ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବୋହୂକୁ ମାରି ଟାଙ୍ଗିଦେଲେ ଶାଶୁଘର ଲୋକେ : ସ୍ଵାମୀ, ଶାଶୁ ଓ ନଣନ୍ଦ ଅଟକ

Published By : Rasmita Pradhan | November 9, 2024 12:29 PM

ଉଦଳା, ୦୯/୧୧ : ପାରିବାରିକ କଳହର କରୁଣ ପରିଣତି। ବୋହୂକୁ ମାରି ଟାଙ୍ଗିଦେଲେ ଶାଶୁଘର ଲୋକେ। ଖୁଣ୍ଟା ଥାନା ମାଠିଆଭଙ୍ଗା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଆରତୀ ସେଠିଙ୍କୁ ତାଙ୍କ ସ୍ଵାମୀ, ଶାଶୁ ଓ ନଣନ୍ଦ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ସୂଚନାନୁଯାୟୀ, ଖୁଣ୍ଟା ଥାନା ମାଠିଆଭଙ୍ଗା ଗ୍ରାମର ଆରତୀ ସେଠିଙ୍କୁ ତାଙ୍କ ଶାଶୁ ଘର ଲୋକ ବାରମ୍ଵାର ନିର୍ଯାତନା ଦେଉଥିଲେ। ଏନେଇ ସେ ପୂର୍ବରୁ ଅନେକ ଥରେ ଏନେଇ ବାପଘରେ ଜଣାଇଥିଲେ। ଏପରିକି ବହୁବାର ଆରତୀ ତାଙ୍କ ବାପଘରେ ରହୁଥିଲେ। ତେବେ ଶୁକ୍ରବାର ହଠାତ୍ ଆରତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କ ସ୍ଵାମୀ ସୁମନ୍ତ ସେଠି ଏନେଇ ବାପଘରକୁ ଖବର ଦେଇଥିଲେ। ଝିଅ ଆତ୍ମହତ୍ୟା କରିଥିବା କହିଥିଲେ। ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହ ଦେଖିଥିଲେ। ହେଲେ ଝିଅର ଆତ୍ମହତ୍ୟା କଥାକୁ ବିଶ୍ଵାସ କରିପାରି ନଥିଲେ। ଶାଶୁଘର ଲୋକ ହତ୍ୟାକରି ଝିଅକୁ ଟାଙ୍ଗି ଦେଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଆହୁରି ଅଧିକ ତଦନ୍ତ ଚଳାଇଛି। ଆରତୀଙ୍କ ସ୍ଵାମୀ ସୁମନ୍ତ ସେଠି, ଶାଶୁ ଶାନ୍ତିଲତା ସେଠି ଓ ନଣନ୍ଦ ତିଳତୋମା ସେଠିଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.