ପ୍ରମୂଖ ଖବର
  • ଚତୁର୍ଥ ଦିନ ଖେଳ ଶେଷ, ଇଂଲଣ୍ଡର ସ୍କୋର ୩୩୯/୬; ପଞ୍ଚମ ଦିନ ଆସିବ ଓଭାଲ୍ ଟେଷ୍ଟର ରେଜଲ୍ଟ
  • ||
  • ବିହାରରୁ ଦିଲ୍ଲୀ SIR ବିବାଦ ତୀବ୍ର: ଜୁଲାଇ ୭ରେ ଇଣ୍ଡି ମେଣ୍ଟର ବୈଠକ
  • ||
  • ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ୍
  • ||
  • ଆନ୍ଧ୍ରପ୍ରଦେଶ ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ, ୯ ମୃତ
  • ||
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଚତୁର୍ଥ ଦିନ ଖେଳ ଶେଷ, ଇଂଲଣ୍ଡର ସ୍କୋର ୩୩୯/୬; ପଞ୍ଚମ ଦିନ ଆସିବ ଓଭାଲ୍‌ ଟେଷ୍ଟର ରେଜଲ୍ଟ

Published By : Tapas Panda | August 3, 2025 10:52 PM

Image Courtesy: espncricinfo

ଲଣ୍ଡନ: ଓଭାଲ ଟେଷ୍ଟର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୬ ୱିକେଟ ହରାଇ ୩୩୯ ରନ କରିଛି । ବର୍ଷା ଯୋଗୁଁ ଚତୁର୍ଥ ଦିନର ଖେଳ ଶୀଘ୍ର ବନ୍ଦ ହୋଇଛି । ଏବେ ଶେଷ ଦିନରେ ମ୍ୟାଚର ଫଳାଫଳ ପ୍ରକାଶ ପାଇବ। ଇଂଲଣ୍ଡକୁ ବିଜୟ ପାଇଁ ଏବେ ବି ୩୫ ରନ ଆବଶ୍ୟକ । ଅନ୍ୟପକ୍ଷରେ, ଭାରତକୁ ବିଜୟ ପାଇଁ ୪ ୱିକେଟ ଆବଶ୍ୟକ । କ୍ରିସ୍ ୱକ୍ସ ବ୍ୟାଟିଂ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଯଦି ୱକ୍ସ ବ୍ୟାଟିଂ କରିପାରିବେ ନାହିଁ, ତେବେ ଟିମ୍ ଇଣ୍ଡିଆ ୩ ୱିକେଟ ନେବା ମାତ୍ରେ ବିଜୟ ଲାଭ କରିବ । 

ମ୍ୟାଚ୍‌ର ଚତୁର୍ଥ ଦିନରେ ୩୭୪ ରନ୍‌ର ଲକ୍ଷ୍ୟ ପିଛା କରିବା ସମୟରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଏହା ପରେ ହ୍ୟାରି ବ୍ରୁକ୍‌ ଏବଂ ଜୋ ରୁଟ୍‌ ଚମତ୍କାର ଶତକ ହାସଲ କରି ମ୍ୟାଚ୍‌କୁ ଇଂଲଣ୍ଡ ସପକ୍ଷରେ କରାଇଥିଲେ।

ଗୋଟିଏ ସମୟରେ ଇଂଲଣ୍ଡ ୧୦୬ ରନରେ ତିନୋଟି ୱିକେଟ ହରାଇଥିଲା। ଏହା ପରେ ହ୍ୟାରି ବ୍ରୁକ୍ ଏବଂ ଜୋ ରୁଟ୍ ଇଂଲଣ୍ଡ ଇନିଂସକୁ ସମ୍ଭାଳିଥିଲେ ଏବଂ ଚତୁର୍ଥ ୱିକେଟ ପାଇଁ ୧୯୫ ରନର ପାର୍ଟନରସିପ୍ କରିଥିଲେ। ହ୍ୟାରି ବ୍ରୁକ୍ ମାତ୍ର ୯୮ ବଲ୍‌ରେ ୧୪ ଚୌକା ଏବଂ ୨ ଛକା ସହାୟତାରେ ୧୧୧ ରନର ଶତକ ହାସଲ କରିଥିଲେ। ଜୋ ରୁଟ୍ ୧୫୨ ବଲ୍‌ରେ ୧୨ ଚୌକା ସହାୟତାରେ ୧୦୫ ରନ କରିଥିଲେ। 

ଜୋ ରୁଟ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC)ରେ ମଧ୍ୟ ତାଙ୍କର ୬୦୦୦ ରନ ପୂରଣ କରିଛନ୍ତି। ସେ WTCରେ ସର୍ବାଧିକ ରନ ସ୍କୋର କରିବାରେ ଶୀର୍ଷରେ ଅଛନ୍ତି। ଏହା ବ୍ୟତୀତ, ସେ ଏହି ଟେଷ୍ଟ ସିରିଜରେ ଶତକର ହ୍ୟାଟ୍ରିକ୍ ମଧ୍ୟ ପୂରଣ କରିଛନ୍ତି । ପୂର୍ବରୁ ସେ ଲର୍ଡସ୍ ଏବଂ ମାଞ୍ଚେଷ୍ଟରରେ ଶତକ ହାସଲ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.