ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପଡିଆ ଭିତରୁ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର

Published By : Gurupada Nath | October 31, 2024 9:16 PM

ଟିକାବାଲି,୩୧/୧୦ : ଟିକାବାଲି ଥାନା ଅନ୍ତର୍ଗତ ପଟାବୁରୁ ଘାଟି ତଳ ଏଯାଡେ଼ଲାଠାରେ ଏକ ବୁଦା ଘେରା ପଡିଆ ଭିତରୁ ଜଣେ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ସମ୍ପୃକ୍ତ ସ୍ଥାନରେ ମୃତଦେହ ପଡିଥିବା ନେଇ ବଡ଼ିମୁଣ୍ଡା ସରପଞ୍ଚ ବଦନ ପ୍ରଧାନ କୌଣସି ସୂତ୍ରରୁ ଖବରପାଇ ଟିକାବାଲି ଥାନାକୁ ଜଣାଇଥିଲେ। ଟିକାବାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତହସିଲଦାର ନର୍ମଦା ନାୟକଙ୍କ ଉପସ୍ଥିତିରେ ଶବ ଜବତ କରିଛି । 

ଶବଟି ଆନୁମାନିକ ୪ରୁ ୫ଦିନର ହୋଇଥିବା ପୁଲିସ ଅନୁମାନ କରୁଛି। ବର୍ତ୍ତମାନ ସୁଦ୍ଧା ଶବ ଚି଼ହ୍ନଟ ହୋଇ ପାରିନାହିଁ। ହାତରେ ଶଙ୍ଖା ଥିବାରୁ ମହିଳା ଜଣକ ବିବାହିତା ବୋଲି ଜଣାପଡୁଛି । ଶବ ପାଖରେ ମଦ ବୋତଲ ଏବଂ ୟୁଜ ଏଣ୍ଡ ଥ୍ରୋ ଗ୍ଲାସ ପଡିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କଲ୍ୟାଣମୟୀ ଷେଣ୍ଢ  କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.