ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଦେଢ ମାସ ହେବ ଅଚଳ ହୋଇ ପଡ଼ି ରହିଛି ଟ୍ରାନ୍ସଫର୍ମର, ଅନ୍ଧାରରେ ୩୦ପରିବାର

Published By : Gurupada Nath | November 13, 2024 11:23 PM

ଫିରିଙ୍ଗିଆ,୧୩/୧୧ : ବିଦ୍ୟୁତ ବିଭାଗର ଅବହେଳା ପାଇଁ ଦୀର୍ଘ ଦେଢ ମାସ ହେବ ଅନ୍ଧାରରେ ରହିଛନ୍ତି ଗୋଟିଏ ଗାଁର ତିରିଶ ପରିବାର I କରେଣ୍ଟ ନ ଥାଇ ମଧ୍ୟ ଆସୁଛି ବିଦ୍ୟୁତ ବିଲ୍ I ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତର ଅନ୍ତର୍ଗତ ବାଲିପଦର ଓ କାଲିମୁଣ୍ଡା ଗ୍ରାମରେ I ଦୀର୍ଘ ଦେଢ଼ ମାସ ଧରି ବିଦ୍ୟୁତ ସେବା ବନ୍ଦ ଥିବା ଯୋଗୁଁ ଗ୍ରାମବାସୀ ରାତ୍ରି ସମୟରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। 

ବାଲିପଦର କାଲିମୁଣ୍ଡାଠାରେ ଥିବା ୧୦କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅକ୍ଟୋବର ଆଠ ତାରିଖଠାରୁ କୌଣସି କାରଣରୁ ପୋଡ଼ି ଯାଇଥିବାରୁ ଏକ ମାସରୁ ଊର୍ଦ୍ଧ୍ଵ ହେବ ବିଦ୍ୟୁତ୍ ସେବା ଠପ୍ ହେଇ ଯାଇଛି। ଗ୍ରାମର ତିରିଶ ପରିବାର ଉକ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ନିର୍ଭର କରିଥାନ୍ତି । ବିଦ୍ୟୁତ ସେବା ବନ୍ଦ ରହିଥିବା ଯୋଗୁଁ ଗାଁରେ ରାତ୍ର ସମୟରେ ଘନ ଅନ୍ଧାର ହୋଇ ରହୁଥିବାବେଳେ ଏକ ପ୍ରକାରେ ଗ୍ରାମବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ଗାଁର ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ବିଦ୍ୟୁତ ବିଭାଗକୁ ଏବଂ ଫିରିଙ୍ଗିଆ ସବଡିଭିଜନର କନିଷ୍ଠଯନ୍ତ୍ରୀଙ୍କ ପାଖରେ ଗ୍ରାମବାସୀ ବାରମ୍ବାର  ଅଭିଯୋଗ କରିଲେ ମଧ୍ୟ କର୍ଣ୍ଣାପାତ କରୁନ ଥିବା କହିଛନ୍ତି। ଯଥାଶୀଘ୍ର ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। 

ସେପଟେ ଦାୟିତ୍ୱରେ ଥିବା ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ସତ୍ୟବ୍ରତ ସାହୁଙ୍କୁ ପଚାରିବାରୁ ସେହି ଗାଁରେ ଗତ ବର୍ଷ ଠିକ୍ ଏହିଭଳି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯିବାରୁ ନୂତନ ଟ୍ରାନ୍ସଫର୍ମର ଲଗାଯାଇଥିଲା I ଗାଁର କିଛି କଂଜୁମର କରେଣ୍ଟକୁ ଠିକ ଭାବେ ବ୍ୟବହାର କରୁନଥିବାରୁ ଟ୍ରାନ୍ସଫର୍ମର ପୋଡି ଯାଇଥିବା କହିଥିବାବେଳେ ଗାଁର କିଛି କଂଜୁମରଙ୍କ ବିଦ୍ୟୁତ ବିଲ ବକେୟା ଥିବାରୁ ନୂତନ ଟ୍ରାନ୍ସଫର୍ମର ଲାଗିପାରୁନାହିଁ I ବିଦ୍ୟୁତ ବିଲ୍ ପୈଠ କଲେ ଟ୍ରାନ୍ସଫରମର ଲାଗିବ ବୋଲି କହିଛନ୍ତି I ସେପଟେ ଯନ୍ତ୍ରୀଙ୍କ ବୟାନ ଶୁଣିଲା ପରେ ଯେଉଁ କଂଜୁମରମାନେ ବିଲ୍ ପୈଠ କରୁନାହାନ୍ତି ସେମାନଙ୍କ କରେଣ୍ଟ କଟାଯାଇ ସେମାନଙ୍କ ପାଇଁ ସମସ୍ତେ କହିକି ଅସୁବିଧାର ସମୁଖୀନ ହେବେ ବୋଲି ମତ ଦେଇଛନ୍ତି I ଅନ୍ୟପଟେ ଆଗାମୀ କିଛିଦିନ ମଧ୍ୟରେ ବିଦ୍ୟୁତ ଟ୍ରାନ୍ସଫର୍ମର ଲଗାନଗଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ମଧ୍ୟ୍ୟ କହିଛନ୍ତି I

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.