ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୨୬ରେ ପୋପ୍‌ଙ୍କ ଶେଷକୃତ୍ୟ, ରୋମ୍‌ର ସାଣ୍ଟା ମାରିଆ ମାଗିଓର୍‌ ବାସିଲିକାରେ ଦିଆଯିବ ସମାଧି

Published By : Rasmita Pradhan | April 23, 2025 10:27 AM

ଭାଟିକାନ୍‌, ୨୩/୦୪ : କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅନ୍ତିମ ସଂସ୍କାର ଏପ୍ରିଲ ୨୬ରେ କରାଯିବ । ସେଣ୍ଟ ପିଟର୍ସ ସ୍କୋୟାରଠାରେ ସକାଳ ୧୦ଟାରେ ଶେଷକୃତ୍ୟ କରାଯିବା ନେଇ ଭାଟିକାନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ପାର୍ଥିବ ଶରୀରକୁ କଫିନ୍‌ରେ ରଖାଯିବା ସହ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୃତଦେହ ନିକଟରେ ଧାର୍ମିକ ନେତାଙ୍କ ଦ୍ୱାରା ପ୍ରାର୍ଥନା କରାଯାଉଛି । କ୍ୟାଥୋଲିକ୍‌ ଚର୍ଚ୍ଚର କାର୍ଡିନଲ୍‌ (ପାଦ୍ରୀ) ଭାଟିକାନ୍‌ରେ ପହଞ୍ଚିଛନ୍ତି । ଅନ୍ତିମ ସଂସ୍କାରରେ ସାରା ବିଶ୍ୱର ନେତା ଏବଂ ଜନସାଧାରଣ ଏକଜୁଟ ହେବେ । 

ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ୮୮ ବର୍ଷୀୟ ପୋପ୍‌ଙ୍କର ସୋମବାର ସକାଳେ ପରଲୋକ ହୋଇଥିଲା । ଭାଟିକାନ୍‌ ଅନୁସାରେ, ଷ୍ଟ୍ରୋକ୍‌ ଏବଂ ହୃତ୍‌ପିଣ୍ଡ ଅଚଳ ହେବା ଯୋଗୁ ପୋପ୍‌ଙ୍କ ମୃତ୍ୟୁ ଘଟିଥିଲା । ସୋମବାର ରାତି ପ୍ରାୟ ସାଢ଼େ ୧୧ଟାରେ ପୋପ୍‌ଙ୍କ ମରଶରୀରକୁ ତାଙ୍କ ଭାଟିକାନ୍‌ ସ୍ଥିତ ସେଣ୍ଟ ମାର୍ଥା ବାସଭବନରେ କଫିନ୍‌ରେ ରଖାଯାଇଥିଲା । ଦେହାନ୍ତ ପରେ ପୋପ୍‌ଙ୍କ ଫଟୋ ଏବଂ ଭିଡିଓ ଜାରି କରାଯାଇଛି । ତାଙ୍କୁ ଲାଲ୍‌ ପୋଷାକ ପରିଧାନ କରାଯାଇ, ମୁଣ୍ଡରେ ପୋପ୍‌ଙ୍କ ମୁକୁଟ ଏବଂ ହାତରେ ଏକ ମାଳା ସହ ଏକ ଖୋଲା କଫିନ୍‌ରେ ରଖାଯାଇଥିବା ଦେଖିବାକୁ ମିଳିଛି । ପୋପ୍‌ଙ୍କ ଅନ୍ତିମ ସଂସ୍କାର ବେଳେ ଭାଟିକାନ୍‌ର ସେଣ୍ଟପିଟର୍ସ ସ୍କୋୟାରରେ ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । 

ସାରା ବିଶ୍ୱରୁ ଅନେକ ନେତା ଏବଂ ହଜାର ହଜାର କ୍ୟାଥୋଲିକ୍‌ ଧର୍ମଗୁରୁ ଏଥିରେ ଯୋଗଦେବେ । କଫିନ୍‌କୁ ସେଣ୍ଟ ପିଟର୍ସ ବାସିଲିକାକୁ ଅଣାଯାଇ ସେଠାରେ ରୀତିନୀତି ପାଳନ କରାଯିବ । ପରେ ରୋମ୍‌ର ସାଣ୍ଟା ମାରିଆ ମାଗିଓର୍‌ ବାସିଲିକାରେ ଫ୍ରାନ୍ସିସ୍‌ଙ୍କୁ ସମାଧି ଦିଆଯିବ । ରିପୋର୍ଟ ଅନୁସାରେ, ଶେଷକୃତ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଆରମ୍ଭ କରି ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର ଲେୟନ, ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏଥିରେ ସାମିଲ ହେବେନାହିଁ ବୋଲି ଜଣାପଡ଼ିଛି ।  ଏକ ବିରଳ ପଦକ୍ଷେପ ଭାବେ ପୋପ୍‌ଙ୍କ ପରି ଜଣେ ବିଦେଶୀ ଧାର୍ମିକ ଗୁରୁଙ୍କ ଦେହାନ୍ତରେ ଭାରତରେ ମଙ୍ଗଳବାରଠାରୁ ୩ ଦିନିଆ ଶୋକ ପାଳନ କରାଯାଉଛି । ପୋପ୍‌ଙ୍କ ନିଜ ଆର୍ଜେଣ୍ଟିନାରେ ସପ୍ତାହେ ପାଇଁ ଶୋକ ଘୋଷଣା କରାଯାଇଛି । ସେହିପରି ଇଟାଲୀ ୫ ଦିନିଆ ଶୋକ ପାଳୁଛି ।

ଏହି ଖବରଟିକୁ ପଢନ୍ତୁ-ପହଲଗାମ ଆକ୍ରମଣର ଦିନକ ପରେ ବଡ଼ ଷଡ଼ଯନ୍ତ୍ର, ବାରମୁଳା ଦେଇ ଅନୁପ୍ରବେଶ କରୁଥିଲେ ଆତଙ୍କବାଦୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.