ମାଲକାନଗିରି,୨୭/୧୧(ଆପ୍ର ) ମାଲକାନଗିରି ଜିଲ୍ଲା ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଆସନ୍ତା ୧୧ ତାରିଖ ଦିନ ସତୀଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବୀମାନଙ୍କୁ ନେଇ ନୌକା ପ୍ରତି ଯୋଗିତା ହେବାକୁ ଯାଉଛି। ସେଥି ନିମନ୍ତେ ଜଳଭଣ୍ଡାର ମଧ୍ୟରେ ଅନୁଧ୍ୟାନ କରିଛନ୍ତି ନୌକା ପରିଚାଳନା କମିଟିର ସଦସ୍ୟ ମାନେ।
ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି, ସହକାରୀ ବନସଂରକ୍ଷକ ମନସୁନ ଖେମୁଣ୍ଡୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ କୁମାର ଗୌଡ, କମିଟି ସଦସ୍ୟ ଦୁର୍ଯ୍ୟୋଧନ ପାତ୍ର, ସତୀଗୁଡା ମତ୍ସ୍ୟଜୀବି ସଂଗଠନ ର କର୍ମକର୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତ ରହି ଜଳଭଣ୍ଡାରରେ ପ୍ରତି ଯୋଗିତାରେ ଅଂଶଗ୍ରହଣ କରୁଥିବା ୧୦ଟି ନୌକା ପାଇଁ ୧୦୦ ମିଟର ପରିଧିରେ ସୋଲ ଏବଂ ବେଲୁନ, ସୁତୁଲି ଦ୍ୱାରା ଟ୍ରାକ୍ କରା ଯିବ ।
ଏହାକୁ ବନ ବିଭାଗ ଦାୟିତ୍ୱରେ ଦିଆ ଯାଇଥଇବାବେଳେ ମତ୍ସ୍ୟ ବିବାଗ ପ୍ରତି ଯୋଗୀଙ୍କ ପ୍ରତି ନୌକା ଚାଳନା କରିବା ପାଇଁ ଚାରି ଜଣଙ୍କ ନାମ, ଗ୍ରାମ ପଞ୍ଜିକୃତ କରିବେ । ଏଥିସହ ପ୍ରତି ଯୋଗୀମାନଙ୍କ ପାଇଁ ଜରୁରୀକାଳୀନ ଔଷଧ, ପାନୀୟ ଜଳ, ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବେ । ବନ ବିଭାଗ ପ୍ରତି ଯୋଗୀମାନଙ୍କ ପାଇଁ ଟୋପି ଓ ଟି ସାର୍ଟ ଯୋଗାଇଦେବେ । ମଂଚ ଓ ଡାକବାଜୀ ଯନ୍ତ୍ର, ୱାକିଟକି, ସବୁଜ ପତାକା ଯୋଗାଇ ଦେବେ ।
ପ୍ରତି ଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଚୟନ ପାଇଁ ଚାରିଜଣ ଚୟନ କର୍ତ୍ତା ରହିବେ । କ୍ରୀଡା ଅଧିକାରୀ ଏହି ଚୟନ କର୍ତ୍ତା ମାନଙ୍କୁ ନିୟୋଜିତ କରିବେ । ଅଗ୍ନିଶମ ବିଭାଗ ପ୍ରତିଯୋଗୀ ଏବଂ ଜଳ ମଧ୍ୟରେ ତଦାରଖ କରୁଥିବା ଅଧିକାରୀ ମାନଙ୍କ ସୁରକ୍ଷା ଦାୟିତ୍ୱ ତୁଲାଇବା ସହ ୬୦ଟି ଲାଇଫ୍ ଜାକେଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରୁରିକାଳୀନ ବିଭାଗ ଠାରୁ ଗ୍ରହଣ କରି ପ୍ରତି ଯୋଗୀ ଓ ଅଧିକାରୀ ମାନଙ୍କୁ ବିତରଣ କରିବେ।
ବିନା ଲାଇଫ ଜାକେଟ ରେ ପ୍ରତିଯୋଗୀ କିମ୍ବା ଅଧିକାରୀ ମାନେ ଜଳଭଣ୍ଡାରରେ ପ୍ରବେଶ କରିପାରିବେ ନାହିାଁ ଆଗାମୀ ୭ ତାରିଖ ଦିନ ପ୍ରତିଯୋଗୀ ମାନଙ୍କୁ ନେଇ ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଜଳଭଣ୍ଡାରରେ ଅନୁଷ୍ଠିତ ହେବ । ୧୧ ତାରିଖ ଅପରାହ୍ନ ୩.୩୦ ମିନିଟ୍ ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଏହି ପ୍ରତି ଯୋଗିତାକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବେ। ,ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଳଭଣ୍ଡାର ଚତୁଃପାଶ୍ୱର୍ ଥିବା ଗ୍ରାମ ଓ ସହର ମଧ୍ୟରେ ଏହାର ପ୍ରଚାର ପ୍ରସାର କରିବା ପାଇଁ ନିଷ୍ପତି ନିଆଯାଇଛି।