ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ରଥ ପଥ ପ୍ରସ୍ତୁତ, ରଥେ ବସିଛି ଜଗତ ନାଥ...

Published By : Bijay Swain | June 27, 2025 8:11 PM

ହରଭଙ୍ଗା ୨୭/୬(ଆ.ପ୍ର): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ହରଭଙ୍ଗା ବ୍ଲକ ବିଭିନ୍ନ ସ୍ଥାନରେ ମହା ସମାରୋହରେ ପାଳିତ ହୋଇଯାଇଛି l ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଦେବ, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଚତୁର୍ଦ୍ଧା ମୂର୍ତ୍ତି ଗମ୍ଭୀରା ଛାଡି ଭକ୍ତଙ୍କୁ ଦର୍ଶନ ଦେଇ ମାଉସୀ ଘରକୁ ଯାଆନ୍ତି l ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ମାଉସୀ ଘରେ ନଅ ଦିନ ରହି ପୋଡ଼ ପିଠା ଖାଇ ପୁଣି ଶ୍ରୀମନ୍ଦିରକୁ ବାହୁଡ଼ି ଥିବାରୁ ନଅ ଦିନ ପରେ ବାହୁଡା଼ ଯାତ୍ରା ହୋଇଥାଏ l

ଶୁକ୍ରବାର ରଥଯାତ୍ରାରେ ବ୍ଲକର ଦିବ୍ୟ ପୁରୁଷୋତ୍ତମ ଧାମ ଠିଡିକାଜୋର ଠାରେ ମହା ଆଡମ୍ବରରେ ପାଳିତ ହୋଇଛି ରଥଯାତ୍ରା l ପ୍ରାତଃରୁ ସକାଳ ଧୂପ, ସଜବାଜ ପରେ ଶହ ଶହ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କ ନାମ ସଂକୀର୍ତନ, ହରିବୋଲ ହୁଳହୁଳି, ଘଣ୍ଟ ଶଙ୍ଖ ଓ ମୃଦଙ୍ଗ ଶବ୍ଦରେ ଭକ୍ତି ଭାବମୟ ପରିବେଶରେ ଚତୁର୍ଦ୍ଧା ମୂରତିକୁ ଆଡପ ମଣ୍ଡପରେ ରୀତିନୀତି ଅନୁଯାଇ ପହଣ୍ଡି ବିଜେ କରାଯାଇଥିଲା l ହରଭଙ୍ଗା ତହସିଲଦାର ବଳଦେବ ବେହେରା ଛେରା ପହରା କଲା ପରେ ଠାକୁରଙ୍କୁ ରଥାରୁଡ଼ କରାଯାଇଥିଲା l ଜଗନ୍ନାଥ ମନ୍ଦିରରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ରଥାରୁଡ଼ ତିନି ଠାକୁରଙ୍କୁ ଭକ୍ତ ଟାଣି ଟାଣି ଆଣିଥିଲେ l ବଡ଼ ଦାଣ୍ଡରେ ଜନ ସମୁଦ୍ରକୁ ବିଭିନ୍ନ ସ୍ଥାନରେ ପୁରୁଣାକଟକ, ହରଭଙ୍ଗା ଓ ବୌଦ୍ଧ ପୋଲିସ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରାଯାଇଥିଲା l ସେବାୟତ, ଡାହୁକ, ଘଣ୍ଟ ବାଦକ ଓ ଭକ୍ତଙ୍କ ଆଖିରେ ଆଖି ମିଶାଇ ସତେ କାଳିଆ ଠାକୁର ପଲକ ନ ପକାଇ ଦିବ୍ୟ ଦର୍ଶନ ଦେଇଥିଲେ l 

ରଥଯାତ୍ରା କୁ ରଥଯାତ୍ରା କମିଟି, ବଣିକ ସଂଘ, ବିଡ଼ିଓ ଶରତ କୁମାର ସେଠିଙ୍କ ତତ୍ଵାବଧାନରେ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀରାମ ସେନା ପୂର୍ଣ୍ଣ ମାତ୍ରାରେ ସହଯୋଗ କରି ଚଳିତ ବର୍ଷ ନୂତନ ରଥରେ ମହାପ୍ରଭୁ ରଥାରୁଢ଼ ହୋଇଛନ୍ତି l ସେହିପରି ବାହୁଡା଼ ପର୍ଯ୍ୟନ୍ତ ସନ୍ଧ୍ୟାରେ ଭଜନ ସମାରୋହ, ନାମ ସଂକୀର୍ତନ ହେବା ସହିତ ପୁରୀ ଠାକୁରଙ୍କ ଭୋଗ ଓ ଅର୍ଣ୍ଣ ମିଳିବା ନେଇ ସୂଚନା ରହିଛି l ଅନ୍ୟ ପଟେ ବ୍ଲକର ରାମଗଡ, ତିଲେଶ୍ୱର, କୋଇଲିସୂତା, ପୁରୁଣାକଟକ, ହରଭଙ୍ଗା, କୁମାରୀ, କୁସଙ୍ଗ, ବାଇଶି ପଡ଼ା, ଧଳପୁର, ବିରାମଚନ୍ଦ୍ରପୁର, ବିରନରସିଂହ ପୁର, କରଡ଼ି, ଚମ୍ପାପୁର, କରଞ୍ଜ କଟା, ସରସରା ଆଦି ସ୍ଥାନରେ ରଥଯାତ୍ରା ରୀତିନୀତି ଅନୁଯାଇ ମହା ଆଡମ୍ବରରେ ପାଳିତ ହୋଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.