ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ନରଓ୍ବେର ଯୁବରାଣୀଙ୍କ ପୁଅ ଗିରଫ, ଦୁଷ୍କର୍ମ ଅଭିଯୋଗରେ ବାନ୍ଧିଲା ପୋଲିସ

Published By : Tapas Panda | November 19, 2024 6:33 PM

Image Courtesy: hellomagazine

ନୂଆଦିଲ୍ଲୀ: ନରଓ୍ବେର ଯୁବରାଣୀ ମେଟେ ମ୍ୟାରିଟଙ୍କ ବଡ଼ ପୁଅକୁ ପୁଣି ଥରେ ପୋଲିସ ଗିରଫ କରିଛି । ଏଥର ଦୁଷ୍କର୍ମ ଅଭିଯୋଗରେ ମାରିୟସ୍‌ ବୋର୍ଗ ହୋଇବିଙ୍କୁ ସୋମବାର ବାନ୍ଧିଛି ପୋଲିସ । ସେ ନରଓ୍ବେ ରାଜବଂଶର ଉତ୍ତରାଧିକାରୀ ଯୁବରାଜ ହ୍ୟାକନଙ୍କ ସାବତ ପୁଅ ଏବଂ ଯୁବରାଣୀ ମେଟ-ମ୍ୟାରିଟ ଓ ତାଙ୍କ ପୂର୍ବତନ ସାଥିଙ୍କ ପୁଅ । ତେବେ ମାରିୟସ୍‌ ବୋର୍ଗ ହୋଇବିଙ୍କୁ ରାଜ ପରିବାରରେ କୌଣସି ଉପାଧି କିମ୍ବା ଦାୟିତ୍ବ ମିଳିନାହିଁ । ମାରିୟସ୍‌ ବୋର୍ଗ ହୋଇବି ସମ୍ଭବତଃ ନିସ୍ତେଜ ଅବସ୍ଥାରେ ଥିବା କିମ୍ବା ତାଙ୍କୁ ପ୍ରତିରୋଧ କରିପାରି ନଥିବା ଜଣେ ମହିଳାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ବୋଲି ପୋଲିସ କହିଛି ।

ଦୁଷ୍କର୍ମ ଘଟଣାଟି କେଉଁଠି ଘଟିଥିଲା ସେନେଇ ପୋଲିସ କିଛି କହିନାହିଁ । ଅନ୍ୟ ଏକ ମିଡିଆ ରିପୋର୍ଟ ଅନୁସାରେ, ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାରିୟସ୍‌ ବୋର୍ଗ ହୋଇବି । ଦୁଷ୍କର୍ମ ପୀଡ଼ିତାଙ୍କ ଓକିଲ ହେଜେ ସାଲୋମନ କହିଛନ୍ତି, ମହିଳାଜଣଙ୍କ ଅତି କଷ୍ଟରେ ଅଛନ୍ତି । ସେପଟେ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ମାରିୟସ୍‌ ବୋର୍ଗ ହୋଇବିଙ୍କ ମାମଲାରେ ରାଜ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ  । 

ଏହା ପୂର୍ବରୁ ଅଗଷ୍ଟ ୪ରେ ଓସଲୋରେ ଉପଦ୍ରବ କରିଥିବା ଅଭିଯୋଗରେ ମାରିୟସ୍‌ ବୋର୍ଗ ହୋଇବିଙ୍କୁ ପୋଲିସ ଅଟକ ରଖିଥିଲା ଏବଂ ପରେ ତାଙ୍କୁ ଜାମିନ ମିଳିଯାଇଥିଲା । ଏହା ବ୍ୟତୀତ ମାରିୟସ୍‌ ବୋର୍ଗ ହୋଇବିଙ୍କ ବିରୋଧରେ ଅନେକ ମାମଲା ରହିଛି । ସେ ବହୁ ନିର୍ଦ୍ଦେଶକୁ ଅବମାନନା କରିଥିଲେ ଏବଂ ଡ୍ରାଇଭିଂ ଲାଇସେନ୍ସ ବିନା  ଗାଡ଼ି ଚଳାଇ ଫସିଥିଲେ । ନରଓ୍ବେ ରାଜ ପରିବାର ବେଶ ଲୋକପ୍ରିୟ ହୋଇଥିବାରୁ ଏହି ଖବରଟି ଖୁବ ଚର୍ଚ୍ଚା ସାଉଁଟିଥିଲା ।  ୨୭ ବର୍ଷୀୟ ବୋର୍ଗ ହୋଇବି ରାଜ ଦମ୍ପତିଙ୍କ ସହ ରହୁଛନ୍ତି । ୨୦୦୧ରେ ଭବିଷ୍ୟତର ମହାରାଣୀ ମେଟ-ମ୍ୟାରିଟ(ବୋର୍ଗ ହୋଇବିଙ୍କ ମା’) ଯୁବରାଜ ହ୍ୟାକନଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ । ସେ ସିଙ୍ଗଲ ମଦର ହୋଇଥିବା ବେଳେ ଜଣେ ସାଥିଙ୍କ ସହ ଜୀବନ ବିତାଉଥିଲେ । ତାଙ୍କର ଏହି ସାଥି ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.