ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

କୁମ୍ଭରେ ରାଜ୍‌ କରୁଥିଲା ବ୍ରିଟିଶ୍‌ ଇଷ୍ଟ ଇଣ୍ଡିଆ କଂପାନି, ମେଳାକୁ ଆସୁଥିବା ଲୋକଙ୍କଠୁ ଟିକସ ନେଉଥିଲା ୧ ଟଙ୍କା

Published By : Prameya | January 15, 2025 9:37 AM

ପ୍ରୟାଗରାଜ ୧୫/୦୧: ଏଥର ପ୍ରୟାଗରାଜ ମହାକୁମ୍ଭକୁ ମୋଟ ୬୦ କୋଟି ଲୋକ ଆସିବାର ଆକଳନ ରହିଛି । ତେବେ ପୂର୍ବରୁ କୁମ୍ଭମେଳା କିଛି ଅଲଗା ପ୍ରକାରର ଥିଲା । ବ୍ରିଟିଶ୍‌ ଶାସନ ସମୟରେ ଏହା ଥିଲା ରାଜସ୍ୱ ଆଦାୟର ଉତ୍ସ, ଜାତୀୟତାବାଦର କେନ୍ଦ୍ର ଓ କ୍ରାନ୍ତିର ଆଧାର । ଉନବିଂଶ ଶତାଦ୍ଦୀରେ ବ୍ରିଟିଶ୍‌ ଇଷ୍ଟ ଇଣ୍ଡିଆ କଂପାନି ପ୍ରୟାଗରାଜ ଉପରେ କବ୍ଚା କରିବା ପରେ ସେମାନେ ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା କୁମ୍ଭ ମେଳା ସଂପର୍କରେ ଜାଣିବାକୁ ପାଇଲେ । କୁମ୍ଭର ଧାର୍ମିକ ମହତ୍ତ୍ୱ ସଂପର୍କରେ ସେମାନଙ୍କର କୌଣସି ମତଲବ ନଥିଲା, ସେମାନେ ଏହାକୁ ଏକ ବ୍ୟବସାୟ ଭାବେ ଦେଖୁଥିଲେ । ତେଣୁ ମେଳାକୁ ଆସୁଥିବା ସବୁ ଲୋକଙ୍କ ନିକଟରୁ ଏକ ଟଙ୍କାର ଟିକସ ନେଲେ । ଏହାକୁ ‘କୁମ୍ଭ ଟିକସ’ ବୋଲି କୁହାଯାଉଥିଲା । 

ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଲାଗି ସବୁ ଶ୍ରଦ୍ଧାଳୁଙ୍କୁ ଏହି ଅର୍ଥ ଦେବାକୁ ପଡୁଥିଲା । ସେ ସମୟରେ ଏକ ଟଙ୍କା ବହୁତ ଅଧିକ ଥିଲା । ଅନେକ ଲୋକ ମାସ ସାରା କାମ କରି ବି ଏକ ଟଙ୍କା ରୋଜଗାର କରିପାରୁନଥିଲେ । ଏହାସତ୍ତେ୍ୱ କୁମ୍ଭ ଟିକସକୁ ୧ ଟଙ୍କା ରଖାଗଲା । ଭାରତରେ ଦୀର୍ଘ ୨୪ ବର୍ଷ ବିତାଇଥିବା ବ୍ରିଟିଶ୍‌ ମହିଳା ଫ୍ୟାନି ପାର୍କ ନିଜର ଏକ ଆଲୋଖ୍ୟରେ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି । 

ଏହାସହିତ ନାପିତ, ବ୍ରାହ୍ମଣ, ଉଠା ଦୋକାନୀଙ୍କ ଭଳି ଯେଉଁ ଲୋକେ କୁମ୍ଭ ମେଳାରୁ କିଛି ଅର୍ଥ ଆୟ କରୁଥିଲେ ସେମାନଙ୍କ ଉପରେ ବି ଇଂରେଜମାନଙ୍କର ନଜର ଥିଲା । ସେମାନେ ରୋଜଗାର କରୁଥିବା ଅର୍ଥ ଉପରେ ଟିକସ ଲଗାଉଥିଲେ ଇଂରେଜ । ଏହି ଟିକସ ପରିସର ବଢ଼ିବା ଯୋଗୁ ସ୍ଥାନୀୟ ବାସିନ୍ଦା ବିଶେଷକରି ପ୍ରୟାଗରାଜର ବ୍ରାହ୍ମଣମାନେ ଅସନ୍ତୁଷ୍ଟ ହୋଇଥିଲେ । ସେମାନଙ୍କର ରୋଜଗାର ଏଥିଯୋଗୁ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା । ପୁଣି ସେତେବେଳକୁ ମିଶନାରୀମାନେ ମଧ୍ୟ ଆସି ହିନ୍ଦୁ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପ୍ରୋତ୍ସାହିତ କରୁଥିଲେ । ଏହା ସ୍ଥାନୀୟ ଲୋକଙ୍କୁ ଆହୁରି ରଗାଇଲା । ଫଳରେ ୧୮୫୭ର ସଂଗ୍ରାମରେ ପ୍ରୟାଗରାଜର ବାସିନ୍ଦା କ୍ରାନ୍ତିକାରୀମାନଙ୍କୁ ସମର୍ଥନ କରିଥିଲେ । ଯଦିଓ ସେମାନେ ବିଦ୍ରୋହରେ ସିଧାସଳଖ ଭାଗ ନେଇନଥିଲେ, ତେବେ ରାଣୀ ଲକ୍ଷ୍ମୀବାଇଙ୍କ ଭଳି କ୍ରାନ୍ତିକାରୀଙ୍କୁ ଶରଣ ଦେଇଥିଲେ । ପ୍ରଚ୍ଛଦରେ ରହି ସେମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦେଇଥିଲେ । ଏଥିସହିତ କୁମ୍ଭ ମେଳା ଭାରତର ସ୍ୱାଧୀନତା ସଂଗ୍ରାମ ସହିତ ଯୋଡି଼ ହୋଇଗଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.