ଜହ୍ନ।ପଙ୍କ ୨୮/୦୫: ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ ଚାଳକ। ଘଟଣା ସ୍ଥଳରେ ପୁଲିସର ତଦନ୍ତ।
ବୁଧବାର ଭୋର ସାଢେ ୪ଟାରେ ୫୭ ନଂ ଜାତୀୟ ରାଜପଥର ବୌଦ୍ଧ ଥାନା ବୁରକଟା ବକବନ୍ଧ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ, ବୋଲେରୋଟି ଟିଟିଲାଗଡରୁ ଯାତ୍ରୀଙ୍କୁ ନେଇ ଢେଙ୍କାନାଳର କାମାକ୍ଷା ନଗରକୁ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱକୁ ଓଲଟି ପଡିଥିଲା ବୋଲେରୋ l ଦୁର୍ଘଟଣାରେ ଯାତ୍ରୀ ଓ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଜହ୍ନାପଙ୍କ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।