ପ୍ରମୂଖ ଖବର
  • ସମ୍ବିଧାନର ଅଷ୍ଟମ ଅନୁସୂଚିତରେ ମୁଣ୍ଡାରି ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କଲେ ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୫୫୦୦ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ
  • ||
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ମହାରାଷ୍ଟ୍ର ତଡବାରୁ ଆସିଥିଲା ଗଞ୍ଜାମରେ ବୁଲୁଥିବା ମହାବଳ ବାଘ, ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ୍‌

Published By : Prameya | November 1, 2024 3:00 PM

ଗଞ୍ଜାମ  ୦୧/୧୧:  ଗଞ୍ଜାମ ଏବଂ ପାରଳାଖେମୁଣ୍ଡି ସୀମାରେ ଯେଉଁ ମହାବଳ ବାଘ ବୁଲୁଛି ସେହି ବାଘ ମହାରାଷ୍ଟ୍ର ତଡବାରୁ ଆସିଥିଲା। ବାଘର ବୟସ ୫ ବର୍ଷ। ଏଥିରେ ଭୟବୀତ ହେବାର କୌଣସି କାରଣ ନାହିଁ। ଓଡିଶା ପାଇଁ ମହାବଳ ବାଘ କୌଣସି ନୂଆ କଥା ନୁହେଁ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ।

ତେବେ ବାଘଟି କିଛି କିଛି ସ୍ଥାନରେ ଗାଈ ଏବଂ ବଳଦକୁ ମଧ୍ୟ ଶିକାର କରୁଛି। ଏନେଇ ସ୍ଥାନୀୟ ବାସିନ୍ଧାଙ୍କୁ ମଧ୍ୟ ବନ ବିଭାଗ ସମ୍ପୂର୍ଣ୍ଣ କ୍ଷତି ପୂରଣ ପ୍ରଦାନ କରୁଛି। କ୍ଷତି ପୂରଣ ବାବଦକୁ ୩୦ ହଜାରରୁ ୩୫ ହଜାର ଟଙ୍କା ପ୍ରଦାନ କରାଯାଉଛି। ଓଡିଶା ପାଇଁ ଖୁସି ଖବର କି ଗୋଟିଏ ବାଘ ଦୀର୍ଘ ବାଟ ଅତିକ୍ରମ କରି ଗଞ୍ଜାମ ଏବଂ ପାରଳାଖେମୁଣ୍ଡି ଜଙ୍ଗଲ ସୀମାରେ ବିଚରଣ କରୁଛି। ଏଥିସହିତ  ବାଘ ଜନବସତି ମୁହଁ ହୋଇନାହିଁ ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.