ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତରୁ ୬୪, ୮୨୦ ବିଲିୟନ୍‌ ଡଲାରର ସଂପତ୍ତି ଲୁଟିଥିଲେ ଇଂରେଜ, ବ୍ରିଟେନ୍‌ର ୧୦ ପ୍ରତିଶତ ଧନୀଙ୍କ ପାଖକୁ ଯାଇଛି ଅଧା ଧନରାଶି: Oxfam

Published By : Tapas Panda | January 20, 2025 7:53 PM

Image Courtesy: hindustantimes

ନୂଆଦିଲ୍ଲୀ: ୧୭୬୫ରୁ ୧୯୦୦ ମଧ୍ୟରେ ଭାରତରୁ ୬୪, ୮୨୦ ବିଲିୟନ୍‌ ଡଲାରର ସଂପତ୍ତି ଲୁଟ୍‌ କରିଥିଲା ବ୍ରିଟେନ୍‌ । କିନ୍ତୁ ଏହାର ଫାଇଦା ସେଠାକାର ହାତଗଣତି କେତେ ଜଣ ଧନୀ ବ୍ୟକ୍ତିଙ୍କୁ ମିଳିଛି । ୧୩୫ ବର୍ଷରୁ ଅଧିକ ସମୟର ଏହି ଔପନିବେଶିକ କାଳରେ ବ୍ରିଟେନ୍‌ ଲୁଟ୍‌ କରିଥିବା ସଂପତ୍ତିର ଅଧାରୁ ଅଧିକ ଦେଶର ୧୦ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ପାଖକୁ ଯାଇଛି । ଭାରତରୁ ଲୁଟ୍‌ ହୋଇଥିବା ସଂପତ୍ତିରୁ ୩୩, ୮୦୦ ବିଲିୟନ୍‌ ଡଲାରର ସଂପତ୍ତି ବ୍ରିଟେନ୍‌ର ୧୦ ପ୍ରତିଶତ ଧନୀଙ୍କ ପାଖରେ ରହିଛି ବୋଲି   ‘ଅକ୍ସଫାମ ଇଣ୍ଟରନ୍ୟାସନାଲ୍‌’ ରିପୋର୍ଟରୁ ଜଣାପଡ଼ିଛି । ତେବେ ଏହି ରିପୋର୍ଟ ଓ୍ବାର୍ଲଡ୍‌ ଇକୋନୋମିକ୍‌ ଫୋରମର ବାର୍ଷିକ ବୈଠକର ପ୍ରଥମ ଦିନରେ ପ୍ରକାଶ ପାଇଛି । 

ରିପୋର୍ଟର ଶୀର୍ଷକ ‘ଟେକର୍ସ, ନଟ୍‌ ମେକର୍ସ’ ଥିବା ବେଳେ ଏହାକୁ ସୋମବାର ସାର୍ବଜନୀନ କରାଯାଇଛି ।  ଏଥିରେ ବିଭିନ୍ନ ରିପୋର୍ଟ ଏବଂ ଅଧ୍ୟୟନକୁ ନେଇ ଦାବି କରାଯାଇଛି ଯେ, ଆଧୁନିକ ବହୁରାଷ୍ଟ୍ରୀୟ ନିଗମ (ମଡର୍ଣ୍ଣ ମଲ୍ଟିନ୍ୟାସନାଲ୍‌ କର୍ପୋରେସନ୍‌) ଉପନିବେଶବାଦ ଯୋଗୁଁ ତିଆରି ହୋଇଛି । ଅକ୍ସଫାମ୍‌ ପକ୍ଷରୁ କୁହାଯାଇଛି ‘ଐତିହାସିକ ଔପନିବେଶିକ ଯୁଗରେ ବ୍ୟାପକ ଅସମାନତା ଏବଂ ଲୁଟ୍‌ର ମାନସିକତା ଆଧୁନିକ ଜୀବନକୁ ଆକାର ଦେଉଛି । ଏହା ଏକ ଅତ୍ୟଧିକ ଅସମାନ ବିଶ୍ବର ନିର୍ମାଣ କରିଛି । ଏମିତି ଏକ ବିଶ୍ବ ଯାହା ବର୍ଣ୍ଣବୈଷମ୍ୟବାଦକୁ ଆଧାର କରି ବିଭାଜିତ ହେବାରେ ଲିପ୍ତ ରହିଛି । ଏମିତି ଏକ ବିଶ୍ବ ଯେଉଁଠି, ଦକ୍ଷିଣରୁ ସଂପତ୍ତି ଲୁଟି ପାଶ୍ଚାତ୍ୟର ସବୁଠାରୁ ଧନୀମାନଙ୍କୁ ଫାଇଦା ଦିଆଯାଉଛି । 

 ବିଭିନ୍ନ ଅଧ୍ୟୟନକୁ ଆଧାର କରି ଅକ୍ସଫାମ୍‌ ଆକଳନ କରିଛି ଯେ, ୧୭୬୫ ଏବଂ ୧୯୦୦ ମଧ୍ୟରେ ବ୍ରିଟେନ୍‌ର ସବୁଠାରୁ ଧନୀ ଶ୍ରେଣୀର ୧୦ ପ୍ରତିଶତ ବ୍ୟକ୍ତିଙ୍କୁ ଭାରତରୁ ୩୩, ୮୦୦ ବିଲିୟନ୍‌ ଆମେରିକୀୟ ଡଲାରର ସଂପତ୍ତି ଦିଆଯାଇଛି । ଏହି ଧନ, ଲଣ୍ଡନର ଭୂପୃଷ୍ଠକୁ ଢ଼ାଙ୍କିବା ଲାଗି ୫୦ ବ୍ରିଟିଶ୍‌ ପାଉଣ୍ଡର ଯେତିକି ନୋଟ୍‌  ଦରକାର ପଡ଼ିବ ତାଠାରୁ ୪ ଗୁଣ ଅଧିକ । ସେପଟେ ଔପନିବେଶିକ କାଳକୁ ବିଷାକ୍ତ ଗଛର ଫଳ ବୋଲି ଆଖ୍ୟା ଦେବା ସହ ରିପୋର୍ଟରେ ଦର୍ଶାଯାଇଛି, ଭାରତର କେବଳ ୦.୧୪ ପ୍ରତିଶତ ମାତୃଭାଷା ବ୍ୟବହାର ହେଉଛି ଏବଂ କେବଳ ୦.୩୫ ପ୍ରତିଶତ ଭାଷାକୁ ପଢ଼ାରେ ବ୍ୟବହାର କରାଯାଇଛି । ବ୍ରିଟିଶ ଶାସନ ସମୟରେ ଜାତି, ଧର୍ମ, ଲିଙ୍ଗ , ଭାଷା ନିର୍ବିଶେଷରେ ସବୁ କ୍ଷେତ୍ରରେ ଭାରତୀୟଙ୍କୁ ଶୋଷଣ କରାଯାଇଛି ଏବଂ ବିଭାଜନ କରାଯାଇଛି ବୋଲି ଅକ୍ସଫାମ୍‌ ରିପୋର୍ଟରେ କୁହାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.