ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଯାପିତ ହେଲା ଚତୁର୍ଥ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ

Published By : Prameya | May 15, 2025 11:11 PM

ଜହ୍ନ।ପଙ୍କ, ୧୫/୫: ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୧୧ତାରିଖରୁ ଚାଲିଥିବା ଚତୁର୍ଥ   ଗନ୍ଧରାଢ଼ୀ  ଲୋକକଳା  ମହୋସବ ଓ ପଳିଶ୍ରୀ ମେଳା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଗୁରୁବାର ଉଦଯାପିତ ହୋଇଯାଇଛି। ସନ୍ଧ୍ୟାରେ କମିଟିର ସଭାପତି ଅଶୋକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ   ଜିଲ୍ଲା ପରିଷଦ ସଭାପତି ପ୍ରଭାସିନୀ ଦାସ, ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଜ୍ୟୋତି ରଞ୍ଜନ ବହିଦାର, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ସ୍ନେହଲତା ପ୍ରଧାନ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ଉଦ୍ୟୋଗପତି ନୀଳକଣ୍ଠ ମହାନ୍ତି ଯୋଗ ଦେଇଥିଲେ । ଯୋଗଦେଇଥିବା ଅତିଥି ଗଣ ଅଞ୍ଚଳର ବିକାଶରେ ମହୋତ୍ସବ ଜରୁରୀ, ମହୋତ୍ସବ ଲୋକକଳାକୁ ବଞ୍ଚିବାର ରାହା ଦେଖାଇବା ସହିତ କଳା ପ୍ରଦର୍ଶନର ମାଧ୍ୟମ ହୋଇଥାଏ ବୋଲି ବକ୍ତବ୍ୟରେ କହିଥିଲେ। ମହୋତ୍ସବ  କେବଳ ମନରଞ୍ଜନ ଦିଏ ନାହିଁ, ନୂତନ କଳାକାର ସୃଷ୍ଟି କରିବାରେ ସହାୟକ ହୋଇଥାଏ ବୋଲି ଅତିଥିମାନେ ତାଙ୍କ  ବକ୍ତବ୍ୟରେ କହିଥିଲେ   । 

ଉପ ସଭାପତି ମନୋରଞ୍ଜନ ପୁରୋହିତ  ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକୀୟ ବିବରଣୀ ପାଠ କରିଥିଲେ  ଶମ୍ଭୁ ଗିରି। ଅବସରପ୍ରାପ୍ତ ବିଡ଼ିଓ ଯାଦବ କିଶୋର କର୍ଣ୍ଣ  ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ବସନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସ୍ମରଣିକା 'ଗନ୍ଧରାଡ଼ି ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ। ଏହାପରେ ବିଭିନ୍ନ ସାଂସ୍କୃତିକ ଦଳକୁ ଅତିଥିମାନେ ସମ୍ମାନିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ଛାତ୍ରୀଛାତ୍ର ଓ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସମ୍ବଲପୁରୀ ଗୀତର ତାଳେ ତାଳେ ଦର୍ଶକ ନାଚିଥିଲେ । ଲୋକ ମହୋତ୍ସବକୁ ଆର୍କଷଣୀୟ କରିବାକୁ ମୀନା ବଜାର ପଡିଥିବାବେଳେ ଦର୍ଶକ ବୁଲି ବୁଲି ଖାଦ୍ୟ ଷ୍ଟଲର ମଜ୍ଜା ନେଇଥିଲେ। ଜହ୍ନାପଙ୍କ ସରସ୍ବତୀ ଶିଶୁ ମନ୍ଦିର, ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ, ଜଗତି ସରକାରୀ ଉଚ୍ଚ ବିଦ୍ୟାଳୟ, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲଷ୍ମୀପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲ ର ଛାତ୍ର ଛାତ୍ରୀ ସହିତ ଗେହ୍ଲା ମା କଳାନିକେତନ ଓ ପ୍ରଣାମ ବୌଦ୍ଧ ମଧ୍ୟରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସାଂସ୍କୃତିକ ମଞ୍ଚକୁ ଜଗନ୍ନାଥ ସାହୁ, ସୁରେନ୍ଦ୍ର କର୍ଣ୍ଣ, ଶ୍ରଦ୍ଧାଞ୍ଜଳି ସାହୁ   ଓ ସିମରନ ମହାପାତ୍ର  ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ପାଞ୍ଚ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ଉପ ସଭାପତି ବିଦ୍ୟାଧର ସ୍ୱାଇଁ, ପ୍ରଭାତ ପ୍ରଧାନ, ମନୋଜ ଗୁରୁ, ଆଦି ଜେନା, ଅକ୍ଷୟ ସ୍ୱାଇଁ, ଅଭେଦା କଲତା, ଜୟଦେବ କଲତା, ସ୍ଵପ୍ନେଶ୍ଵର ମହାନ୍ତି, ମୋହନ ସାହୁ, ଅର୍ଥ କମିଟିର ଅଧ୍ୟକ୍ଷ ଗଜେନ୍ଦ୍ର ବାରିକ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ସୁଧାଂଶୁ ଶେଖର ମିଶ୍ର, ଜଗତି ଗ୍ରାମବାସୀ ସମେତ ଆଖ ପାଖ ଅଞ୍ଚଳବାସୀ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.