ଭୁବନେଶ୍ୱର,୦୯/୧୦: ଭୁବନେଶ୍ୱରରେ ଆସନ୍ତା ୧୦ ତାରିଖ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି  ହେବନି । ଏ ସଂକ୍ରାନ୍ତରେ ଆଜି ସୂଚନା ଓ ଲୋକସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଦିନ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ  ଥିବାରୁ ଅଭିଯୋଗ ଶୁଣାଣି ଶିବିର ବନ୍ଦ ରହିବ । ପରବର୍ତ୍ତୀ  ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମରେ  ଜଣାଇ ଦିଆଯିବ ବୋଲି ବିଭାଗ ସୂଚନା ଦେଇଛି ।