ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ମାଲ୍ୟବନ୍ତ ମହୋତ୍ସବର ବିରାଟ କଳସ ଯାତ୍ରା , ନାଚଗୀତରେ ଦୁଲୁକିଲା ରାଜରାସ୍ତା

Published By : Prameya | December 13, 2024 5:26 PM

ମାଲକାନଗିରି- ଐତିହ୍ୟ ,ପରମ୍ପରା, କଳା , ସଂସ୍କୃତି ଓ ଆଦିବାସୀଙ୍କ ଜୀବନଧାରାର ନିଛକ ପ୍ରତିଛବି ମାଲ୍ୟବନ୍ତ ମହୋତ୍ସବ-୨୦୨୪ର, ମୁଖ୍ୟ ଜିଲ୍ଲାସ୍ତରୀୟ ଉତ୍ସବର ଆଜି ଶୁଭାରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାରେ ଆଦିବାସୀ କଳାସଂସ୍କୃତିକୁ ବଞ୍ଚାଇ ରଖି ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ସହିତ ରାଜ୍ୟ ଓ ଦେଶ ବାହରର କଳାକାରମାନଙ୍କ କଳାଚାତୁରୀକୁ ଜାଣିବା ପାଇଁ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ ହୋଇଛି।

ଆଜି ଉତ୍ସବର ପ୍ରଥମ ଦିବସ ହୋଇ ଥିବାରୁ ଆଜି ସକାଳେ ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଜଗନ୍ନାଥ ମନ୍ଦିରରୁ ଶୁଭ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ କଳାହାଣ୍ଡିର କଟପା ନୃତ୍ୟଦଳ, ଯୋଡିଶଙ୍ଖ, ଦୁଲଦୁଲି ବାଜା, ବଣ୍ଡା, କୋୟା, ପରଜା, ଭୁମିୟା, ଦୁରୁଆ ଆଦିବାସୀ ଜେମସା,ବଙ୍ଗୀୟ ଭାଷାଭାଷୀ ମହିଳାଙ୍କ ଡ୍ରମ ବାଜା, ସାନ୍ତାଳ, ଜୋତିଶଙ୍ଖ ବାଳା ଓ ନୃତ୍ୟର ତାଳେ ତାଳେ ସହର ପରିକ୍ରମା କରାଯାଇ ଡିଏନକେ ମଇଦାନ ମାଲ୍ୟବନ୍ତ ମଣ୍ଡପ ନିକଟକୁ ନିଆଯାଇ ସେଠାରେ ସ୍ଥାପନା କରାଯାଇଛି। 

ଏହି କଳସ ଯାତ୍ରାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ଜିଲ୍ଲାପାଳ ଆସିଶ ଇଶ୍ୱର ପାଟିଲ, ଡିଏଫଓ ପ୍ରତାପ କୋଟାପାଲି,ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ଉନ୍ନୟନ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ସବର, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ , ଜିଲ୍ଲାସଂସ୍କୃତି ଅଧିକାରୀ ସଂନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ,ଡିଆରଡିଏ ଏପିଡି ମାନସ କୁମାର ମିଶ୍ର, ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ଜିଲ୍ଲା ଆଦିବାସୀ ସମାଜ ମହାସଭାର ଘେନୁ ମୁଦୁଲି, ପ୍ରମୁଖ ଜିଲ୍ଲାସ୍ତରୀୟ ବ୍ଲକ ସ୍ତରୀୟ ଅଧିକାରି ବିଭିନ୍ନ ରାଜନୈତିକ ନେତା, ଗଣମାଧ୍ୟମ ପ୍ରତିନିଧି, ଜନସାଧରଣ ଉପସ୍ଥିତ ଥିଲେ। ଖୁସିରେ କଳସ ଶୋଭା ଯାତ୍ରାରେ ବିଧାୟକ, ସାଂସଦ, ଉପଜିଲ୍ଲାପାଳଙ୍କ ସହିତ ଅନ୍ୟ ଅଧିକାରୀମାନେ ନୃତ୍ୟଦଳ ସାଥିରେ ରାସ୍ତାରେ ହାତ ଧରାଧରି ହୋଇ ନୃତ୍ୟ କରି ଥିଲେ ।

ଏହି କଳସ ଯାତ୍ରା ସହର ପରିକ୍ରମା କରି ମାଲ୍ୟବନ୍ତ ମଣ୍ଡପରେ ପହଁଚି ଥିଲା। ଆଜି ସନ୍ଧ୍ୟାରେ ମାଲ୍ୟବନ୍ତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବ ଉଦଘାଟନ କରିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.