ପ୍ରମୂଖ ଖବର
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ଏହି ରାଜ୍ୟରେ ହେଲା ଟ୍ୟାକ୍ସ ଫ୍ରି

Published By : Anindita Ratha | November 20, 2024 12:46 PM

ମୁମ୍ବାଇ,୨୦/୧୧:  ଚର୍ଚ୍ଚାରେ ବିକ୍ରାନ୍ତ ମେସିଙ୍କ ସତ୍ୟ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ଏହା ଖୁବ କମ ଦିନରେ ସାଉଁଣ୍ଟିଛି ଲୋକପ୍ରିୟତା । ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରୁ ଦର୍ଶକ ପ୍ରେକ୍ଷାଳୟକୁ ଆସିବା ଆରମ୍ଭ କରିଛନ୍ତି ।   ଆଉ ଚର୍ଚ୍ଚାର ପ୍ରମୁଖ କାରଣ ପାଲଟିଛି ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଶଂସା । 

୨୦୦୨ର ବହୁ ଚର୍ଚ୍ଚିତ ଗୋଧ୍ରା କାଣ୍ଡକୁ ନେଇ ପର୍ଯ୍ୟବେସିତ ହୋଇଥିବା ସିନେମା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । କାରଣ ଆଉ କେହି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ‘ଦ ସାବରମତୀ ରିପୋର୍ଟ’ର ଭୁରି  ଭୁରି ପ୍ରଶଂସା କରିଛନ୍ତି । ନିଜ ଅଫିସିଆଲ ସୋସିଆଲ ମିଡିଆ ପେଜରେ  ଏକ ଲେଖା ପୋଷ୍ଟ କରିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଖୁବ ପ୍ରଶଂସା କରିଛନ୍ତି ।  ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଲେଖିଛନ୍ତି, ସତ କେବେ ଲୁଚି ରହେନା । ଦିନେ ନା ଦିନେ ସାମ୍ନାକୁ ଆସେ । ମିଛ କଥା ସୀମିତ ସମୟ ପର୍ଯ୍ୟନ୍ତ ତିଷ୍ଟି ପାରେ । ସେପଟେ ଗୃହମନ୍ତ୍ରୀ କହିଛନ୍ତି ଇକୋସିଷ୍ଟମ ଯେତେ ବଳିଷ୍ଠ ହେଲେ ବି ସତକୁ ଲୁଚାଇବା ଅସମ୍ଭବ । ବରିଷ୍ଠ ନେତାଙ୍କ ପୋଷ୍ଟକୁ ରି-ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ନିର୍ମାତା ଏକତା କପୁର । ଲୋମଟାଙ୍କୁରା ସତ୍ୟକାହାଣୀକୁ ନେଇ ଧୀରଜ ଶରନା ନିର୍ମାଣ କରିଛନ୍ତି ‘ଦ ସାବରମତୀ ରିପୋର୍ଟ’ । ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସେ, ରିଧି ଡୋଗରା, ରାଶି ଖାନ୍ନାଙ୍କ ଅଭିନୟ ରହିଛି ।ନଭେମ୍ବର ୧୫ରେ ରିଲିଜ ହୋଇଥିବା କମ ବଜେଟର ସିନେମା ବକ୍ସ ଅଫିସରେ ଖୁବ ଭଲ ପ୍ରଦର୍ଶନ କରୁଛି ।

ସେହିପରି ଅନ୍ୟପଟେ ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ 'ସାବରମତି ରିପୋର୍ଟ' ସମ୍ପର୍କରେ ଏକ ବଡ଼ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରଟି ମଧ୍ୟପ୍ରଦେଶରେ ଟିକସମୁକ୍ତ କରାଯାଇଛି। ଏହି ସମୟରେ ଅନ୍ୟ ଏକ ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ଟିକସମୁକ୍ତ ଘୋଷଣା କରାଯାଇଛି। ବର୍ତ୍ତମାନ ଛତିଶଗଡରେ ଟିକସ ମୁକ୍ତ କରାଯାଇଛି। ଛତିଶଗଡରେ ଫିଲ୍ମ 'ସାବରମତି ରିପୋର୍ଟ'କୁ ଟ୍ୟାକ୍ସଫ୍ରି କରିବାକୁ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ର ୨୨ ବର୍ଷ ପୂର୍ବେ ଗୁଜୁରାଟର ଗୋଦ୍ରା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର କାହାଣୀ ଉପରେ ଆଧାରିତ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.