ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାରହା ପାଇଁ ବିଛାଯାଇଥିଲା ଜାଲ, ପଡିଲା କଲରାପତରିଆ ବାଘ : ଖାଇଗଲେ ମଣିଷ !

Published By : Suraj Kumar | November 19, 2024 5:45 PM

ନୂଆପଡା,୧୯।୧୧:  ବାରହା ପାଇଁ ବିଛାଯାଇଥିଲା ଜାଲ, ସେଥିରେ ପଡିଗଲା କଲରାପତରିଆ ବାଘ। ଏହା ପରେ ବାଘ ମାଂସକୁ ଖାଇଥି‌ଲେ ମଣିଷ। ବାଘ ଖାଇଥିବା ସନ୍ଦେହରେ ୨ ଜଣଙ୍କୁ ବନବିଭାଗ ଗିରଫ କରିଛି। କୋମନା ରେଞ୍ଜ ଦେଓଦର୍ହା ଗାଁର ଘଟଣା। 

ଦେଓଦର୍ହା ଗାଁରେ ବାରହା ପାଇଁ ବିଛାଯାଇଥିବା ଜାଲରେ ଏକ କଲରାପତରିଆ ବାଘ ପଡିଥିଲା। ଏହି ବାଘକୁ ମାରି ତାର ମାଂସ ଖାଇଥିଲେ।ଖବର ପାଇ ନୂଆପଡା ବନ ବିଭାଗ ପକ୍ଷରୁ ଚାରିଟି ଟିମ ଗଠନ କରିବା ସହ ସୁନାବେଡା ଅଭୟାରଣ୍ୟର ପାଦ ଦେଶରେ ଥିବା ଦେଓଦର୍ହା ଗାଁରେ ଚଢ଼ାଉ କରିଥିଲେ। ବାଘର ମୁଣ୍ଡ ସହ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଛି ଅଂଶ ନଥିବା ସୂଚନା ମିଳିଛି। ବାଘକୁ ମାରି ମାଂସ ଖାଇଥିବା ବନବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଏ ବାବଦରେ ଦୁଇ ଜଣକୁ ଗିରଫ କରିଛି କୋମନା ବନ ବିଭାଗ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.