ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ କାନ୍ଦିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Published By : Prameya | November 8, 2024 5:01 PM

ଫିରିଙ୍ଗିଆ, ୮/୧୧ :  କାଙ୍ଗାପଡା ପ୍ରାଥମିକ ସେବାଶ୍ରମର ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡାଙ୍କୁ ଅଭିବାବକ ଓ ଅଞ୍ଚଳବାସୀଙ୍କ ତରଫରୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା କାଙ୍ଗାପଡା ସେବାଶ୍ରମ ପରିସରରେ ଦିଆଯାଇଛି  l ନୂତନ କାଙ୍ଗାପଡା ପ୍ରଥମିକ ସେବାଶ୍ରମର ସଭାପତି ସାଗର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିଲେ l 

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ସାଗର ରଣା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରଞ୍ଜିତା କହଁର, ପାହିରେଜୁ ସରପଞ୍ଚ କେଶବ କହଁର, କ୍ରାଣ୍ଡି ବାଲି ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କହଁର, କ୍ରାଣ୍ଡି ବାଲି ସମିତି ସଭ୍ୟା ଚି଼ଙ୍କି କହଁର, ଯୁବ ବିଜେଡି ନେତା ତଥା ସମାଜସେବି ବିଷ୍ଣୁ ଚରଣ ମଲିକ, ଗୋଚ୍ଛା ପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ତାଳ ପଡା ସେବାଶ୍ରମ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ଶତପଥି, ସମାଜସେବୀ ସୋମ ମହାନ୍ତି, ଦାଁସ ପାଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋକୁଳା ନନ୍ଦ ବେହେରା, କ୍ରାଣ୍ଡି ବାଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ତ୍ରିପାଠୀ, ଫିରିଙ୍ଗିଆ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରି, ସମାଜସେବୀ ଓ କ୍ରାଣ୍ଡି ବାଲି ପଞ୍ଚାୟତ ନାଏବ ସରପଞ୍ଚ ଦାମୋଦର କହଁରଙ୍କ ସହ ଅନ୍ୟ ଅତିଥମାନେ ଯୋଗ ଦେଇଥିଲେ l 

ବିଦାୟୀ କାଙ୍ଗାପଡା ସେବାଶ୍ରମ ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡା ନିଜର ଶିକ୍ଷକତା ଜୀବନରେ ପ୍ରଥମେ ଚକାପାଦ ବ୍ଲକ ବସ୍ତିଙ୍ଗିଆ ସେବାଶ୍ରମରେ ୧୯୯୨ଡିସେମ୍ବର ୨୪ତାରିଖରେ ଶିକ୍ଷକତା ଆରମ୍ଭ କରିଥିଲେ ।  ସେଠାରେ ମାତ୍ର ୬ ମାସ ପରେ ଡିଏଭି ତାଲିମ କେନ୍ଦ୍ରରେ କିଛି ଦିନ ରହିବା ପରେ ୧୯୯୫ମସିହାଠାରୁ ୨୦୧୨ମସିହା ପର୍ଯ୍ୟନ୍ତ ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲା ଗୁଡା ପ୍ରାଥମିକ ସେବାଶ୍ରମରେ ନିଜର ଦୀର୍ଘ ୧୭ବର୍ଷ ନିଜର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇଥିଲେ l ସଲାଗୁଡା ସେବାଶ୍ରମରୁ ୨୦୧୨ମସିହାରେ କାଙ୍ଗାପଡା ପ୍ରାଥମିକ ସେବାଶ୍ରମରେ ଯୋଗଦେଇଥିଲେ l କାଙ୍ଗାପଡା ପ୍ରାଥମିକ ସେବାଶ୍ରମରେ ଦୀର୍ଘ ୧୨ବର୍ଷ କାଳ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇ ଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କାନ୍ଦିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.