ମୁମ୍ୱାଇ : ମହମ୍ମଦ ରଫିଙ୍କୁ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ମାଷ୍ଟର କୁହାଯାଉ ଥିଲା। ତାଙ୍କର ସ୍ୱର କେବଳ ସେ ସମୟରେ ନୁହେଁ , ବରଂ ଆଜିକା ସମୟରେ ଲୋକଙ୍କୁ ମଧ୍ୟ ଦିୱାନା କରିଛି। ରଫି ସାହେବ ନିଜ କ୍ୟାରିୟରରରେ ଖୁବ୍ ସୁନ୍ଦର ଗୀତ ଦେଇଛନ୍ତି। କିନ୍ତୁ ତାଙ୍କର ଗୋଟିଏ ଗୀତ ଏମିତି ଥିଲା ଯାହାକୁ ସେ ରାତାରାତି ପ୍ରସ୍ତୁତ କରି ଥିଲେ। କେବଳ ଏମିତି ନୁହେଁ ଏହି ଗୀତକୁ ଶୁଣି ଜବାହରଲାଲ ନେହେରୁଙ୍କ ଯାଏ ସମସ୍ତେ କାନ୍ଦି ପକାଇ ଥିଲେ। କଣ ଥିଲା ସେହି ଗୀତ ଏବଂ କାହିଁକି ସମସ୍ତେ ଏହାକୁ ଶୁଣି କାନ୍ଦି ଥିଲେ, ଏହି ବିଷୟରେ ଆସନ୍ତୁ ଜାଣିବା ...
ସେଦିନ ତାରିଖ ଥିଲା ୩୦ ଜାନୁଆରୀ ୧୯୪୮ ମସିହା। ଖବର ଆସିଲା ଯେ, ମହାତ୍ମା ଗାନ୍ଧୀ ଏବେ ଆଉ ନାହାନ୍ତି। ସମସ୍ତେ ଏହି ଖବରରେ ଖୁବ୍ ଦୁଃଖରେ ମର୍ମାହତ ହୋଇଗଲେ। ପୂରା ଦେଶରେ ଶୋକର ଛାୟା ଖେଳି ଯାଇ ଥିଲା। ଏହି ସମୟରେ ପ୍ରସିଦ୍ଧ ଗୀତିକାର ରାଜେନ୍ଦ୍ର କୃଷ୍ଣ ଏହି ଖବର ଶୁଣି ସଂପୂର୍ଣ୍ଣ ଭାଙ୍ଗି ପଡ଼ି ଥିଲେ। ସେ ନିଷ୍ପତ୍ତି ନେଇଥିଲେ ଯେ, ସେ ମହାତ୍ମା ଗାନ୍ଧୀଙ୍କୁ ଏକ ଶେଷ ବିଦାୟ ଦେବେ। ସେ ନିଜ ହୃଦୟର ସବୁ ଯନ୍ତ୍ରଣାକୁ କାଗଜରେ ଲେଖି ଦେଲେ। ଏହାପରେ ସେ ହୁସ୍ନ ଲାଲ ଭଗତ ରାମଙ୍କୁ ଡାକିଲେ ଏବଂ ଗୀତର ଏକ ସ୍ୱର କଲେ।
ଏହାପରେ ଅଧ ରାତ୍ରରେ ମହମ୍ମଦ ରଫି ସାହେବଙ୍କୁ ଡକା ଗଲା। ତାଙ୍କୁ ଯେମିତି ହିଁ ଏହି ବିଷୟରେ ଜଣାପଡ଼ିଲା ଯେ, ସେ ତୁରନ୍ତ ଷ୍ଟୁଡିଓରେ ପହଞ୍ଚିଲେ। ବିନା କୌଣସି ଅଭ୍ୟାସ ଓ ରିହର୍ସଲରେ ଏହି ଗୀତକୁ ରେକର୍ଡ କରାଗଲା। ଗୀତର ମୁଖଡ଼ା ଥିଲା “ ସୁନୋ ସୁନୋ ଐ ଦୁନିଆ ବାଲୋଁ ବାପୁ କି ୟହ ଅମର କହାନି ”। ରଫି ସାହେବଙ୍କ କଣ୍ଠ ସ୍ୱରରେ ଗାନ୍ଧୀଜୀଙ୍କ ଦେହାନ୍ତର ଦୁଃଖ ଓ ଯନ୍ତ୍ରଣା ସ୍ପଷ୍ଟ ଜଣାପଡ଼ୁ ଥିଲା।
ଯେବେ ଏହି ଗୀତ ବାଜି ଥିଲା, ପୂରା ଦେଶ ଭାବ ବିହ୍ୱୋଳ ହୋଇ ଯାଇଥିଲା। ସେହି ସମୟରେ ୧୦ ଲକ୍ଷ ରେକର୍ଡ ବିକ୍ରି ହୋଇ ଥିଲା। ଏହି ଗୀତର ଗୁଞ୍ଜରଣ ଯେତେବେଳେ ସେହି ସମୟର ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ପାଖରେ ପହଞ୍ଚିଲା, ସେ ମହମ୍ମଦ ରଫିଙ୍କୁ କହିଲେ, ଏହି ଗୀତକୁ ମୋ ପାଇଁ ଗାଇ ପାରିବେ। ରଫି ଯେମିତି ହିଁ ଲାଇଭ୍ ଗାଇବା ଆରମ୍ଭ କଲେ ତ ନେହେରୁ ନିଜକୁ ସମ୍ଭାଳି ପାରିଲେ ନାହିଁ ଏବଂ ତାଙ୍କ ଆଖିରୁ ଲୁହ ବାହାରି ଆସିଲା। ଏପରି ଏକ ସୁନ୍ଦର ଭଏସ୍ ପାଇଁ , ପଣ୍ଡିତ ନେହେରୁ ୧୫ ଅଗଷ୍ଚ ୧୯୪୮ରେ ରଫି ସାହେବଙ୍କୁ ସିଲଭର ମେଡାଲରେ ପୁରସ୍କୃତ କରି ଥିଲେ।
ମହମ୍ମଦ ରଫିଙ୍କ ବିଷୟରେ କହିବା ଯଦି , ସେ ନିଜ ଜୀବନର ପ୍ରଥମ ଗୀତ ” ସୋନିୟେ ନି ହିରିଏ ନି” ଗାଇଥିଲେ। ଏହି ଗୀତକୁ ତାଙ୍କ ସହ ଜିନତ ବେଗମ୍ ଗାଇ ଥିଲେ , ଯାହାକି ପଞ୍ଜାବୀ ଫିଲ୍ମ ଗୁଲ୍ ବଲୋଚର ଥିଲା। ତାଙ୍କର ପ୍ରଥମ ହିନ୍ଦୀ ଗୀତ ଥିଲା “ ଅଜି ଦିଲ୍ ହୋ କାବୁ ମେଁ ଓ ଦିଲଦାର କି ଐସି କି ତୈସି ”। ମହମ୍ମଦଙ୍କୁ ପ୍ରଥମ ବଡ଼ ବ୍ରେକ୍ ମିଳିଥିଲା ନୌଶାଦଙ୍କ ସହ 'ଚାନ୍ଦନୀ ରାତି'ରୁ। ଏହି ଫିଲ୍ମରେ ସେ “କୈସେ ବଜେ ଦିଲ କା ସିତାର” , “ ଛିନ କେ ଦିଲ୍ କ୍ୟୋଁ ଫେର ଲି ଆଖେଁ ” ଓ “କ୍ୟା ଖବର କି ଗମ୍ କେ ଆୟେ ଗୀତ ଗାଇଥିଲେ।”
ଆହୁରି ମଧ୍ୟ ପଢନ୍ତୁ : ରାମାୟଣର ରିଲିଜ ପୂର୍ବରୁ ଅଯୋଧ୍ୟାରେ ଜମି କିଣିଲେ ରଣବୀର କପୁର , ‘ The Sarayu’ ପ୍ରୋଜେକ୍ଟରେ କଲେ କୋଟି କୋଟି ଟଙ୍କାର ନିବେଶ