ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

Published By : Anindita Ratha | May 3, 2025 12:36 PM

ଭୁବନେଶ୍ବର,୦୩/୦୫:  ଦୀଘା ମନ୍ଦିରକୁ ନେଇ ଛିଡୁନି ବିବାଦ। ଆଉ ଏହାରି ମଧ୍ୟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ଧାମ ସହ ଅନ୍ୟ ମନ୍ଦିରର ତୁଳନା ଅଗ୍ରହଣୀୟ।  ଦାରୁ ବ୍ୟବହାର ନେଇ ତଦନ୍ତ  ହେବ ।  ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କୁ ଦଣ୍ଡ ମିଳିବ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଘଟଣାକୁ ନେଇ ଆଲୋଚନା ହେଉଛି। ସେ ସବୁ ସତ କି ମିଛ, ତାହା ତଦନ୍ତ ସରିବା ପରେ ଜଣାପଡ଼ିବ । ଜଗନ୍ନାଥଙ୍କ ଦାରୁର ବଳକା କାଠରେ ମୂର୍ତ୍ତୀ ତିଆରି କରି ବାହାରକୁ ନେବା । ଏ ସବୁ ବାବଦରେ ଚର୍ଚ୍ଚା ଆଲୋଚନା ହେଉଛି । ତେବେ କିଏ କେଉଁ ମନ୍ଦିରକୁ ଗଲେ ତାହା ଅପରାଧ ନୁହେଁ । କିନ୍ତୁ ଠାକୁରଙ୍କ ବଳକା କାଠକୁ କେଉଁଠି ନେଇ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । ମହାପ୍ରଭୁ ଜଗନ୍ନାଥଙ୍କ ଧାମ ସହ ବିଶ୍ଵର କୌଣସି ଜଗନ୍ନାଥ ମନ୍ଦିରକୁ ତୁଳନା କରିବା ଆପ୍ରସଙ୍ଗିକ ଏବଂ ଅଗ୍ରହଣୀୟ । ତେଣୁ ଏହି ସବୁ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି । ଯଦି ଏଥିରେ କାହାର ମନ୍ଦ ଉଦ୍ଦେଶ୍ୟ ଅଛି, ସେହି ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କ ଉପରେ ଦଣ୍ଡ ବିଧାନ କରାଯିବ ।

ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ । ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଲେଖା ଯିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବାବଦରେ ଜଣାନ୍ତୁ । କାରଣ ଚାରି ଧାମ ମଧ୍ୟରୁ ଜଗନ୍ନାଥଙ୍କ ପୁରୀ ଧାମ ଗୋଟିଏ । ତେଣୁ ଅନ୍ୟ କେଉଁଠି ମନ୍ଦିର ତିଆରି କରାଯାଇପାରେ, କିନ୍ତୁ ଧାମର ଆଖ୍ୟା ଦିଆଯାଇପାରିବ ନାହିଁ । ସବୁ ଧର୍ମର ଲୋକ ଦୀଘା ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବା ନେଇ ମଧ୍ୟ ବ୍ୟକ୍ତିଗତ ଭାବେ ଆପତ୍ତି ଥିବା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.