ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଗଣେଶ ପୂଜାରେ ପୁଣି ଏକାଠି ହେଲେ ଠାକରେ ବ୍ରଦର୍ସ, ରାଜଙ୍କ ଘରେ ସପରିବାରେ ପହଞ୍ଚିଲେ ଉଦ୍ଧବ

Published By : Tapas Panda | August 27, 2025 5:44 PM

Image Courtesy: tv9hindi

ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥୀ ପାଳନ କରାଯାଉଛି । ଲୋକମାନେ ଏହି ପର୍ବକୁ ବଡ଼ ଧୁମଧାମରେ ପଳନ କରୁଛନ୍ତି । ସେହିଭଳି ମହାରାଷ୍ଟ୍ରରେ ଠାକରେ ବ୍ରଦର୍ସ ଏକାଠି ଗଣେଶ ଚତୁର୍ଥୀ ପାଳନ କରିଛନ୍ତି ।  ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ନିଜ ପରିବାର ସହିତ ତାଙ୍କ ଭାଇ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍‌) ମୁଖ୍ୟ ରାଜ ଠାକରେଙ୍କ ବାସଭବନ 'ଶିବତୀର୍ଥ'କୁ ଯାଇଥିଲେ।  ରାଜ ଠାକରେ ପ୍ରତିବର୍ଷ ସହରର ଦାଦର ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଭଗବାନ ଗଣେଶଙ୍କ ପୂଜା କରନ୍ତି । ଶିବସେନା ନେତା ଆଦିତ୍ୟ ଠାକରେ ଏବଂ ତାଙ୍କ ମାଆ ରଶ୍ମି ମଧ୍ୟ ଉଦ୍ଧବଙ୍କ ସହିତ ରାଜ ଠାକରେଙ୍କ ଘରକୁ ଯାଇଥିଲେ ଏବଂ ପରିବାର ସହିତ ଶ୍ରୀ ଗଣେଶଙ୍କୁ ଦର୍ଶନ କରିଥିଲେ। 

ମୁମ୍ବାଇରେ ବିଏମସି ନିର୍ବାଚନ ପୂର୍ବରୁ ରାଜ ଠାକରେଙ୍କ ଘରକୁ ଉଦ୍ଧବ ଯିବା ଘଟଣା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଉଭୟ ପରିବାର ପ୍ରାୟ ୨ ଘଣ୍ଟା ଧରି ଏକାଠି ରହିଥିଲେ। ପ୍ରାୟ ୨୨ ବର୍ଷ ପରେ ଉଦ୍ଧବ, ରାଜ ଠାକରେଙ୍କ ଘରକୁ ଯାଇଥିଲେ । ଉଭୟ ପରିବାର ଏକାଠି ଗଣେଶ ଉତ୍ସବ ପାଳନ କରିଥିଲେ । ଏହି ସମୟରେ ଉଭୟ ନେତା ସେମାନଙ୍କ ଜେଜେବାପା ପ୍ରବୋଧନକର ଠାକରେ ଏବଂ ବାଲାସାହେବ ଠାକରେଙ୍କ ଫଟୋ ସାମ୍ନାରେ ଠିଆ ହୋଇ ଫଟୋ ମଧ୍ୟ ଉଠାଇଥିଲେ । ଦୁଇ ଭାଇଙ୍କ ସାକ୍ଷାତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । 

ଗତ ତିନି ମାସ ମଧ୍ୟରେ ତୃତୀୟ ଥର ପାଇଁ ଦୁଇ ଭାଇ ଏକାଠି ହୋଇଥିଲେ । ପୂର୍ବରୁ ମରାଠୀ ଭାଷା ବିବାଦ ସମୟରେ ଉଦ୍ଧବ ଠାକରେ ଏବଂ ରାଜ ଠାକରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ଉଦ୍ଧବ ଠାକରେଙ୍କ ଜନ୍ମଦିନ ଅବସରରେ ମାତୋଶ୍ରୀ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ  ରାଜ ଠାକରେ । ମାତୋଶ୍ରୀରେ ପହଞ୍ଚିବା ପରେ ଶିବସେନା ସମର୍ଥକମାନେ ରାଜଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଉଭୟ ଭାଇ ବାଲାସାହେବ ଠାକରେଙ୍କ ଫଟୋ ସାମ୍ନାରେ ଫଟୋ ଉଠାଇଥିଲେ । ଆଗାମୀ ବିଏମସି ନିର୍ବାଚନରେ ଉଭୟ ଭାଇ ରାଜ ଏବଂ ଉଦ୍ଧବ ଏକାଠି ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି । କିନ୍ତୁ ପରିବାର ଭାବରେ ଏକାଠି ହୋଇଥିବା ଭାଇମାନେ ଏପର୍ଯ୍ୟନ୍ତ ନିର୍ବାଚନୀ ରାଜନୀତିରେ ଏକାଠି ହେବା ବିଷୟରେ କୌଣସି ଘୋଷଣା କରିନାହାନ୍ତି।

 ସେହିପରି ୟୁବିଟି ନେତା ଏବଂ ବିଧାୟକ ମହେଶ ସାୱନ୍ତ କହିଛନ୍ତି ଯେ, ଏହା ଏକ ପାରିବାରିକ ବୈଠକ ଥିଲା ଏବଂ ଏହାକୁ ରାଜନୀତିର ଦୃଷ୍ଟିକୋଣରୁ ଦେଖାଯିବା ଉଚିତ୍ ନୁହେଁ। ଉଭୟ ଭାଇ ଏକାଠି ଅଛନ୍ତି ଏହା ଖୁସିର କଥା । କିନ୍ତୁ ଉଭୟ ନେତା ନିର୍ବାଚନୀ ରାଜନୀତିରେ ଏକାଠି ହେବା ବିଷୟରେ ନିଷ୍ପତ୍ତି ନେବେ । କିନ୍ତୁ ଆମର ଇଚ୍ଛା ହେଉଛି, ସେମାନେ ଏକାଠି ହୁଅନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.