ଟାଙ୍ଗୀ, ୧୭।୧୧ : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ୧୬ ନଂ ଜାତୀୟ ରାଜପଥର ଖଡ଼ିକାପଲି ଛକରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ କୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକମାନେ। ମୃତକ ୨ ଜଣ ହେଲେ ବାଲୁଗାଁ ସ୍ଥିତ ବିଶ୍ୱାଳ ସାହିର ରିତେଶ ବେହେରା ଓ ଗଣେଶ ବାରିକ । ଅନ୍ୟପଟରେ ଗୁରୁତର ଆହତ ହୋଇଛନ୍ତି ଶଙ୍କର ବେହେରା ।
ଏପଟେ ମୃତକ ପରିବାର କ୍ଷତି ପୂରଣ ଦାବିରେ ରାଜରାସ୍ତା ଉପରେ ବସିରହି ରାସ୍ତା ଅବରୋଧ କରିଛନ୍ତି । ଯାହା ଫଳରେ ବ୍ରହ୍ମପୁର-ଭୁବନେଶ୍ୱର NH 16 ରାସ୍ତା ରେ ଚକାଜାମ୍ ହୋଇଛି । ଶହ ଶହ ଗାଡି ମୋଟର ରାସ୍ତାରେ ଅଟକି ରହିଛି । ବାଲୁଗାଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।