ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

ବାରିପଦାରେ ରାଜ୍ୟର ପ୍ରଥମ "ଆଦିବାସୀ ଶକ୍ତି ସମାବେଶ" ଅନୁଷ୍ଠିତ

Published By : Harapriya Sethi | June 18, 2025 2:49 PM

ବାରିପଦା, ୧୮/୦୬: ରାଜ୍ୟର ପ୍ରଥମ "ଆଦିବାସୀ ଶକ୍ତି ସମାବେଶ" ଆଜି ବାରିପଦାର ଛଉ ପଡିଆରେ ଅନୁଷ୍ଠିତ ହୋଇଛି। ରାଜ୍ୟ ଆଦିବାସୀ କଲ୍ୟାଣ ଓ ସଂଖ୍ୟାଲଘୁ ଉନ୍ନୟନ ତଥା ସାମାଜିକ କଲ୍ୟାଣ ବିଭାଗ ଏବଂ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ସରକାରଙ୍କ ଏକବର୍ଷ ପୂରଣ ଅବସରରେ ଆଦିବାସୀମାନଙ୍କ ସର୍ବାଙ୍ଗୀନ ବିକାଶ ଲାଗି ଯେଉଁ ସବୁ ଯୋଜନାର ସଫଳ ରୂପାୟନ କରିଥିବା ସହିତ ଆଗକୁ ଆଉ କେଉଁ ସବୁ ଲୋକାଭିମୁଖୀ ଯୋଜନା ରହିଛି, ସେସବୁ ଲୋକଙ୍କୁ ଜଣାଇବା ଏହି ସମାବେଶର ଉଦ୍ଦେଶ୍ୟ ରହିଥିଲା। 

ଦିନ ୧୧ଟା ୪୫ରେ ମୁଖ୍ୟମନ୍ତ୍ରୀ ବାରିପଦାର ଛଉ ପଡିଆଠାରେ ପହଞ୍ଚିବା ପରେ ଜନ ସାଧାରଣଙ୍କ ମନ୍ତ୍ରୀ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ଵାଗତ କରି ମଞ୍ଚକୁ ପାଛୋଟି ନେଇଥିଲେ । ପ୍ରଦୀପ ପ୍ରଜ୍ୱଳିତ କରି ମୁଖ୍ୟମନ୍ତ୍ରୀ ସମାବେଶକୁ ଉଦଘାଟନ କରିବା ପରେ ମନ୍ତ୍ରୀମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପଞ୍ଚାୟତରାଜ ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏବଂ ଜିଲ୍ଲାର ଅନ୍ୟ ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ। 

ରାଜ୍ୟରେ ଆଦିବାସୀଙ୍କ ବିକାଶ ଲାଗି ଶିକ୍ଷା, ସାମାଜିକ ଉନ୍ନୟନ, ଆବାସ, ଐତିହ ସଂରକ୍ଷଣ, ଜନଜାତି ଗବେଷଣା ଓ ଉନ୍ନତି, ଜନଜାତିଙ୍କୁ ଆଞ୍ଚଳିକ ଉପଲବ୍ଧ ସାମଗ୍ରୀ ସହାୟତାରେ ରୋଜଗାର ପ୍ରଦାନ କ୍ଷେତ୍ରରେ ବିଶେଷ ଭାବରେ କାର୍ଯ୍ୟ କରି ଆସୁଛି ବୋଲି ସୂଚନା ଦେଇଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରବି ନାରାୟଣ ନାଏକ।

ରାଜ୍ୟର ଆଦିବାସୀ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ଜାମାତା ବା ଜଇଁ ଆଜି ହେଲିକପ୍ଟର ପରିବର୍ତ୍ତେ ସଡକ ପଥରେ ଆସି ରାଜ୍ୟର ଏହି ପ୍ରଥମ ଆଦିବାସୀ ସମାବେଶରେ ଯୋଗ ଦେଇଛନ୍ତି । ଏହା ହିଁ ତାଙ୍କର ମୟୂରଭଞ୍ଜ ପ୍ରତି ଭଲପାଇବା। ତେଣୁ ଜିଲ୍ଲାବାସୀ ଜଇଁ ଚର୍ଚ୍ଚାରେ କେବେ କାର୍ପଣ୍ୟତା କରି ପାରିବେ ନାହିଁ ବୋଲି ତାଙ୍କ ବକ୍ତବ୍ୟ କହିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

କେବଳ ମୟୂରଭଞ୍ଜରେ ନୁହେଁ ସାରା ରାଜ୍ୟରେ ଆଦିବାସୀଙ୍କ ବିକାଶ ଲାଗି ଗତ ଏକ ବର୍ଷ ଧରି ସରକାର ଅହରହ ପ୍ରଚେଷ୍ଟା କରି ଆସିଛନ୍ତି । ମୟୂରଭଞ୍ଜରେ ଆଦିବାସୀଙ୍କ ଶିକ୍ଷାର ବିକାଶ ଲାଗି ୨୬ଟି ବ୍ଲକରେ ୨୩ ଟି ଏକଲବ୍ୟ ସ୍କୁଲ ପ୍ରତିଷ୍ଠା, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଗି "ମାଧୋ ସିଂ ହାତଖର୍ଚ୍ଚ ଯୋଜନା", ଶହେରୁ ଅଧିକ ଆଦିବାସୀ ଛାତ୍ରୀ ନିବାସ ଇତ୍ୟାଦିର ପ୍ରତିଷ୍ଠା ହୋଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ରାଜ୍ୟର ପ୍ରଥମ ଆଦିବାସୀ ଶକ୍ତି ସମାବେଶ ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ହେବା ଜିଲ୍ଲା ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ସେ ନିଜେ ଜଣେ ଆଦିବାସୀ ଓ ଦେଶର ସର୍ବୋଚ୍ଚ ଆସନରେ ବସିଥିବା ଆମ ରାଷ୍ଟ୍ରପତିଙ୍କ ଭଳି ମହାନ୍ ବ୍ୟକ୍ତିତ୍ଵ ମଧ୍ୟ ଜଣେ ଆଦିବାସୀ ଏହି ଜିଲ୍ଲାରୁ । ଆଜି ଯଦି ଦେଖାଯିବ ତେବେ ଡବଲ ଇଞ୍ଜିନ ସରକାରରେ ଆଦିବାସୀଙ୍କ ବ୍ୟାପକ ବିକାଶ ଲାଗି ଏକାଧିକ ଆଦିବାସୀ ବିଧାୟକଙ୍କୁ ମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି । ଆଦିବାସୀଙ୍କ ବିକାଶ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ସବୁ ବିଭାଗରେ ଆଦିବାସୀ ମନ୍ତ୍ରୀ ମାନେ କାର୍ଯ୍ୟରତ। ମୟୂରଭଞ୍ଜ ଯେଭଳି ୯ଟି ବିଧାନସଭା ଓ ୩ଟି ସାଂସଦ ସରକାରଙ୍କୁ ଉପହାର ଦେଇଛନ୍ତି। ପ୍ରତି ବଦଳରେ ଆଦିବାସୀଙ୍କ ଉନ୍ନତି ଲାଗି ୬୮,୮୮୧କୋଟି ଟଙ୍କା ଆଦିବାସୀଙ୍କ ଉନ୍ନୟନ ଲାଗି ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି । ଜିଲ୍ଲାରେ ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ଲାଗି ଅଧାରୁ ସ୍କୁଲ ଛାଡିଥିବା ୨୫,୮୫୨ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ପାଠପଢାକୁ ଫେରାଇ ଆଣିବାରେ ସଫଳ ହୋଇଛି । ସମଗ୍ର ରାଜ୍ୟ ସହିତ ମୟୂରଭଞ୍ଜରେ ଆଦିବାସୀମାନଙ୍କୁ ରୋଜଗାର ଦେବାଲାଗି ଶିମିଳିପାଳରେ ଉପଲବ୍ଧ ବନ୍ୟ ଜାତ ଦ୍ରବ୍ୟ ସହାୟତାରେ ସେମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ତାର ବ୍ୟବସ୍ଥା କରାଯିବ। ଆଦିବାସୀଙ୍କୁ ଶିକ୍ଷା,ସ୍ୱାସ୍ଥ୍ୟ,ସାମାଜିକ ଉନ୍ନୟନ ସହିତ ସମାଜର ମୁଖ୍ୟସ୍ରୋତକୁ ଆଣିବା ଲାଗି ପ୍ରଧାନମନ୍ତ୍ରୀ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  

ଭୋକିଲା ପେଟରେ ଆଦିବାସୀ ଉନ୍ନୟନ ଅସମ୍ଭବ। ତେଣୁ ଜୀବନ ଜୀବିକାର ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ରୋଜଗାର ପ୍ରଦାନ କରାଯିବ। ଜଳ ଜମି ଓ ଜଙ୍ଗଲର ଅଧିକାର ସେମାନଙ୍କୁ ଦିଆଯିବା ସହିତ ସେମାନେ କିଭଳି ନିଜ ଆଦିବାସୀ ଭାଷାରେ ପାଠ ପଢି ଆଗକୁ ବଢ଼ିବେ ସେ ଲାଗି ସମସ୍ତ ବିଦ୍ୟାଳୟରେ ଆଦିବାସୀ ଭାଷାରେ ପାଠ ପଢ଼ିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ।  

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚିହ୍ନିତ ୯ଟି ଅତି ଅନୁନ୍ନତ ଜାତି (PVTG) ଙ୍କୁ ସ୍ଵତନ୍ତ୍ର ଭାବରେ ସମସ୍ତ ପ୍ରକାରର ଯୋଜନାରେ ସାମିଲ କରିବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଲାଗି ଯୋଜନା କରାଯାଇଛି। ଆମ ସରକାର ଆସିବା ପରେ କଥା ଦେଇ କଥା ରଖିଛୁ। ଧାନମଣ୍ଡିଠୁ ନେଇ ସୁଭଦ୍ରା ଯାଏଁ ସମସ୍ତ ପ୍ରତିଶ୍ରୁତି ପୁରଣ କରିବାରେ ଆମେ ଅହରହ ଚେଷ୍ଟିତ। ଗତ ବର୍ଷେ ଭିତରେ ଆମ ସରକାର କରିଥିବା ସମସ୍ତ ଯୋଜନା ଆଜି ହିତାଧିକାରୀଙ୍କ ପାଖରେ ସଫଳ ଭାବରେ ପହଞ୍ଚି ପାରିଛି। ଆମ ସରକାର ପୂର୍ବ ସରକାର ଭଳି ରାଜଧାନୀରେ ରହି ଲୋକଙ୍କୁ ସେଠାକୁ ଆସିବାକୁ କହିବ ନାହିଁ । ଆମ ସରକାର ରାଜ୍ୟର ନିମ୍ନତମ ସ୍ତରକୁ ଯାଇ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟାକୁ ସେହିଠାରେ ହିଁ ସମାଧାନ କରିବାର ଲକ୍ଷ୍ୟ ନେଇ ନିରନ୍ତର ଭାବରେ କାମ କରୁଛି। 

୨୦୩୬ ରେ ଓଡ଼ିଶାକୁ ୧୦ ବର୍ଷର ପୂର୍ତ୍ତି ଅବସର ଓଡ଼ିଶାର ବିକାଶର ଚିତ୍ର କିଭଳି ହେବ ସେ ବିଷୟରେ ୨ଲକ୍ଷରୁ ବେଶୀ ଲୋକ ପ୍ରସ୍ତାବ ଦେଇଛନ୍ତି। ସେତେବେଳକୁ ଓଡ଼ିଶା ୧.୫ ଟ୍ରିଲିଅନ ଡଲାରର ଅର୍ଥନୀତି ସହିତ ଦେଶର ଏକ ପ୍ରମୁଖ ରାଜ୍ୟ ଭାବରେ ଉଭା ହୋଇଥିବାର ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଞ୍ଜ ସହିତ କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ଉପଲବ୍ଧ ଖଣିଜ ସଂପଦକୁ ନେଇ ବ୍ୟାପକ ଶିଳ୍ପାୟନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଲାଣି । ଏହି ଜିଲ୍ଲାର ଯୁବକ ଯୁବତୀମାନେ ନିଶ୍ଚିତ ଭାବରେ ରୋଜଗାରର ନୂଆ ବାଟ ଦେଖିବେ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶେଷରେ ଆଜିର ଏହି ପ୍ରମୁଖ ସମାବେଶରେ ଖରାପ ପାଗ ଲାଗି ସଡ଼କ ପଥରେ ଆସି ଯୋଗ ଦେଇ ତାଙ୍କ ଲାଗି ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ସହିତ ଏକ ସୁଯୋଗ ଭାବରେ ଗ୍ରହଣ କରିଛନ୍ତି । ସେଲାଗି ଉପସ୍ଥିତ ପ୍ରତ୍ୟେକ ମୟୂରଭଞ୍ଜ ବାସୀ ଓ ଆଦିବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.