ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାସ୍ତା ନିର୍ମାଣ, ମୋବାଇଲ ନେଟୱର୍କ ଓ ଲଷ୍ମୀ ବସ ଚଳାଚଳ ପାଇଁ ଦାବି

Published By : Suraj Kumar | November 5, 2024 10:15 PM

ଫିରିଙ୍ଗିଆ, ୫।୧୧  : ଆଦିବାସୀ ଅଧ୍ୟୁଷତ କନ୍ଧମାଳ ଜିଲ୍ଲାରେ ଏବେବି ଅନେକ ଗାଁ ରହିଛି ଯେଉଁ ଗାଁ ମାନଙ୍କୁ ଗମନାଗମନର ସୁବିଧା ପାଇଁ ଆଜି ପଯ୍ୟନ୍ତ ମଧ୍ୟ୍ୟ ଭଲ ରାସ୍ତା ଟିଏ ହୋଇ ପାରିନାହିଁ I ଏହି ରାସ୍ତା ମରାମତି ଓ ନୂତନ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ୍ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି I ବିଶେଷ କରି ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଫିରିଙ୍ଗିଆ ବ୍ଲକ ରେ ଏଭଳି ରାସ୍ତାଘାଟ ସମସ୍ୟା  ରହିଛି।ବ୍ଲକ ର ଗୋଛାପଡା ଅଂଚଳରେ ଥିବା କିଛି ଉପାନ୍ତ ଅଂଚଳରେ ରେ ରାସ୍ତା ନିର୍ମାଣ, ମୋବାଇଲ ନେଟୱର୍କ ସମସ୍ୟା ଓ ଲଷ୍ମୀବସ ଚଳାଚଳ ପାଇଁ ଜିଲ୍ଲାପାଳ ଙ୍କ ପାଖରେ ଦାବି କରିଛନ୍ତି କନ୍ଧମାଳ ଜିଲ୍ଲା କୁଇସମାଜ ସଭାପତି ତଥା ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର ଓ ପାହିରେଜୁ ସରପଞ୍ଚ କେଶବ କହଁର I 

ତେବେ ଫିରିଙ୍ଗିଆ ବ୍ଲକ ସଲା ଗୁଡା ପଞ୍ଚାୟତ ର ଵଦାପାଜୁ ଠାରୁ ବାଡାବାଙ୍କୁ ଗାଁକୁ ଏକ ରାସ୍ତା ନିର୍ମାଣ ପାଇଁ କୁଇସମାଜ ସଭାପତି ଜିଲ୍ଲାପାଳ ଙ୍କ ପାଖରେ ଦାବି କରିଥିବା ବେଳେ ବ୍ଲକ ର ପାହିରେଜୁ ପଂଚାୟତ ର ପିଣ୍ଡାଙ୍ଗି ଓ ତିଲକ୍ ପାଙ୍ଗା ଗାଁରେ ନିର୍ମାଣ ହୋଇଥିବା ଟାୱାର କୁ କାର୍ଯ୍ୟକ୍ଷମ କରିବା ଓ ବ୍ଲକ ମୁଖ୍ୟାଳୟ ଠାରୁ ପାହିରେଜୁ ଗାଁ କୁ ଲଷ୍ମୀ ବସ ଚଳାଚଳ କରିବା ପାଇଁ ପାହି ରେଜୁ ସରପଞ୍ଚ କେଶବ କହଁର ଜିଲ୍ଲପାଳଙ୍କ ପାଖରେ ଦାବି କରିଛନ୍ତି I ଉଭୟ ସରପଞ୍ଚଙ୍କ ଦାବିକୁ ଗ୍ରହଣ କରି ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ  ପ୍ରତିଶ୍ରୁତି ଦେଇଛନ୍ତି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.