ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗାଁ ଗାଁରେ ନିଷ୍ଠା କାଷ୍ଠାର ପାରମ୍ପରିକ ଯାତ୍ରା ‘ଦଣ୍ଡ ଯାତ୍ରା’ ଆରମ୍ଭ ; ଦଣ୍ଡୁଆଙ୍କ ମଣି ଡାକରେ କମ୍ପୁଛି ଗାଁ ଦାଣ୍ଡ

Published By : Prameya | April 4, 2025 6:45 PM

ହରଭଙ୍ଗା - ଓଡ଼ିଆ ବାର ମାସରେ ତେର ପର୍ବ। ସେଇ ତେର ପର୍ବ ଭିତରୁ ଚୈତ୍ର ମାସରେ ଶିବ ଓ ଶକ୍ତିଙ୍କ ଗାଁ ଗାଁ ଭ୍ରମଣ କରିବା ସହ ଦଣ୍ଡ ନୃତ୍ୟରେ ଗାଁ ଦାଣ୍ଡ ଭକ୍ତିମୟ ପରିବେଶରେ ଉଛୁଳି ପଡୁଛି। ଚୈତ୍ର ମାସରେ ଆରମ୍ଭ ହୋଇଥାଏ ଶିବ ପାର୍ବତୀଙ୍କ ଦଣ୍ଡ ନୃତ୍ୟ। ଏହି ମାସରେ ପ୍ରଭୁ ଶ୍ରୀରାମଙ୍କ ନବମୀ ପୂଜା ଅର୍ଚ୍ଚନା ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ, ଠିକ୍‌ ସେହିପରି ପ୍ରଭୁ ଶିବଙ୍କର ଦଣ୍ଡଯାତ୍ରା ବା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଏହି ମାସରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡଯାତ୍ରା ପରମ୍ପରାକୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀଙ୍କୁ ସାଙ୍ଗରେ ନେଇ ମାନସିକଧାରୀ ଭକ୍ତମାନେ ଛତି ଛତ୍ର, ବାନା, ଚାଉଁର ଘଣ୍ଟ, ମହୁରୀ ଢୋଲ ବାଦ୍ୟ ଦ୍ୱରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି । ଏନେଇ ପୁରପଲ୍ଲୀଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଶିବଭକ୍ତମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦାଣ୍ଡ ଉଛୁଳି ପଡୁଛି।

ଏପଟେ ଶିବ କାଳୀଙ୍କୁ ମଣି ଡାକରେ ପୂରା ପରିବେଶ ପ୍ରକମ୍ପିତ ହେଉଛି। ଏନେଇ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚୈତ୍ର ଦଣ୍ଡ ଉଠିଥାଏ। ଏହି ଚୈତ୍ରଦଣ୍ଡ ବା ଝାମୁ ଯାତ୍ରା ୨୧ ଦିନ ୧୭, ୧୩ ଦିନ ଧରି ନିଷ୍ଠା କାଷ୍ଠାର ସହ ପାଳିତ ହୋଇଥାଏ । ଦଣ୍ଡୁଆଙ୍କ କହିବା ଅନୁଯାୟୀ, ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯାଇ ନିଶାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ। ଦଣ୍ଡ ଉଠିବାର ପରଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନି ହୋଇଥାଏ। 

ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି। ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ।  ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥା’ନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। 

ଚଳିତ ବର୍ଷ ଜିଲ୍ଲାରେ ବୌଦ୍ଧର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକ ବହୁ ପୁରାତନ ହରଭଙ୍ଗା, କୁସଙ୍ଗ,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, ବନ୍ତିଝୁଲି, ଖଲିଆପାଲି,ଲଣ୍ଡେ ଜୁର, ସରସରା, ମହୁଲ ବୁରୀ, ବିରାମଚନ୍ଦ୍ର ପୁର ଆଦି ଗ୍ରାମ ଗୁଡିକରେ ଚୈତ୍ର ଦଣ୍ଡଯାତ୍ରା ହେଉଥିବା ବେଳେ, ଏହି ଯାତ୍ରା ହେଉଥିବା ଗ୍ରାମ ଗୁଡିକରେ ଆମିଷ ବାରଣ ରହିଥାଏ। ବିଶେଷ କରି ହରଭଙ୍ଗା ରୁଦ୍ର କାଳି ଦଣ୍ଡ ଯାତ୍ରାରେ ଦିନ ବେଳା ଧୂଳି ସେବା କରାଯାଏ ଏବଂ ରାତ୍ର ସମୟରେ ବିଭିନ୍ନ ସୁଆଙ୍ଗ ନାଟକ ପରିବେଷଣ କରା ଯାଇ ଥାଏ, ବିଶେଷ କରି ହରଭଙ୍ଗା ଦଣ୍ଡ ଯାତ୍ରାର ଝୁଣା ଖେଳ ଏବଂ ଦାଣ୍ଡଳି ଯାତ୍ରା ଭକ୍ତ ମାନଙ୍କୁ ବିଶେଷ ଆନନ୍ଦ ଦେଇ ଥାଏ ଏବଂ ଏଇ ଯାତ୍ରାରେ ବିଶେଷ କରି ଭକ୍ତ ମାନେ ବିଶେଷ ଆନନ୍ଦିତ ହୋଇଥାନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.