ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

Gold rate: ପୁଣି ଉଛୁଳିଲା ସୁନାଦର; ଜାଣନ୍ତୁ କେତେ ରହିଛି ଆଜିର ସୁନାଦର...

Published By : Bijay Swain | May 2, 2025 11:19 PM

Image courtesy: mathrubhumi

ନୂଆଦିଲ୍ଲୀ: ପୁଣି ବଢିଲା ସୁନାଦର। ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ସୁନାଦର ୧୦ ଗ୍ରାମ ପ୍ରତି ୧,୦୮୦ ଟଙ୍କା ବଢି ୯୬,୮୦୦ ଟଙ୍କାରେ ପହଞ୍ଚିଛି। ସୁନାଦର ବଢିଥିଲେ ମଧ୍ୟ ସୁନା ବିକ୍ରୟରେ ଟିକିଏ ବି ବ୍ରେକ ଲାଗି ନାହିଁ। ଗ୍ରାହକମାନେ ପୂର୍ବ ଭଲି ସୁନା କ୍ରୟ କରୁଛନ୍ତି ବୋଲି ସର୍ବ ଭାରତୀୟ ସରାଫା ଆସୋସିଏସନ ଘୋଷଣା କରିଛି। 

ଗତ ଗୁରୁବାର ଦିନ ମଧ୍ୟ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ୯୯.୯ ପ୍ରତିଶତ ଶୁଦ୍ଧତା ତିବା ସୁନା ୧୦ ଗ୍ରାମ ପ୍ରତି ୨,୮୩୦ ଟଙ୍କା ବୃଦ୍ଧି ଘଟି ୯୫,୭୨୦ ଟଙ୍କାରେ ପହଞ୍ଚିଥିଲା। ଏହା ସହ ୯୯.୫ ପ୍ରତିଶତ ଶୁଦ୍ଧତା ଥିବା ସୁନା ଦରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ପ୍ରତି ୧୦ ଗ୍ରାମ ପିଛା ୧୮୦ ଟଙ୍କା ବୃଦ୍ଧି ହୋଇ ଏହାର ମୂଲ୍ୟ ୯୬,୩୫୦ ଟଙ୍କାରେ ପହଞ୍ଚିଛି। 

ସ୍ଥାନୀୟ ବଜାରରେ ସୁନାର ଚାହିଦା ବୃଦ୍ଧି ପାଇବା ପରେ ଏହାର ପ୍ରଭାବ ଆନ୍ତର୍ଜାତୀୟ ସୁନା ବଜାର ଉପରେ ପଡିଛି। ଯେଉଁଥିପାଇଁ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଅକ୍ଷୟ ତୃତୀୟା ଓ ଧନ ତେରାସ ଅବସରରେ ସ୍ଥାନୀୟ ଲୋକମାନେ ବହୁଳ ପରିମାଣରେ ସୁନା କ୍ରୟ ବିକ୍ରୟ କରିଥିଲେ। ଯେଉଁଥିପାଇଁ ବଜାରରେ ସୂନାର ଚାହିଦା ବୃଦ୍ଧି ହୋଇଛି। ଏହାସହ ଭାରତରେ ବର୍ତ୍ତମାନ ବିବାହର ଋତୁ ଆରମ୍ଭ ହୋଇଯାଇଥିବାରୁ ସୁନାର ଚାହିଦାରେ ମଧ୍ୟ ବୃଦ୍ଧି ଘଟିଛି।

ରୂପା ଦରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଶୁକ୍ରବାର ରୁପା ଦର କିଲୋ ପ୍ରତି୧,୬୦୦ ଟଙ୍କା ବୃଦ୍ଧି ଘଟି ୯୭,୧୦୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ରୂପାଦର କିଲୋଗ୍ରାମ ପ୍ରତି ୨,୫୦୦ ଖସି ୯୫,୫୦୦ ଟଙ୍କା ରହିଥିଲା। ଗୁରୁବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପଡିଥିବାରୁ ସେହି ଦିନ ରୂପା ଦରରେ କୌଣସି ବୃଦ୍ଧି ପରିଲକ୍ଷିତ ହୋଇ ନଥିଲା। କିନ୍ତୁ ଆଜି ରୁପା ଦରରେ ଆଖିଦୃଶିଆ ବୃଦ୍ଧି ପରିଲକ୍ଷିତ ହୋଇଛି।

ଗତ ଏପ୍ରିଲ ୨୨ ତାରିଖ ଦିନ ସୁନା ନିଜ ସର୍ବୋଚ୍ଚ ରେକର୍ଡ ଦର ଛୁଇଁଥିଲା। ସ୍ଥାନୀୟ ବଜାରରେ ସୁନାର ଦର ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କାକୁ ଛୁଇଁଥିଲା। ତେବେ ପରେ ଅବଶ୍ୟ ଏହା ୯୫ ହଜାର ଭଳି ସ୍ତରକୁ ଖସି ଆସିଥିଲା। ସେହିଭଳି ଆନ୍ତର୍ଜାତିୟ ବଜାରରେ ସୁନା ଦର ଆଉନ୍ସ ପ୍ରତି ୩୨.୪୯ ଆମେରିକୀୟ ଡଲାର ରହିଛି। ଯାହା ଭାରତୀୟ ମୁଦ୍ରାରେ ୨,୭୪୭ଟଙ୍କାରେ ପହଞ୍ଚିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.