ଭୁବନେଶ୍ୱର ୦୪/୧୨:ପ୍ରାୟତଃ ଗୃହିଣୀମାନେ ବଜାରରୁ କୌଣସି ଖାଦ୍ୟପଦାର୍ଥ କିଣିବା ସମୟରେ ଏହାର ଏକ୍ସପାଏରୀ ଡେଟ୍ ବା ମିଆଦର ଶେଷ ତାରିଖ ଦେଖି କିଣିଥାନ୍ତି । କିନ୍ତୁ ଖାଦ୍ୟ ପ୍ରସ୍ତୁତ ହେଉଥିବା ବାସନ ଆଡକୁ ସେତେଟା ଧ୍ୟାନ ଦେଇ ନଥାନ୍ତି । କିନ୍ତୁ ଜାଣନ୍ତି କି ଏହାର ମଧ୍ୟ ମିଆଦ ଶେଷ ହୁଏ । ତେଣୁ ସମୟ ସହ ବିଭିନ୍ନ ବାସନର ପରିବର୍ତ୍ତନ ମଧ୍ୟ ଜରୁରି ।
ଘରେ ବ୍ୟବହୃତ ହେଉଥିବା ବାସନକୁ କିଛି ସମୟ ବ୍ୟବଧାନରେ ପରିବର୍ତ୍ତନ କରିବା ଜରୁରି । କାରଣ ବାସନ ପୁରୁଣା ହେବା ସହ ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିବା ଆରମ୍ଭ ହୋଇଥାଏ ।
ନନଷ୍ଟିକ୍ ବାସନର ବ୍ୟବହାର :
ନିୟମିତ ବ୍ୟବହାର କରିବା ଯୋଗୁ ନନଷ୍ଟିକ୍ ବାସନଗୁଡିକରେ ୨-୩ ବର୍ଷ ପରେ ସ୍କାଚ୍ ଆରମ୍ଭ ହୋଇଥାଏ । ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଏସବୁ ବାସନର ଏକ୍ସପାଏରୀ ତାରିଖ ଆସିଗଲାଣି । ଯଥାସମ୍ଭବ ଏହାକୁ ବାହାର କରି ନୂଆ ବାସନ ଆଣି ଦିଅନ୍ତୁ, ନଚେତ୍ ରୋଷେଇ ସମୟରେ ପୁରୁଣା ବାସନରୁ କେମିକାଲ୍ ବାହାରି ଖାଦ୍ୟରେ ମିଶିବା ସହ ଶରୀରକୁ କ୍ଷତି ପହଞ୍ଚାଇପାରେ ।
କେବେ ବଦଳାଇବେ?
୧. ଯେତେବେଳେ ବାସନରେ ସ୍କ୍ରାଚ୍ ସହ ରାଞ୍ଚୁଡା ହେବା ପରି ଦାଗ ଦେଖାଯାଇଥାଏ ।
୨. କ୍ରମଶଃ ବାସନର ଉପର ଆସ୍ତରଣ ଛାଡିବା ଆରମ୍ଭ କରିବା ସମୟରେ ।
୩. ଯଦି ବାସନ ଭାଙ୍ଗିବା ସହ ମୋଡି ହୋଇଯାଏ ।
୪. ଯେତେବେଳେ ତେଲ ପକାଇବା ସତ୍ତେ୍ୱ ମଧ୍ୟ ଖାଦ୍ୟ ନନଷ୍ଟିକ୍ ବାସନରେ ଲାଗିଯାଏ ।
ଟିପ୍ସ:ନନଷ୍ଟିକରେ ଖାଦ୍ୟ ରୋଷେଇ କରିବା ସମୟରେ ଆଞ୍ଚକୁ ଧୀମା ରଖନ୍ତୁ ।
ଷ୍ଟିଲ୍ ବାସନର ବ୍ୟବହାର:
ଯଦି ଷ୍ଟିଲ୍ ବାସନକୁ ନିୟମିତ ପରିଷ୍କାର କରୁଥାନ୍ତି, ତେବେ ଏହା ୧୦ରୁ ୧୫ ବର୍ଷ ଯାଏ ବ୍ୟବହାର କରିପାରିବେ । ଅନ୍ୟ ବାସନ ତୁଳନାରେ ଷ୍ଟିଲ୍ ବାସନ ଅଧିକ ଦିନଯାଏ ବ୍ୟବହାର ଯୋଗ୍ୟ ହୋଇପାରିଥାଏ ।
କେବେ ବଦଳାଇବେ?
୧. ଖାଦ୍ୟ ପ୍ରସ୍ତୁତି ବେଳେ ବାସନ ଯଦି ଜଳିଯାଉଥିବ ।
୨. ବାସନ ଯଦି ବଙ୍କାତେଡା ହେବା ସହ ଦାଗ ବା ଜଙ୍କ୍ ଲାଗିଥାଏ ।
୩. ଯଦି ବାସନର ବେସ୍ ବଙ୍କା ହୋଇଯାଏ
ଟିପ୍ସ:ଷ୍ଟିଲ୍ ବାସନରେ ଷ୍ଟିଲ୍ ସ୍କବର୍ ବ୍ୟବହାର କରନ୍ତୁନି । ନଚେତ୍ ବାସନରେ ରାଞ୍ଚୁଡା ସ୍କାଚ୍ ହୋଇପାରେ ।
ଆଲୁମିନିୟନ୍ ବାସନର ବ୍ୟବହାର:
ଯଦି ନିୟମିତ ଜୀବନରେ ଆଲୁମିନିୟମ୍ ବାସନ ବ୍ୟବହାର କରୁଥାନ୍ତି, ତେବେ ଏହାର ପରମାୟୁ ୫ରୁ ୭ ବର୍ଷ ଭିତରେ ରହିବା ଜରୁରି । କିଛି ଘରେ ଆଜି ବି ଆଲୁମିନିୟମ ବାସନର ବ୍ୟବହାର ହେଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଥିରେ ଖାଦ୍ୟ ପ୍ରସ୍ତୁତି କରିବା ଅନୁଚିତ୍ । କାରଣ ଏହାର ଅଧିକ ଉପଯୋଗ କରିବା ଦ୍ୱାରା ନ୍ୟୁରୋ ଡିଜେନେରେଟିଭ୍ ରୋଗର ଆଶଙ୍କା ଉପୁଜିଥାଏ ।
କେବେ ବଦଳାଇବେ?
୧. ଯେତେବେଳେ ଆଲୁମିନିୟମ୍ ବାସନର ଟେଫଲନ୍ ଆସ୍ତରଣ ଛାଡିବା ଆରମ୍ଭ କରିଥାଏ ।
୨. ଯଦି ଖାଦ୍ୟର ସ୍ୱାଦରେ ପରିବର୍ତ୍ତନ ଆସେ ।
୩. ବାସନର ରଙ୍ଗ ପରିବର୍ତ୍ତନ ହେଉଥିଲେ ।
୪. ବାସନର ତଳ ଭାଗ ବଙ୍କା ହେବା ଆରମ୍ଭ କଲେ ।
ଟିପ୍ସ:ଯଥାସମ୍ଭବ ଆଲୁମିନିୟମ୍ ବାସନଠାରୁ ଦୂରେଇ ରହି ଷ୍ଟିଲ୍ ବାସନର ବ୍ୟବହାର କରିବା ଉଚିତ୍ ।
ଲୁହା ବାସନର ବ୍ୟବହାର:
ଯଦି ଏହି ବାସନକୁ ବ୍ୟବହାର ପରେ ସାଇତି ରଖାଯାଏ, ତେବେ ଏହା ସାରା ଜୀବନ ଚାଲିପାରିବ । ଲୁହା ବାସନରେ ରୋଷେଇ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇଥାଏ ।
କେବେ ବଦଲାଇବେ?
୧. ଯଦି ଲୁହା ବାସନରେ କଳଙ୍କି ଲାଗିଯାଏ, ତେବେ ଏହାକୁ ବଦଳାଇ ଦେବା ଉଚିତ୍ ।ନଚେତ୍ ଏହା କେବେ ଏକ୍ସପାଏରୀ ହୋଇ ନଥାଏ ।
୨. ଯଦି ବାସନରେ ରୋଷେଇ ପରେ ଖାଦ୍ୟର ସ୍ୱାଦ ବଦଳିଯାଏ, ତେବେ ଏହାକୁ ପରିବର୍ତ୍ତନ କରିବା ଉଚିତ୍ ।
ଟିପ୍ସ:ଲୁହା ବାସନ ସଫା କରିବା ପରେ ସେଥିରେ ତେଲ ଲଗାଇ ରଖନ୍ତୁ ।