ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଜେଏନ୍‌ୟୁରେ ପୁଣି ପଥରମାଡ଼; 'ଦ ସାବରମତି ରିପୋର୍ଟ' ସ୍କ୍ରିନିଂ ବେଳେ ହାଇଡ୍ରାମା

Published By : Soubhagya Ranjan | December 12, 2024 8:57 PM

Image source: NDTV

ନୂଆଦିଲ୍ଲୀ,୧୨/୧୨: ଦିଲ୍ଲୀର ଜବାହାର ଲାଲ୍‌ ନେହେରୁ (ଜେଏନ୍‌ୟୁ)ରେ 'ଦ ସାବରମତି ରିପୋର୍ଟ' ସିନେମା ସ୍କ୍ରିନିଂକୁ ମଧ୍ୟରେ ପ୍ରବଳ ହାଇଡ୍ରାମା ହୋଇଛି। ସିନେମା ସ୍କ୍ରିନିଂ ସମୟରେ ପଥରମାଡ଼ ହୋଇଛି। ଅବିଭିପି ଅଭିଯୋଗ କରିଛି ଯେ, ବାମପନ୍ଥୀ ଛାତ୍ରମାନେ ସବୁବେଳେ ଏବିଭିପିର କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛନ୍ତି। ଏବଂ ଆଜି ମଧ୍ୟ ବାମପନ୍ଥୀ ଛାତ୍ରମାନେ ପଥରମାଡ଼ କରିଥିଲେ। ବିଶ୍ୱବିଦ୍ୟାଳୟରେ ଚଳଚ୍ଚିତ୍ର ପୋଷ୍ଟର ଚିରିଦେବାର ଅଭିଯୋଗ ମଧ୍ୟ ହୋଇଛି।

ଜଣେ ଏବିଭିପି ଛାତ୍ର ଅଭିଯୋଗ କରିଛନ୍ତି ଯେ ବାମପନ୍ଥୀ ଛାତ୍ରମାନେ ବାରମ୍ବାର ସମାନ କାମ କରୁଛନ୍ତି। ଏହାପୂର୍ବରୁ, ଯେତେବେଳେ ଆମେ ଏକ ଚଳଚ୍ଚିତ୍ରର ସ୍କ୍ରିନିଂ ଆୟୋଜନ କରିଥିଲୁ, ସେତେବେଳେ ମଧ୍ୟ ସେମାନଙ୍କ ଦ୍ୱାରା ସମାନ କାର୍ଯ୍ୟ କରାଯାଇଥିଲା। ଏଥିରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଆଜି ବି ବାମପନ୍ଥୀ ଛାତ୍ରଙ୍କ ଦ୍ୱାରା ପଥର ଫିଙ୍ଗିବା କାରଣରୁ ଅନେକ ଛାତ୍ର ଆହତ ହୋଇଥିଲେ।

ଏବିଭିପି ଛାତ୍ର ଅଭିଯୋଗ କରିଛନ୍ତି, "ଏହା ହେଉଛି ବାମପନ୍ଥୀଙ୍କର ସେଟ୍ ପଦ୍ଧତି। ବାହାରେ, ଏହି ଲୋକମାନେ ବିତର୍କ ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ଯେତେବେଳେ ବି ଏବିଭିପି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରେ, ସେତେବେଳେ ଏମାନେ ହଙ୍ଗାମା ସୃଷ୍ଟି କରନ୍ତି। ୨୦୧୬, ୨୦୧୭ ଏବଂ ୨୦୧୮ ରେ ମଧ୍ୟ ଆମେ ଯେତେବେଳେ ଏପରି ଚଳଚ୍ଚିତ୍ର ସ୍କ୍ରିନିଂ କରୁଥିଲୁ, ବାମପନ୍ଥୀମାନେ କେବଳ ତାର କାଟି ନଥିଲେ ବରଂ ଏବିଭିପି ଛାତ୍ରମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। "

ସୂଚନାଥାଉକି, ବିକ୍ରାନ୍ତ ମେସିଙ୍କ ଫିଲ୍ମ ' ଦ ସାବରମତି ରିପୋର୍ଟ'କୁ ନେଇ ଏବେ ଦେଶରେ ବେଶ୍‌ ଚର୍ଚ୍ଚା ଲାଗିରହିଛି। ୨୦୦୨ ର ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଅନେକ ହେଡଲାଇନ ସୃଷ୍ଟି କରିଥିଲା। ପିଏମ ମୋଦୀ ମଧ୍ୟ ଏହି ଫିଲ୍ମ ଦେଖିଛନ୍ତି। ଏହା ବ୍ୟତୀତ ବିକ୍ରାନ୍ତ ମେସିଙ୍କ ଏହି ଚଳଚ୍ଚିତ୍ରକୁ ଅନେକ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଟିକସ ମୁକ୍ତ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.