ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଯୁବକଙ୍କୁ ହତ୍ୟାର ପ୍ରତିବାଦ, ଟାୟାର ଜାଳି ରାସ୍ତା ଅବରୋଧ କଲେ ପରିବାର ଲୋକେ

Published By : Krishna Priya | October 8, 2024 7:50 AM

ଫୁଲବାଣୀ ୮/୧୦ : ନିଟରେ ସ୍ଥାନୀୟ ପେଞ୍ଜିସାହିର ଜଗା ମୁଖୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଜଗାଙ୍କୁ ହତ୍ୟା କରାଯାଇଥିବା ପ୍ରତିବାଦରେ ଗାନ୍ଧୀ ଛକଠାରେ ରାସ୍ତା ଉପରେ ଶବରଖି, ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। 

ଜଗାଙ୍କୁ ଦାତପାଜୁ ଅଞ୍ଚଳର କିଛି ଯୁବକ ସଂଘବଦ୍ଧ ଭାବ ବାଡ଼େଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ରବିବାର ବ୍ରହ୍ମପୁର ମେଡିକାଲକୁ ପଠା ଯାଇଥିଲା । ସେଠାରେ ସୋମବାର ତାଙ୍କର  ମୃତ୍ୟୁ ହୋଇଥିଲା। ଏ ନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଏତଲା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ କରୁଛି । ଟାଉନ୍‌ ପୁଲିସ୍‌ କେତେଜଣଙ୍କୁ ଅଟକ ରଖିଛି ।

ଅପରପକ୍ଷେ ମୃତଦେହ ଫୁଲବାଣୀରେ ପହଞ୍ଚିବା ପରେ ପରିବାର ଲୋକେ ଓ ସାହିବାସିନ୍ଦା ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି । ଫଳରେ ଫୁଲବାଣୀରୁ ଭୁବନେଶ୍ୱର, ବୌଦ୍ଧ, ବ୍ରହ୍ମପୁର ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ତହସିଲ୍‌ଦାର ସଚ୍ଚିଦାନନ୍ଦ ନାୟକ, ଟାଉନ ଥାନାଧିକାରୀ କନକ କୁମାର ମାଝୀ ପହଞ୍ଚି ବୁଝାସୁଝା କରୁଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆନ୍ଦୋଳନକାରୀ ଅଡ଼ି ବସିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.