ମୁମ୍ବାଇ,୩୦/୦୯: ଅପେକ୍ଷାର ହେଲା ଅନ୍ତ । ଖୁବଶୀଘ୍ର ଆସିବାକୁ ଯାଉଛି ପ୍ରଭାସଙ୍କ ଫିଲ୍ମ 'ଦ ରାଜା ସାବ' ।ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଆଉ ଏହାରି ମଧ୍ୟରେ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଟ୍ରେଲରରେ ପ୍ରଭାସଙ୍କ ଲୁକ୍ ଜବରଦସ୍ତ ଏବଂ ଭିନ୍ନ ଦେଖିବାକୁ ମିଳିଛି। ତେବେ ଏହା ଏକ ରୋମାଣ୍ଟିକ ଫିଲ୍ମ ଯେଉଁଥିରେ ଭୟ ସହିତ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।
ତେବେ ମାରୁତି ଦାସାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଘୋଷଣା ପର ଠାରୁ ଚର୍ଚ୍ଚାରେ ରହିଛି କାରଣ ଏହା ପ୍ରଭାସଙ୍କ ୨୨ ବର୍ଷର କ୍ୟାରିଅରରେ ହରର-କମେଡି ଧାରାବାହିକରେ ପ୍ରଥମ ଏଣ୍ଟ୍ରି । ଏହା ପ୍ରଭାସଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଭିନ୍ନ ଉପହାର ହେବ । ସେହିପରି ବଲିଉଡ ଅଭିନେତା ସଞ୍ଜୟ ଦତ୍ତ 'ଦ ରାଜା ସାବ'ରେ ପ୍ରଭାସଙ୍କ ଦାଦା ଭୂମିକାରେ ଅଭିନୟ କରୁଛନ୍ତି । ୨୯ ଜୁଲାଇ ମଙ୍ଗଳବାର ଦିନ ସଞ୍ଜୁ ବାବାଙ୍କ ଜନ୍ମଦିନ ଅବସରରେ, ନିର୍ମାତାମାନେ ତାଙ୍କର ଏକ ପୋଷ୍ଟର ରିଲିଜ୍ କରିଥିଲେ । ଯାହାକୁ ବେଶ ପସନ୍ଦ କରାଯାଇଥିଲା । ପ୍ରକାଶ ଥାଉକି, 'ଦ ରାଜା ସାବ' ହେଉଛି ପ୍ରଭାସଙ୍କ ବଡ଼ ଫିଲ୍ମ । ମାରୁତି ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ନିଧି ଅଗ୍ରୱାଲ, ମାଲବିକା ମୋହନନ ଏବଂ ରିଦ୍ଧି କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ । 'ଦ ରାଜା ସାବ' ପିପୁଲ୍ ମିଡିଆ ଫ୍ୟାକ୍ଟ୍ରି ବ୍ୟାନରରେ ଟିଜି ବିଶ୍ୱ ପ୍ରସାଦଙ୍କ ଦ୍ୱାରା ପ୍ରଯୋଜିତ । ସିନେମାଟୋଗ୍ରାଫି କାର୍ତ୍ତିକ ପଲାନି କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଥମନ ଏସ୍ ଏବଂ ଫିଲ୍ମର ନିର୍ମାତା ଅଟନ୍ତି ଟିଜି ବିଶ୍ବ ପ୍ରସାଦ । ତେବେ ଫିଲ୍ମଟ