ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଇଏ କେମିତିକା ବେମାର ! କଦଳୀ ଦେଖିଲେ ମନ୍ତ୍ରୀଙ୍କୁ ମାଡ଼ୁଛି ଡର, ପାଖକୁ ଆସୁନି ଫଳ

Published By : Tapas Panda | November 16, 2024 9:59 PM

ନୂଆଦିଲ୍ଲୀ: ଦୁନିଆରେ ପ୍ରତି ବ୍ୟକ୍ତିଙ୍କୁ କୌଣସି ନା କୌଣସି ଜିନିଷ ପ୍ରତି ଭୟ ଥାଏ । କିଏ ଅନ୍ଧାରକୁ ଭୟ କରେ ତ କିଏ ପୋକଜୋକ ଦେଖିଲେ ଭୟ କରନ୍ତି । କିନ୍ତୁ କେହି ଫଳ ଦେଖିଲେ ଭୟ କରୁଥିବା ଆପଣ ଜାଣିଛନ୍ତି କି ? ସାଧାରଣ ଲୋକ ନୁହେଁ ଜଣେ ମନ୍ତ୍ରୀ କଦଳୀ ଦେଖିଲେ ଭୟରେ ଥରି ଉଠୁଛନ୍ତି । ଏପରିକି ତାଙ୍କ ଆଖପାଖରେ କଦଳୀ ରଖିବା ଉପରେ ସେ କଟକଣା ବି ଲଗାଇଛନ୍ତି । ସ୍ବିଡେନର ଲିଙ୍ଗଗତ ସମାନତା ବିଭାଗର ମନ୍ତ୍ରୀ ପାଉଲିନା ବ୍ରାଣ୍ଡବର୍ଗ ଦାବି କରିଛନ୍ତି ଯେ, ତାଙ୍କୁ କଦଳୀ ଦେଖିଲେ ଭୟ ଲାଗୁଛି । ଏକଥା ସମସ୍ତଙ୍କୁ ଚକିତ କରିଛି । 

 କଦଳୀ ପ୍ରତି ମନ୍ତ୍ରୀଙ୍କ ଏଭଳି ଭୟକୁ ଦେଖି ସେ ଯେଉଁଠାକୁ ଯାଉଛନ୍ତି ସେଠାରେ ତାଙ୍କ କର୍ମଚାରୀ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ।  ପାଉଲିନା ବ୍ରାଣ୍ଡବର୍ଗ ନିଜର ଏହି ଫୋବିଆ ବା ଭୟକୁ ନେଇ ସାରା ବିଶ୍ବରେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ କଦଳୀକୁ ଭୟ କରୁଥିବା ନେଇ ୨୦୨୦ରେ ଏକ୍ସ ମାଧ୍ୟରେ ନିଜ ଦେଶର ଲୋକମାନଙ୍କୁ ଜଣାଇଥିଲେ । ସେ ନିଜ ପୋଷ୍ଟରେ ଲେଖିଥିଲେ ଯେ, ‘ମୋତେ ବାନାନା ଫୋବିଆ (କଦଳୀକୁ ଭୟ) ଅଛି । ଲୋକଙ୍କୁ ଏହି କଥା ବିଚଳିତ କରିପାରେ କିନ୍ତୁ ଏହା ହିଁ ସତ ।’ ତେବେ ଏହି ପୋଷ୍ଟଟି ଭାଇରାଲ୍‌ ହେବା ପରେ ଏହାକୁ ଡିଲିଟ୍‌ କରିଦିଆ ଯାଇଥିଲା । 

 ସେପଟେ ସ୍ବିଡେନ୍‌ର ଖବର କାଗଜ ‘ଏକ୍ସପ୍ରେସନ’କୁ ପ୍ରତିକ୍ରିୟା ଦେଇ ପାଉଲିନା ବ୍ରାଣ୍ଡବର୍ଗ କହିଛନ୍ତି ଯେ, କଦଳୀ ସହ ଜଡ଼ିତ ଏହା ଏକ ଆଲର୍ଜି ବୋଲି ଆମେ କହିପାରିବା । ଏହି ଭୟରୁ ମୁକୁଳିବା ଲାଗି ମୋତେ ସହାୟତା ଦରକାର । ପାଉଲିନା ବ୍ରାଣ୍ଡବର୍ଗଙ୍କ କର୍ମଚାରୀ ମଧ୍ୟ ତାଙ୍କର ଏହି ଭୟ ପ୍ରତି ବେଶ ସଚେତନ ଅଛନ୍ତି । ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସେମାନେ ମେଲ୍‌ ମାଧ୍ୟମରେ କଦଳୀ ନରଖିବାକୁ ସଂପର୍କିତ ଅଧିକାରୀଙ୍କୁ ସୂଚନା ଦେଇଥାନ୍ତି । 

ଅନ୍ୟପଟେ ମନ୍ତ୍ରୀଙ୍କ କଦଳୀ ଭୟକୁ ନେଇ ବାଦବିବାଦ ଉପୁଜିବା ପରେ ଦେଶର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ୍‌ କହିଛନ୍ତି, ମନ୍ତ୍ରୀଙ୍କ ଏହି ଅସୁବିଧା ତାଙ୍କର କାର୍ଯ୍ୟକୁ ପ୍ରଭାବିତ କରୁନାହିଁ । ମୁଁ ପ୍ରତି ବ୍ୟକ୍ତିଙ୍କ ଭୟକୁ ସମ୍ମାନ କରୁଛି । ଜଣେ କଠିନ ପରିଶ୍ରମୀ କ୍ୟାବିନେଟ ମନ୍ତ୍ରୀ ଏଭଳି ଏକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଲୋକେ ତାଙ୍କୁ ଥଟ୍ଟା କରୁଛନ୍ତି ଜାଣି ମୁଁ ମର୍ମାହତ । କିନ୍ତୁ ପାଉଲିନା ବ୍ରାଣ୍ଡବର୍ଗ ଆପଣ ଜଣେ ଭଲ ବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଫଳ ପ୍ରତି ଭୟ ସୃଷ୍ଟି ହେବାକୁ କୌଣସି ଫୋବିଆ ଶ୍ରେଣୀଭୁକ୍ତ କରାଯାଇ ନାହିଁ । ତଥାପି ଖାଦ୍ୟ ଭୟକୁ ‘ବିଶିଷ୍ଟ ଓ ପୃଥକ’ ଫୋବିଆ ଶ୍ରେଣୀରେ ସାମିଲ କରିଛି ଇଣ୍ଟରନ୍ୟାସନାଲ୍‌ କ୍ଲାସିଫିକେସନ୍ ଅଫ ଡିଜିଜ୍‌ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.