ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଡବଲ୍‌ ଡେକର ବସ୍‌କୁ ଝଟ୍‌କା, ବିଦ୍ୟୁତ୍‌ ତାର ଲାଗି ଅଚଳ

Published By : Rasmita Pradhan | January 15, 2025 10:51 AM

ଭୁବନେଶ୍ୱର,୧୫/୦୧ : ଯାହା ଅନୁମାନ କରାଯାଉଥିଲା ସେଇଆ ହେଲା । ଆରମ୍ଭରୁ ଭୁବନେଶ୍ୱରେ ଆଣ୍ଠେଇଛି ଦୁଇଥାକିଆ ବା ଡବଲ ଡେକର ବସ୍‌ । ବିଦ୍ୟୁତ୍‌ ତାର ଲାଗି ଡବଲ ଡେକର ବସ୍‌ ଅଚଳ ହୋଇଗଲା । ବର୍ତ୍ତିଗଲେ ଯାତ୍ରୀ । ଏବେ ଗାଡ଼ିକୁ ମରାମତି ପାଇଁ ପାହାଳ ଗ୍ୟାରେଜ୍‌ରେ ରଖାଯାଇଥିବା ଜଣାପଡ଼ିଛି । 

ସୂଚନା ଅନୁସାରେ, ଭୁବନେଶ୍ୱରରୁ ଖୋର୍ଦ୍ଧା ରୁଟ୍‌ରେ ବସ୍‌ ଯାଉଥିବା ବେଳେ ହଠାତ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ବିଦ୍ୟୁତ ପ୍ରବାହ ଫଳରେ ଗାଡ଼ିର ସର୍କିଟରେ ତ୍ରୁଟି ଦେଖାଯାଇଛି । ଫଳରେ ଏହି ରୁଟରେ ଡବଲ ଡେକରକୁ ବନ୍ଦ କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ଜନପଥକୁ ବାଦ୍‌ ଦେଲେ ଅଧିକାଂଶ ରାସ୍ତାର ଓସାର ଅପେକ୍ଷାକୃତ କମ୍‌ ରହିଛି । ଫଳରେ ଏସବୁ ରାସ୍ତାରେ ଡବଲ ଡେକର ବସ୍‌ ଯାତାୟାତରେ ଅସୁବିଧା ହେଉଛି । ଏହାବାଦ ରାଜଧାନୀର ଅଧିକାଂଶ ରାସ୍ତାରେ ଟ୍ରାଫିକ ଭିଡ଼ ରହୁଛି । 

ଅଧିକ ପଢନ୍ତୁ-ମଝି ରାସ୍ତାରେ ଜଳିଗଲା ବିଏମ୍‌ସି ସଫେଇ ଗାଡ଼ି, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି ଅଗ୍ନିଶମ ଟିମ୍

ସେହିପରି ଭୁବନେଶ୍ୱର ବିଭିନ୍ନ ପ୍ରମୁଖ ରାସ୍ତାରେ ଗଛ ଡାଳ ରାସ୍ତାକୁ ଲମ୍ବିଛି । ଏଭଳି ସ୍ଥିତିରେ କ୍ରୁଟ ପକ୍ଷରୁ କିଣାଯାଉଥିବା ଡବଲ ଡେକର ବସ୍‌ ଚାଲିବାକୁ ନେଇ ପୂର୍ବରୁ ଆଶଙ୍କା ସୃଷ୍ଟି ହୋଇଥିଲା । ଆଜି ଆଶଂକା ସତ ହୋଇଛି । ପୁରୀ ଓ ଭୁବନେଶ୍ୱର ରୁଟ୍‌ରେ ବର୍ତ୍ତମାନ ୫ଟି ବସ୍‌ ଚାଲୁଛି । ଏହି ସବୁ ରୁଟ୍‌ରେ ବସ୍‌ ଚାଲିବା ପୂର୍ବରୁ ସର୍ଭେ ହୋଇଥିଲା । ହେଲେ ହଠାତ୍‌ ବିଦ୍ୟୁତ୍‌ ତାର ବାଜିଲା । ଠିକ୍‌ ଭାବରେ ସର୍ଭେକୁ ନେଇ ପ୍ରଶ୍ନ ଉଠିଛି । ସେପଟେ କ୍ରୁଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗାଡ଼ି ସର୍ଭିସିଂ ପାଇଁ ଗ୍ୟାରେଜ ଯାଇଛି । ହେଲେ ମାତ୍ର ୫ ଦିନ ଗାଡ଼ି ଗଡ଼ିବା ପରେ କି ସର୍ଭିସିଂର ଆବଶ୍ୟକତା ପଡ଼ିଲା ତାକୁ ନେଇ ପ୍ରଶ୍ନ ଉଠିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.