ନୟାଗଡ଼, ୧୨।୯: ଠାକୁରାଣୀଙ୍କ ଜାଗା ଜବର ଦଖଲ କରିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଭାଲିଆଡିହି ପଞ୍ଚାୟତ ଜାମୁସାହି ଗ୍ରାମରେ ଥିବା ମା’ କଜଳାଇ ଠାକୁରାଣୀଙ୍କ ଜାଗା ଜଣେ ବ୍ୟକ୍ତି ମାଡ଼ି ବସିଛନ୍ତି । ଗାଁର ବାବୁଲା ନାୟକ ଜୋର ଜବରଦସ୍ତ ସେହି ଜାଗାରେ ଘର ନର୍ମାଣ କରୁଛନ୍ତି । ଗ୍ରାମବାସୀ ଏହାକୁ ବିରୋଧ କରିବା ପରେ ବି ବାବୁଲା କାହାରି କଥା ଶୁଣୁନଥିବା ଗ୍ରାମବାସୀ ଏନେଇ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଶରଣକୁଳ ଥାନାରେ ଅଭିଯୋଗ କରିବା ପର ମଧ୍ୟ କୌଣସି ସୁଫଳ ମିଳିଲାନଥିଲା । ଶେଷରେ ଶୁକ୍ରବାର ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ଠାକୁରାଣୀଙ୍କ ଜାଗାରେ ନିର୍ମାଣ ହେଉଥିବା ଘରକୁ ବନ୍ଦ କରାଯିବାକୁ ଦାବି କରିଛନ୍ତି ।