁକ୍ତି କରିବ । ଏହା ମଧ୍ୟରେ ମୁମ୍ବାଇରେ ୧୫ ଏବଂ ପୁନେ  ଲାଗି ୫ଟି ପଦବୀ ରହିଛି । ଟେସଲା ଭାରତରେ ପୁନେରେ  ଏହାର ପ୍ରଥମ ସୋରୁମ ଖୋଲିଛି । 

ପୁନେ ଏବେ ଦ୍ରୁତ ଭାବେ ଅଟୋମୋଟିଭ ହବ୍‌ ଭାବେ ବିକଶିତ ହେଉଛି। ଏଠାରେ ମର୍ସିଡିଜ ବେଞ୍ଜ ଏବଂ ଟାଟା ମୋଟର୍ସ ଭଳି ବଡ ବଡ କମ୍ପାନି ରହିଛନ୍ତି । ଏହି କାରଣ ଲାଗି ପୁନେ ଟେସଲା ଲାଗି ଏକ ଷ୍ଟ୍ରାଟେଜିକ  ସ୍ଥାନ ଭାବେ ଉଭା ହୋଇଛି । ଆଗାମି ଦିନରେ କମ୍ପାନି ଭାରତରେ ଏହାର  ମାନୁଫାକଚରିଂ ୟୁନିଟ ବସାଇବାକୁ ଯାଉଛି । ଚାକନ ଏବଂ ଚିଖଲୀ ଭଳି ସ୍ଥାନ ଗୁଡିକରେ ଏହି ପ୍ଲାଣ୍ଟ  ଆସୁ ବୋଲି ସରକାରୀ ଅଧିକାରୀ ମାନେ ଟେସଲାକୁ ପ୍ରସ୍ତାବ  ଦେଇଛନ୍ତି । ମୁମ୍ବାଇର ବିକେସିରେ କମ୍ପାନି ଏହାର ପ୍ରଥମ  ସୋରୁମ ଖୋଲିବ ବୋଲି ନିକଟରେ ମିଡ଼ିଆରେ ରିପୋର୍ଟ  ଆସିଥିଲା । କମ୍ପାନି ନିକଟରେ ଏଥିଲାଗି ଡିଲ୍‌ ଫାଇନାଲ  କରିଛି । ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ କମର୍ସିଆଲ ଟାୱାରରେ କମ୍ପାନି  ଏଥିଲାଗି ୪ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ନେଇଛି ।  କମ୍ପାନି ଆଗାମି ଦିନରେ ଦିଲ୍ଲୀରେ ଏହାର ନୂଆ ସୋରୁମ  ଖୋଲିବାର ଢ଼େର ସମ୍ଭାବନା ରହିଛି ।