ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

୭ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସନାତନୀ : କର୍ମ ହିଁ ଧର୍ମ’, ବାସିବ କୋରାପୁଟର ଝିଅ ଫୁଲ

Published By : Rasmita Pradhan | January 22, 2025 12:18 PM

ଭୁବନେଶ୍ଵର, ୨୨/୦୧ : କୋରାପୁଟର ଆଦିବାସୀ ଝିଅ ଫୁଲ । ଗାଁ, ବଣ ପାହାଡ଼, ସରଳ ଆଦିବାସୀ ମଣିଷ ଫୁଲର ଅତି ପ୍ରିୟ । କିନ୍ତୁ ଫୁଲ ଦେଖୁଛି, ଧୀରେଧୀରେ ଗାଁ ଲୋକଗୁଡ଼ାକ ବଦଳି ଯାଉଛନ୍ତି । କିଛି ସହରୀ ଲୋକଙ୍କ କଥାରେ ପଡ଼ି ନିଜ ଧର୍ମ ଛାଡ଼ି ଅନ୍ୟ ଧର୍ମକୁ ଆପଣାଉଛନ୍ତି । ଏହି ସରଳ ମଫସଲି ଲୋକଙ୍କୁ ସହରୀ ଲୋକମାନେ ଚିକ୍କଣିଆ କଥା କହି ଫସାଉଛନ୍ତି । ନିଜ ବ୍ୟବସାୟ ବଢ଼ାଉଛନ୍ତି । କେବଳ ଧର୍ମ ପରିବର୍ତ୍ତନ ନୁହେଁ, ଆହୁରି ଅନେକ ଅସୁବିଧା ସୃଷ୍ଟି କରୁଛନ୍ତି ସେମାନେ। ଗାଁର ଏଭଳି ଦୁର୍ଦ୍ଦଶା ଦେଖି ସହିପାରୁନି ଫୁଲ । ଭାଇ କେମ୍ବ୍ରୁ ସହିତ ମିଶି ସେ ଲାଗିପଡ଼ୁଛି ଗାଁକୁ ସଜାଡ଼ିବାରେ । ଫୁଲ ଓ କେମ୍ବ୍ରୁ ସହିତ ଏ ଲଢ଼େଇରେ ସାମିଲ ହେଉଛନ୍ତି ଆଉ ଜଣେ ସହରୀବାବୁ । ତିନିହେଁ ମିଶି ବୁଝାଉଛନ୍ତି, ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି ଲୋକଙ୍କ ଭାବନାରେ । 

ଏହି ଖବରଟିକୁ ପଢନ୍ତୁ-୨୦୨୫ରେ ଦମ୍ ଦେଖାଇବ ‘ଦେବା’, ଜାଣନ୍ତୁ ସାହିଦଙ୍କ ପୂର୍ବ ବକ୍ସ ଅଫିସ୍ ରେକର୍ଡ

ଏହା ହେଉଛି ଫେବ୍ରୁଆରୀ ୭ରେ ମୁକ୍ତିଲାଭ କରୁଥିବା ବାସ୍ତବଧର୍ମୀ ଚଳଚ୍ଚିତ୍ର ‘ସନାତନୀ : କର୍ମ ହିଁ ଧର୍ମ’ର କାହାଣୀ । ଏଥିରେ ଫୁଲ ଚରିତ୍ରରେ ଅଭିନୟ କରୁଛନ୍ତି ଅର୍ଲିନ୍‌ ଅଙ୍କିତା । ଯେଉଁ ସହରୀବାବୁ ଫୁଲକୁ ସବୁ କାମରେ ସହାୟତା କରୁଛନ୍ତି, ସେ ଚରିତ୍ରରେ ଆସୁଛନ୍ତି ସମ୍ବିତ । ଅର୍ଲିନ୍‌ କହନ୍ତି, ଫୁଲ ଚରିତ୍ରକୁ ଶତ ପ୍ରତିଶତ ନ୍ୟାୟ ଦେବା ପାଇଁ ସେ ଖୁବ୍‌ ପରିଶ୍ରମ କରିଛନ୍ତି । ଫୁଲ ଚରିତ୍ରରେ ତାଙ୍କ ଅଭିନୟ ସାରା ଓଡ଼ିଶାରେ ବାସିବ, ଆଶା ଲୋକଙ୍କୁ ଭଲ ଲାଗିବ । ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ସିନେମା ନିର୍ମାଣ ହୋଇଛି । କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼ । ସଂଳାପ ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି । ଗୀତ ରଚନା କରିଛନ୍ତି ଡା. ନିର୍ମଳ ନାୟକ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.