କଟକ ୨୩।୧୦: ବାତ୍ୟା ‘ଦାନା ’ ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ। ଆସନ୍ତା ୨୪ ଓ ୫ ତାରିଖ ୨ ଦିନ ବନ୍ଦ ରହିବ ହାଇକୋର୍ଟ। ଏହା ବଦଳରେ ନଭେମ୍ବର ୩୦ ତାରିଖ ଶନିବାର ଏବଂ ଡିସେମ୍ବର ୭ ତାରିଖ ଶନିବାର ହାଇକୋର୍ଟ ଖୋଲା ରହିବ । ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଆସନ୍ତା ୨୪ ଓ ୨୫ ତାରିଖରେ ବିଭିନ୍ନ ଅନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି ସରକାର । ସଂଗ୍ରାହାଳୟ, ଅଭିଲେଖାଗାର, ଷ୍ଟେଟ୍ ଲାଇବ୍ରେରୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ, ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ, ଉତ୍କଳ ମଣ୍ଡପ ବନ୍ଦ ରହିବ ।