ଭୁବନେଶ୍ୱର,୧୧/୦୪: ରାଜ୍ୟରେ ବଢ଼ିବ ତାତି। ଆସନ୍ତାକାଲିଠାରୁ ଓଡ଼ିଶାରେ ବଢ଼ିପାରେ ତାପମାତ୍ରା । ଗ୍ରୀଷ୍ମ ଲହରରେ ପ୍ରଭାବିତ ହେବ ଧନ ଜୀବନ । ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଓ ଖରା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କ କରାଯାଇଛି ।

ଆହୁରି ପଢନ୍ତୁ- ଭୁବନେଶ୍ୱର ଏମ୍ସରେ ରୋଗୀଙ୍କ ସମ୍ପର୍କୀୟ ଅସହାୟ : ବସିବାକୁ ଜାଗା ନାହିଁ, ପାଣି କାଦୁଅରେ ଶୋଉଛନ୍ତି...

ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହର । ୧୮ ତାରିଖ ପରେ ରାଜ୍ୟର କିଛି ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାକୁ ଜାରି ହୋଇଛି ଗ୍ରୀଷ୍ମ ପ୍ରବାହ ବଢ଼ିବା ନେଇ ଆକଳନ କରାଯାଇଛି । ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଅଧିକ ତାତି ଅନୁଭୂତ ହୋଇପାରେ । ଆସନ୍ତା କାଲି ଠାରୁ ଓଡ଼ିଶାର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ପାରେ । ଏ ନେଇ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।