ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ମୋଦିଙ୍କ କଥା ରଖିଲେ ମସ୍କ; ଭାରତରେ ଏଣ୍ଟ୍ରୀ କରିବ ଟେସ୍‌ଲା , ହେବ ନିଯୁକ୍ତି ବର୍ଷା

Published By : Ankita S | February 19, 2025 9:36 AM

ନୂଆଦିଲ୍ଲୀ,୧୯/୦୨: ସାକ୍ଷାତକାର ହେଲା ସଫଳ । ପିଏମ୍ ମୋଦିଙ୍କ କଥା ରଖିଲେ ଏଲନ୍ ମସ୍କ । ଏବେ ବଦଳିବ ସ୍ଥିତି । ହେବ ନିଯୁକ୍ତି ବର୍ଷା ।  ଖୁବଶୀଘ୍ର ଭାରତରେ ଏଣ୍ଟ୍ରୀ ମାରିପାରେ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍‌ ଯାନ କମ୍ପାନି ଟେସ୍‌ଲା । ଏ ନେଇ କମ୍ପାନି ପକ୍ଷରୁ ଦେଶରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଟେସ୍‌ଲା ଖୁବ୍‌ଶୀଘ୍ର ଭାରତ ବଜାରରେ ପାଦ ରଖିବା ନେଇ ସଙ୍କେତ ମିଳିଛି । ଫେବ୍ରୁଆରୀ ୧୭ରେ କମ୍ପାନି ଲିଙ୍କ୍‌ଡଇନ୍‌ରେ ୧୩ଟି ପଦ ପାଇଁ ଆବେଦନ ଆହ୍ୱାନ କରିଛି । ଏଥିରେ ଗ୍ରାହକ ସେବା ଏବଂ ବ୍ୟାକ୍‌ଏଣ୍ଡ୍‌ ଅପରେଶନ୍‌ ସହ ଜଡ଼ିତ ୧୩ଟି ପଦ ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆମେରିକା ଗସ୍ତ କାଳରେ ଟେସ୍‌ଲା ସିଇଓ ଏଲନ୍ ମସ୍କଙ୍କୁ ଭେଟିଥିଲେ । ଟେସ୍‌ଲା ଏବଂ ଭାରତ ସରକାରଙ୍କ ମଧ୍ୟରେ ଅନେକ ବର୍ଷ ଧରି ଆଲୋଚନା ଚାଲିଛି । କିନ୍ତୁ ଅଧିକ ଆମଦାନି ଶୁଳ୍କ କାରଣରୁ ଟେସ୍‌ଲା ଭାରତ ବଜାରରୁ ଦୂରେଇ ରହିଆସିଛି ।

ଅଧିକ ପଢନ୍ତୁ...ଦୁନିଆର ସବୁଠୁ ସ୍ମାର୍ଟ AI Grok 3 ଲଞ୍ଚ; DeepSeekକୁ ଦେବ ଟକ୍କର

ଭାରତ ଏବେ ୪୦,୦୦୦ ଡଲାର (ପାଖାପାଖି ୩୫ ଲକ୍ଷ ଟଙ୍କା)ରୁ ଅଧିକ ମୂଲ୍ୟଯୁକ୍ତ କାରଗୁଡ଼ିକ ଉପରେ ଆମଦାନି ଶୁଳ୍କ ୧୧୦%ରୁ କମାଇ ୭୦% କରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟେସ୍‌ଲା ଭାରତରେ ଏହାର ପ୍ଲାଣ୍ଟ ବସାଇବା ପାଇଁ ବି ପ୍ରସ୍ତୁତି କରୁଛି । କମ୍ପାନି ଏବେ ଜମି ସନ୍ଧାନରେ ଅଛି । ଅଟୋମୋଟିଭ୍‌ ହବ୍‌ ଯୁକ୍ତ ରାଜ୍ୟରେ ପ୍ଲାଣ୍ଟ ସ୍ଥାପନ କରିବାକୁ କମ୍ପାନି ଚାହୁଁଥିବା ଜଣାପଡ଼ିଛି । 

ଏହାର ପ୍ରାଥମିକତା ତାଲିକାରେ ମହାରାଷ୍ଟ୍ର, ଗୁଜରାଟ ଏବଂ ତାମିଲ୍‌ନାଡୁ ରହିଛି । ବର୍ତ୍ତମାନ ଟେସ୍‌ଲାର ମାର୍କେଟ୍‌ କ୍ୟାପ୍‌ ପ୍ରାୟ ୧.୧୨ ଲକ୍ଷ କୋଟି ଡଲାର(୯୭.୩୭ ଲକ୍ଷ କୋଟି ଟଙ୍କା) ରହିଛି । ଏହାର ସେୟାର ମୂଲ୍ୟ ୩୫୫.୮୪ ଡଲାର ଅଛି । ଗତ ବର୍ଷକରେ ଟେସ୍‌ଲାର ସେୟାର ୮୩.୬୫% ରିଟର୍ଣ୍ଣ ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.