ନୂଆଦିଲ୍ଲୀ ୦୯/୦୧: କେନ୍ଦ୍ର ସରକାର ସୋଭରେନ ଗୋଲ୍ଡ ବଣ୍ଡ୍‌ ସ୍କିମ୍‌କୁ  ବନ୍ଦ କରିପାରନ୍ତି । ଫେବ୍ରୁଆରି ପହିଲାରେ ଆସିବାକୁ ଥିବା ବଜେଟରେ ଏହି ସ୍କିମ  ଉପରେ ନୂଆ ଘୋଷଣା ହୋଇପାରେ । 

ବିଶେଷଜ୍ଞଙ୍କ କହିବା ମୁତାବକ, ବଜେଟରେ  ସୋଭରେନ ଗୋଲ୍ଡ ବଣ୍ଡ୍‌କୁ ନେଇ ନୂଆ ଆବଣ୍ଟନ ସମ୍ଭାବନା ନେଇ କମ୍‌ ରହିଛି ।  ସୁନା ଦର ବୃଦ୍ଧି ହୋଇଥିବାରୁ ଏହାକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ  କରିପାରନ୍ତି । ସିଏନ୍‌ବିସିର ଲକ୍ଷ୍ମଣ ରାଏ କହିଛନ୍ତି, ବିଗତ ବର୍ଷ ଗୁଡିକରେ ୧୮,୫୦୦  କୋଟି ଟଙ୍କା ବିନିଯୋଗରେ ସୋଭରେନ ଗୋଲ୍ଡ ବଣ୍ଡ୍‌ ସ୍କିମ୍‌ ଘୋଷଣା କରାଯାଇଛି ।  ଏହି ସ୍କିମରେ ୨.୫% ସୁଧହାର ଯୋଗୁ ଏବେ ସରକାରଙ୍କୁ କ୍ଷତି ସହିବାକୁ ପଡୁଛି ।  ଏହାକୁ ଦେଖିଲେ ଯୋଜନାକୁ ଆଗକୁ ମଧ୍ୟ ଚଳାଇବା ନେଇ ଆଶା କ୍ଷୀଣ ରହିଛି ।  ସୁନା ଆମଦାନି କମାଇବା ଲାଗି ସରକାର ୨୦୧୫ରେ ଏହାକୁ ଲାଗୁ କରିଥିଲେ ।