ମେଷ : ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ଓ ଘାତବାର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତିର ବିକାଶ ଘଟିବ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ପାରିବାରିକ ବିବାଦ ଓ ପୈତୃକ ସମ୍ପତ୍ତିକୁ ନେଇ ଥିବା ବିବାଦର ସମାଧାନ ହେବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ଘାତବାର ଯୋଗୁ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର ଅଶ୍ୱନୀ ଓ କୃତ୍ତିକା ମେଷ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ସିଲ୍‌ଭର, ସଂଖ୍ୟା : ୩, ଆରାଧନା : ପ୍ରଭୁ ସ୍କନ୍ଦ ।

ବୃଷ :  ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ମୃଗଶିରା ବୃଷ, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା: ପ୍ରଭୁ ଶ୍ରୀରାମ ।

ମିଥୁନ :  ତୃତୀୟ ଚନ୍ଦ୍ର, ରବିବାର ଓ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ । ମନରେ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ପ୍ରକାଶ ପାଇବ ଏବଂ ମନବଳ ଦୃଢ଼ ହେବ । ନୂତନ କର୍ମାରମ୍ଭ ଓ ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ମନରେ ଉତ୍ସାହ, ଉଦ୍ଦୀପନା ଓ ଭାବପ୍ରବଣତା ପ୍ରକାଶ ପାଇବ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ଭାଇଭଉଣୀଙ୍କ ସହଯୋଗ ମିଳିବ ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ଚକୋଲେଟ୍‌, ସଂଖ୍ୟା : ୪, ଆରାଧନା : ମା’ ତ୍ରିପୁର ସୁନ୍ଦରୀ ।

କର୍କଟ : ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଅଶ୍ଳେଷା କର୍କଟ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ମା’ ଭୁବନେଶ୍ୱରୀ ।

ସିଂହ : ଶ୍ରୀଚନ୍ଦ୍ର, ରବିବାର ଓ ଦ୍ୱିତୀୟା ତିଥି ଭୋଗ ହେଉଥିବାରୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ଓ ବ୍ୟବସାୟରେ ପ୍ରଗତି ତଥା ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ । ଆମୋଦପ୍ରମୋଦ, ମଉଜ ମଜଲିସ୍‌ରେ ଅଧିକ ଆଗ୍ରହ ରହିବ ଏବଂ ସ୍ୱଜନ, ପରିଜନଙ୍କ ତରଫରୁ ସାହାଯ୍ୟ, ସହଯୋଗ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ମଘା ଓ ଉତ୍ତରାଷାଢ଼ା ସିଂହ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୧୧, ଆରାଧନା : ମା’ ମାତଙ୍ଗୀ ।

କନ୍ୟା: ଦ୍ୱାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ଗ୍ରହଣ କରିବେ । ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବ ଏବଂ ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । ସତ୍‌ସଙ୍ଗ ପରିତ୍ୟାଗ କରି କୁସଙ୍ଗରେ ପଡ଼ିବେ ଏବଂ ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଚିତ୍ରା କନ୍ୟା, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୮, ଆରାଧନା: ଭଗବାନ ବିଷ୍ଣୁ । 

ତୁଳା : ଏକାଦଶ ଚନ୍ଦ୍ର, ପୂର୍ବାହ୍ଣ ୧୧ଟା ୪୯ ମିନିଟ୍‌ ପରେ ଦ୍ୱିତୀୟା ତିଥି ଓ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ । ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ ଏବଂ ସମସ୍ତ ଇପ୍‌ସିତ ପଦାର୍ଥ ହାତ ପାହାନ୍ତାରେ ଉପଲବ୍ଧ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ ଜାରି ରଖିବେ । କର୍ମରେ ଆଶାଠାରୁ ଅଧିକ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ସ୍ୱାତୀ ତୁଳା, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ଧଳା, ସଂଖ୍ୟା : ୧୨, ଆରାଧନା : ମା’ ଗାୟତ୍ରୀ ।

ବିଛା : ଦଶମ ଚନ୍ଦ୍ର, ରବିବାର ଯୋଗୁ କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ମନରେ ସତ୍‌ଚିନ୍ତା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍‌କର୍ମରେ ଅଧିକ ଆଗ୍ରହ ରହିବ । ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଓ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ମା’ ବଗଳାମୁଖୀ ।

ଧନୁ : ନବମ ଚନ୍ଦ୍ର, ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି ଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ପରୋପକାର, ସମାଜସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ମହତ୍‌ ଜନଙ୍କ ସାନ୍ନିଧ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ଲାଲ, ସଂଖ୍ୟା: ୭, ଆରାଧନା :  ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : ଘାତଚନ୍ଦ୍ର ଯୋଗୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ଚାଳିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଦ୍ୱିଗୁଣ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁମାନଙ୍କର ଧନିଷ୍ଠା ମକର, ସେମାନେ ସତର୍କ ହେବେ । 

ଶୁଭ ରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୬, ଆରାଧନା : ମା’ ଭୈରବୀ ।

କୁମ୍ଭ :  ସପ୍ତମ ଚନ୍ଦ୍ର, ରବିବାର ଓ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆମୋଦପ୍ରମୋଦ, ମଉଜ ମଜଲିସ୍‌ରେ ଅଧିକ ଆଗ୍ରହ ରହିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ଭିତରେ ଉତ୍ତମ ବୁଝାମଣା ରହିବ । ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମରେ ସଫଳତା, ମହିଳା ସହକର୍ମୀଙ୍କ ସହଯୋଗ ଓ ସମସ୍ତଙ୍କ ପ୍ରଶଂସାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଦେହ, ମନ ସୁସ୍ଥ ରହିବ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ସୁଫଳ ପାଇବେ । 

ଶୁଭ ରଙ୍ଗ : ମାଟିଆ, ସଂଖ୍ୟା : ୩, ଆରାଧନା : ମା’ ଭୈରବୀ ।

ମୀନ : ଷଷ୍ଠ ଚନ୍ଦ୍ର, ରବିବାର ଯୋଗୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସମୟାନୁବର୍ତ୍ତିତା ଆପଣାଇବେ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ, ସେମାନେ ଉପକୃତ ହେବେ । 

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ମା’ ଧୂମାବତୀ ।

 

ଜ୍ୟୋତିର୍ବିଦ୍‌ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩