ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

'ରାଜ୍ୟରେ ଶିଶୁ ବିକ୍ରି ଘଟଣା ଲଜ୍ୟାଜନକ' : କଂଗ୍ରେସ

Published By : Rasmita Pradhan | July 28, 2025 1:39 PM

ଭୁବନେଶ୍ୱର, ୨୮/୦୭ : ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ରେ ୨୦ ହଜାର ଟଙ୍କାରେ ଶିଶୁ ବିକ୍ରି ଘଟଣାକୁ କଂଗ୍ରେସର ନିନ୍ଦା। କଂଗ୍ରେସ କହିଛି ଯେ, ୬୦ ବର୍ଷ ତଳେ ଓଡ଼ିଶାର ଯେଉଁ କରୁଣ ଚିତ୍ର ଆମେ ଦେଖିଥିଲେ, ୨୦୨୫ରେ ଠିକ୍ ସେହିଭଳି ଚିତ୍ର ସାମ୍ନାକୁ ଆସିଛି। ଗରିବ ବାପା-ମାଆ ଶିଶୁ କନ୍ୟାକୁ ଲାଳନ ପାଳନ କରିବାରେ ଅସମର୍ଥ ହେବାରୁ ଏଭଳି ଦାରୁଣ ଘଟଣା ଘଟିଛି। ରାଜ୍ୟରେ ଏଭଳି ଶିଶୁ ବିକ୍ରି ଘଟଣା ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ। ଗରିବ ବାପା ମା'ଙ୍କ ପାଖରେ ସରକାରୀ ସହାୟତା ନ ପହଞ୍ଚିବାରୁ ଏଭଳି ଘଟଣା ଘଟିଲା। ସରକାର କ'ଣ କରୁଛନ୍ତି ବୋଲି ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ ପ୍ରଶ୍ନ କରିଛନ୍ତି। 

ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏକ ତଥ୍ୟ ଅନୁଧ୍ୟାନକାରୀ ଟିମ୍ ଗଠନ ହୋଇଛି। ଏହି ଟିମ୍ ଆଜି ବଲାଙ୍ଗୀରି ଗସ୍ତ କରି ପିସିସିଙ୍କୁ ରିପୋର୍ଟ ଦେବ ବୋଲି ପିସିସି ମୁଖପାତ୍ର କହିଛନ୍ତି।

ପ୍ରକାଶ ଥାଉକି, ଟିଟଲାଗଡ଼ ବ୍ଲକ ଭାଲେଗାଁ ପଞ୍ଚାୟତ ବାରଡ଼େର ଗ୍ରାମର ନଳ ରଣା ତାଙ୍କର ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଜଣା ପଡ଼ିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଗ୍ରାମକୁ ଯାଇ ପଚରାଉଚୁରା କରିଥିଲା। ବିଳମ୍ଵିତ ରାତିରେ ବରଗଡ଼ ପାଇକମାଳରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ପୁଲିସ ଏବେ ଜନ୍ମଦାତା ବାପା ସହ ମଧ୍ୟସ୍ଥିକୁ ଅଟକ ରଖି ତଦନ୍ତ ଚଳାଇଛି। ଖୋଳତାଡ଼ ବେଳେ ନଳଙ୍କ ଆର୍ଥିକ ଦୁର୍ଗତି ସମ୍ପର୍କରେ ସୂଚନା ମିଳିଛି। ଅଭାବ ଅନଟନରେ ଚଳୁଥିବା ଦମ୍ପତି ତାଙ୍କ ଶିଶୁକନ୍ୟାଙ୍କୁ ବିକ୍ରି କରିଥିବା ଗ୍ରାମବାସୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.