ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାଗ୍ୟ ବଦଳାଇ ଦେଲା ରୁଷ୍‌ ଫଟୋଗ୍ରାଫରଙ୍କ ସହ ସାକ୍ଷାତ, ଥାଇଲାଣ୍ଡର ଝାଡୁଦାର ଏବେ ମଡେଲ

Published By : Prameya | April 7, 2025 2:46 PM

ନୂଆଦିଲ୍ଲୀ ୦୭/୦୪:  ସମୟ ସମୟରେ ଗୋଟିଏ ଗୋଟିଏ ଛୋଟ ଘଟଣା ମଣିଷର ଭାଗ୍ୟକୁ ବଦଳାଇ ଦେଇଥାଏ । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିବା ନୋପାଜିତ୍‌ ‘ମିନ୍‌’ ସୋମବୁନସତେଙ୍କ କ୍ଷେତ୍ରରେ ଏହି କଥାଟି ସତ୍ୟରେ ପରିଣତ ହୋଇଛି । ରୁଷ୍‌ର ଜଣେ ଫଟୋଗ୍ରାଫର ତାଙ୍କର କିଛି ଫଟୋ ଉଠାଇବା ପରେ ସେ ନିଜ ଦେଶରେ ରାତାରାତି ସେନସେସନ୍‌ ପାଲଟି ଯାଇଛନ୍ତି । ତାଙ୍କୁ ଅନେକଗୁଡ଼ିଏ ପ୍ରତିଷ୍ଠିତ ମଡେଲିଂ ଏଜେନ୍ସିରୁ ମଡେଲିଂ ଅଫର୍‌ ମିଳିଛି । 

୨୮ ବର୍ଷୀୟା ମିନ୍‌ ଜଣେ ଏକାକୀ ମା’ ହୋଇଥିବାବେଳେ ବିଗତ ବର୍ଷେ ହେଲା ଏହି ବୃତ୍ତିକୁ ଗ୍ରହଣ କରିନେଇଥିଲେ । ଗତମାସ ୧୪ରେ ବ୍ୟାଙ୍କକ୍‌ର ଏକ ରାସ୍ତାରେ ସେ ଝାଡୁମାରୁଥିବାବେଳେ ରୁଷ୍‌ର ଫଟୋଗ୍ରାଫର ସିମ୍ୟୋନ୍‌ ରେଜଚିକୋଭ୍‌ ତାଙ୍କୁ ଦେଖିଥିଲେ । ମିନ୍‌ଙ୍କର ସୌନ୍ଦର୍ଯ୍ୟ ତାଙ୍କୁ ଏତେ ବିମୋହିତ କଲା ଯେ ସେ ଦୂରରୁ ଥାଇ ତାଙ୍କର କିଛି ଫଟୋ ଉଠାଇଲେ । ପରବର୍ତ୍ତୀ ସମୟରେ ରେଜଚିକୋଭ୍‌ ମିନ୍‌ଙ୍କୁ ତାଙ୍କର ଫଟୋସବୁ ଦେଖାଇଥିଲେ । ତାଙ୍କର ଅନନ୍ୟ ସୁନ୍ଦରତାକୁ ପ୍ରଶଂସା ବି କରିଥିଲେ । ନିଜ ଫଟୋ ଦେଖି ଖୁବ୍‌ ଖୁସି ହୋଇଯାଇଥିଲେ ମିନ୍‌ । 

ଏହି ସମୁଦାୟ ଘଟଣାକ୍ରମକୁ ରେଜଚିକୋଭ୍‌ ତାଙ୍କ କ୍ୟାମେରା ଲେନ୍ସରେ କଏଦ କରିଥିବାବେଳେ ତାକୁ ଟିକ୍‌ଟକ୍‌ରେ ପୋଷ୍ଟ କରିଥିଲେ । ସେହି ଭିଡିଓଟି ଭାଇରାଲ୍‌ ହୋଇଯାଇଥିଲା । ଇତିମଧ୍ୟରେ ମିନ୍‌ଙ୍କୁ ଥାଇଲାଣ୍ଡର ମେକଅପ୍‌ ଆର୍ଟିଷ୍ଟ ନୋଙ୍ଗ୍‌ ଚାଟ୍‌ ମାଗଣା ମେକ୍‌ଓଭର ସେସନ୍‌ରେ ଭାଗ ନେବାକୁ ଆମନ୍ତ୍ରଣ କରିଥିଲେ । ନୋଙ୍ଗ୍‌ ଚାଟ୍‌ଙ୍କ ଉତ୍ତୋଳିତ ମିନ୍‌ଙ୍କ ସେହି ପ୍ରଫେସନାଲ୍‌ ଫଟୋ ପୁଣି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ପରବର୍ତ୍ତୀ ସମୟରେ ନୋଙ୍ଗଙ୍କର କସ୍‌ମେଟିକ୍‌ ବ୍ରାଣ୍ଡ ଲାଗି ମଡେଲ୍‌ ସାଜିଥିଲେ ମିନ୍‌ । ତାକୁ ଦେଖି ଅନ୍ୟ ବ୍ରାଣ୍ଡ ଓ ମାର୍କେଟିଂ ଏଜେନ୍ସି ତାଙ୍କ ସହ ଯୋଗାଯୋଗ କଲେ । ନିଜର ନୂଆ କ୍ୟାରିୟର ଉପରେ ଫୋକସ୍‌ କରିବାକୁ ମିନ୍‌ ଏବେ ଝାଡୁଦାର ଚାକିରି ଛାଡି଼ଥିବା ଘୋଷଣା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.