ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

Madhya Pradesh: ଛାଭା ଚଳଚ୍ଚିତ୍ରର ପ୍ରଭାବ; ପୋତାଧନ ପାଇବାକୁ ପଡିଆ ଖୋଳି ପକାଇଲେ ଲୋକ

Published By : Bijay Swain | March 8, 2025 5:44 PM

Image courtesy: indiatoday

ନୂଆଦିଲ୍ଲୀ: ପ୍ରଥମେ କିଛି ଲୋକ ଫିଲ୍ମ ଦେଖିବା ପାଇଁ ଗଲେ। ଆଉ ତା ପରେ ଫିଲ୍ମ ଦେଖି ଏତେ ଅନୁପ୍ରାଣିତ ହୋଇଯାଇଥିଲେ ଯେ ପୁରା ଗାଁକୁ ନେଇ ମାଟିତଳେ ଲୁଚିରହିଥିବା ଖଜଣା ଖୋଜିବାରେ ଲାଗିଯାଇଥିଲେ। ଆପଣ ଏ ଖବର ପଢି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ। କିନ୍ତୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ଟି ସତ। ଆଜ୍ଞା ହଁ କିଛି ଏମିତି ଘଟଛି ମଧ୍ୟପ୍ରଦେଶର ବୁରହନପୁରଠାରେ ଥିବା ଏକ ଗାଁରେ। ଯେଉଁଠି ଲୋକମାନେ ନିକଟରେ ରିଲିଜ ହୋଇଥିବା ଛାଭା ଫିଲ୍ମ ଦେଖି ଏତେ ଅନୁପ୍ରାଣିତ ହୋଇଯାଇଥିଲେ ଯେ ଏୈତିହାସିକ ପୃଷ୍ଟଭୂମି ଥିବା ଅଶୀରଗଡ ଦୁର୍ଗ ନିକଟସ୍ଥ ପଡିଆକୁ ଖୋଳି ସୁନା ଖୋଜିବାରେ ଲାଗିଯାଇଥିଲେ। 

ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି। ଖବର ମୁତାବକ ନିକଟରେ ମୁକ୍ତିଲାଭ କରିଥିବା ଅଭିନେତା ଭିକି କୌଶଲଙ୍କ ଛାଭା ଚଳଚ୍ଚିତ୍ରରେ ଲୁକ୍କାୟିତ ଧନ ସମ୍ପର୍କରେ କୁହାଯାଇଥିଲା। ମୋହଭିରେ ଥିବା ଏହି ସିନକୁ ଲୋକମାନେ ସତ ମାନିନେଇ ଦୁର୍ଗର ଚାରିପାଖେ ଥିବା ପଡିଆକୁ ଖୋଳି ପୋତାଧନ ଖୋଜିବାରେ ଲାଗିପଡିଥିଲେ। ଏହି ଭିଡିଓରେ ଲୋକମାନେ ଟର୍ଚ୍ଚ ଧରି କୋଦାଳରେ ପଡିଆ ଖୋଳି ମାଟିରେ ସୁନା ଖୋଜୁଥିବା ଦେଖାଯାଇଥିଲା। 

ତେବେ ଭାଇରାଲ ହୋଇଥିବା ଏହି ଭିଡିଓରେ ଅନେକ ଲୋକ ସୁନା ମୋହର ପାଇଥିବା ନେଇ ଦାବି କରିଥିଲେ। କିନ୍ତୁ ଏହାକୁ ନେଇ ଆଧିକରିକ ସ୍ତରରେ କୌଣସି ପୃଷ୍ଟି କରାଯାଇନାହିଁ। ତେବେ ଜମି ମାଲିକମାନେ ଲୋକମାନଙ୍କ ଏପରି ପାଗଳପଣରେ ଅତ୍ୟନ୍ତ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ। 

ଏ ସମ୍ପର୍କରେ ମତ୍ତଦେଇ ୱାସିମ ଖାନ ନାମକ ଜଣେ ସ୍ଥାନିୟ ଲୋକ କହିଛନ୍ତି ଯେ “ମୋଭି ଦେଖିବା ପରେ ଲୋକମାନଙ୍କ ମଧ୍ୟରେ ପୋତା ଧନ ପାଇବାକୁ ଗୋଟେ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବହୁଳ ପରିମାଣରେ ଲୋକ ଆଶିରଗଡ ଦୁର୍ଗ ନିକଟରେ ଜମା ହୋଇ ସୁନା ଖୋଜିବାରେ ଲାଗିପଡିଛନ୍ତି। ସୁନା ପାଇବା ପାଇଁ ମାଟି ଖୋଳି ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି।”

ଏ ସମ୍ପର୍କରେ ଖବର ପାଇ ପୋଲିସ ଗଟମାସ୍ଥଳରେ ପହଞ୍ଚିବା ପରେ ଲୋକମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ତେବେ ସେମାନେ ଖୋଳିଥିବା ଗାତ ଗୁଡିକ ପୂର୍ବପରି ପଡିରହିଥିଲା। ପୋଲିସ କିଛି ଜଣଙ୍କୁ ଏନେଇ ପ୍ରଶ୍ନ ପଚାରିବା ପରେ ସେମାନେ ଘଟମାସ୍ଥଳରୁ ପାହୁଲାଏବି କିଛି ପାଇନଥିବା ପୋଲିସକୁ ଜଣାଇଛନ୍ତି। ତେବେ ଏନେଇ ବୁରହନପୁରର ଏସପି ଦେବେନ୍ଦ୍ର ପଟ୍ଟିଦାର କହିଛନ୍ତି ଯେ “ଆମେ ଏ ସମ୍ପର୍କରେ ସୂଚନା ପାଇଛୁ ଓ ଏନେଇ ତଦନ୍ତ ବି ଚଳାଇଛୁ। ଯଦି କେଉଁ ବି ଲୋକ ବେଆଇନ ଭାବେ ଖୋଳାଖୋଳି କରୁଥିବା ଧରାପଡନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।”

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.