ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦୁନିଆରେ ସବୁଠୁ ବଡ଼ ଧରଣର ଚୋରି, ନେଇଗଲେ ୧୩ ହଜାର କୋଟି

Published By : Krishna Priya | February 24, 2025 9:31 AM

ନୂଆଦିଲ୍ଲୀ ୨୪/୦୨: କ୍ରିପ୍ଟୋ ଦୁନିଆରେ ସବୁଠୁ ବଡ଼ ଧରଣର ଚୋରି ସାମ୍ନାକୁ ଆସିଛି । କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ (ବାଏବିଟ୍‌)ରୁ ୧.୫ ବିଲିୟନ ଡଲାର (୧୩ ହଜାର କୋଟି)ର ଡିଜିଟାଲ କରେନ୍ସି ଗାଏବ ହୋଇଯାଇଛି । ଏହା ପୂର୍ବରୁ ଭାରତୀୟ କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ ୱାଜିରଏକ୍ସରୁ ୨ ହଜାର କୋଟି ଟଙ୍କା ଚୋରି ହୋଇଥିଲା । ବାଏବିଟ୍‌ର ସିଇଓ ବେନ୍‌ ଝାଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଯୋଗେ ଏ ନେଇ ସୂଚନା ଦେଇଛନ୍ତି । ବାଏବିଟ୍‌ର ଏକ ଅଫ୍‌ଲାଇନ ଇଥେରିୟମ ୱାଲେଟ୍‌ ଉପରେ ହ୍ୟାକର କବ୍‌ଜା କରି ନେଇଛନ୍ତି । 

ଏହା ପରେ ଅନେକ ଥର ଟ୍ରାଞ୍ଜକସନ ଦ୍ୱାରା ଅର୍ଥକୁ ଚୋରି କରାଯାଇଛି । ଏକାଧିକ ଆକାଉଣ୍ଟକୁ ତ୍ୱରିତ ଭିତ୍ତିରେ ଏହି ଅର୍ଥ ପଠାଇବା ପରେ ଉଠାଣ କରାଯାଇଛି । ବିଟ୍‌ କଏନ ପରେ ଇଥେରିୟମ ଦୁନିଆର ଦ୍ୱିତୀୟ ମହଙ୍ଗା କ୍ରିପ୍ଟୋ କରେନ୍ସି ଭାବେ ଉଭା ହୋଇଛି । ବେନ୍‌ ଝାଓ ଏହା ମଧ୍ୟ କହିଛନ୍ତି ଯେ, ବାଏ ବିଟ୍‌ ହଟ୍‌ ୱାଲେଟ, ୱାର୍ମ ୱାଲେଟ ଏବଂ ଅନ୍ୟ ସମସ୍ତ ଅଫ୍‌ ଲାଇନ୍‌ ୱାଲେଟ୍‌ ସୁରକ୍ଷିତ ରହିଛି । ଅର୍ଥ ଉଠାଣ କାମ ମଧ୍ୟ ସ୍ୱାଭାବିକ ରହିଛି । ଏହି କ୍ରିପ୍ଟୋ କରେନ୍ସିର ସାରା ବିଶ୍ୱରେ ୬ କୋଟି ୟୁଜର ରହିଛନ୍ତି । ଏହି ଚୋରି ପରେ ଏବେ କମ୍ପାନିର ୟୁଜରଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଛି ।

କମ୍ପାନି ଉପରେ ଦେବାଳିଆ କଳାବାଦଲ ଆସିଥିବା ମଧ୍ୟ ଅନେକେ କହିଛନ୍ତି । ଏହି ଭୟରେ ଲୋକେ ସେମାନଙ୍କ ଅର୍ଥ ଉଠାଣ କରୁଛନ୍ତି । ପ୍ରାୟ ୩.୫ ଲକ୍ଷ ଲୋକ ସେମାନଙ୍କ ଅର୍ଥ ଉଠାଣ ନେଇ ଦାବି କରିଛନ୍ତି । ଏହାକୁ ନେଇ କମ୍ପାନି ସ୍ପଷ୍ଟୀକରଣ ରଖିଛି । ଦେବାଳିଆ ସ୍ଥିତି ଉପୁଜିବନି, କ୍ଷତିର ଭରଣା କରାଯିବ ବୋଲି କହିଛି କମ୍ପାନି । ବ୍ଲକଚେନ ଆନାଲିସିସ୍‌ ଫାର୍ମ ଏଲିପଟିକ୍‌ ଏବଂ ଆର୍‌ଖାମ୍‌ ଇଣ୍ଟେଲିଜେନ୍ସ ଫାର୍ମ ଚୋରି ହୋଇଯାଇଥିବା କ୍ରିପ୍ଟୋକୁ ଠାବ କରିବା ଲାଗି ଚେଷ୍ଠା କରିଛି । ୨୦୨୧ରେ ହ୍ୟାକର ମାନେ ପଲିନେଟୱର୍କରୁ ୬୧୧ ନିୟୁତ ଡଲାର ଏବଂ ୨୦୨୨ରେ ବିନାନ୍ସରୁ ୫୭୦ ନିୟୁତ ଡଲାର କ୍ରିପ୍ଟୋ ଚୋରି କରିଥିଲେ ।

ଉତ୍ତର କୋରିଆ ପ୍ରାୟୋଜିତ ଲାଜାରସ ଗ୍ରୁପ ଏହି ଆକ୍ରମଣ ପଛରେ ରହିଛି ବୋଲି ଅନୁମାନ ଲଗାଇଛି ଏଲିପଟିକ । କ୍ରିପ୍ଟୋ ଶିଳ୍ପର ବିଲିୟନ ଡଲାର ପାଣ୍ଠିକୁ ଚୋରାଇବାରେ ଏହି ଗ୍ରୁପର ସମ୍ପୃକ୍ତି ପୂର୍ବରୁ ରହିଛି । ନିରାପତ୍ତାରେ ତ୍ରୁଟି ଖୋଜି ଅତି କୌଶଳ କ୍ରମେ ଏଭଳି ଟାର୍ଗେଟ କରୁଛନ୍ତି ଏହି ଦେଶର ହ୍ୟାକର । ୨୦୧୭ ପରଠୁ ଲାଜାରସ ଗ୍ରୁପ ହ୍ୟାକିଂରେ ବିଶେଷ କରି ସକ୍ରିୟ ରହିଛି । ଏହା ଦକ୍ଷିଣ କୋରିଆର ଏକ କ୍ରିପ୍ଟୋ ଏକ୍ସଚେଞ୍ଜ ଉପରେ ଆକ୍ରମଣ କରି ୨୦୦ ନିୟୁତ ଡଲାର ପାଣ୍ଠି ଚୋରି କରି ନେଇଥିଲା । ଆଇନ ଅନୁପାଳନ ଏଜେନ୍ସି ଏବଂ କ୍ରିପ୍ଟୋ ଟ୍ରାକିଂ ଏଜେନ୍ସିଗୁଡିକୁ ଏହା ଚକ୍‌ମା ଦେଇ ଏହା ବାରମ୍ବାର ଏଭଳି କାଣ୍ଡ୍‌ ଭିଆଉଥିବା କହିଛନ୍ତି ବିଶେଷଜ୍ଞ ।

ଏଲିପଟିକ୍‌ର ମୁଖ୍ୟ ବୈଜ୍ଞାନିକ ଟମ୍‌ ରବିନସନ କୁହନ୍ତି, ଆମ ସଫ୍ଟୱେରରେ ହ୍ୟାକରଙ୍କ ଠିକଣା ଜାଣିବା ଭଳି କିଛି ଆଭାସ ଦେଇଛୁ । ଅନ୍ୟ କୌଣସି ଏକ୍ସଚେଞ୍ଜ ଜରିଆରେ ଯେଭଳି ଏହି ଅର୍ଥ ଉଠାଣ ନ ହେବ ସେ ଦିଗକୁ ଧ୍ୟାନରେ ରଖାଯାଇଛି । ଅନ୍ୟପଟେ ଏବେ ବାଏବିଟ୍‌ରୁ ୟୁଜରମାନେ ଲଗାତର ଅର୍ଥ ଉଠାଣ ଜାରି ରଖିଛନ୍ତି । ଏଭଳି ସ୍ଥିତିକୁ ନେଇ ସିଇଓ ଝାଓ କହିଛନ୍ତି, ସ୍ଥିତି ଏବେ ସୁଧୁରୁଛି । ପରିଚାଳନାରେ ଯେଭଳି କୌଣସି ସମସ୍ୟା ନ ହେବ ସମସ୍ତ ବିକଳ୍ପ ଦିଗ ଗୁଡିକ ଉପରେ ଏବେ ଧ୍ୟାନ ରଖାଯାଇଛି । ଏ ନେଇ ଏକ ବ୍ରିଜ୍‌ ଲୋନ ବ୍ୟବସ୍ଥା ମଧ୍ୟ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.