ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଲେଫ୍ଟନାଣ୍ଟ ବିନୟଙ୍କ ନାଁରେ ଭାଇରାଲ୍‌ ଭିଡିଓ ଫେକ୍‌, ଦମ୍ପତି କହିଲେ- ଆମେ ଏବେ ବି ଜୀବିତ

Published By : Tapas Panda | April 24, 2025 4:56 PM

ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜର ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଭୂସ୍ବର୍ଗ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ଦେଶରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଲୋକଙ୍କ ମନରେ ଆକ୍ରୋଶ ବୃଦ୍ଧି ପାଇଛି । ତେବେ ମୃତକଙ୍କ ମଧ୍ୟରେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ବିନୟ ନରଓ୍ବାଲ ମଧ୍ୟ ରହିଛନ୍ତି । ବିବାହ ପରେ ପତ୍ନୀଙ୍କ ସହିତ କାଶ୍ମୀର ବୁଲିବା ପାଇଁ ଯାଇଥିଲେ ବିନୟ । କିନ୍ତୁ ପତ୍ନୀଙ୍କ ସାମ୍ନାରେ ତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ସେହି ସମୟର ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ବିନୟଙ୍କ ମୃତଦେହ ପାଖରେ ତାଙ୍କ ପତ୍ନୀ ବସିଥିଲେ । 

ଏହା ପରେ ଅନ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା ଏବଂ ଏହି ଭିଡିଓ ବିନୟଙ୍କର ବୋଲି ଦାବି ହୋଇଥିଲା । କିନ୍ତୁ ଏହି ଭିଡିଓ ବିନୟ ଏବଂ ତାଙ୍କ ପତ୍ନୀଙ୍କର ନୁହେଁ । ପ୍ରକୃତରେ ଏହି ଭିଡିଓ ଯେଉଁ ଦମ୍ପତିଙ୍କର ସେମାନେ ଏବେ ସୋସିଆଲ ମିଡିଆରେ ଲୋକଙ୍କୁ ଅପିଲ୍‌ କରି ଏହାକୁ ଭାଇରାଲ୍‌ ନକରିବା ପାଇଁ କହିଛନ୍ତି  । ସେମାନେ କହିଛନ୍ତି, ଭିଡିଓ ଭାଇରାଲ୍‌ କରିବା ବନ୍ଦ କରନ୍ତୁ, ଆମେ ଏବେ ବି ବଞ୍ଚିଛୁ ।  




ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ୧୯ ସେକେଣ୍ଡର ଭିଡିଓ କ୍ଲିପରେ କାଶ୍ମୀର ଉପତ୍ୟକାରେ ଏକ ଦମ୍ପତି ହସୁଛନ୍ତି ଏବଂ ଖେଳୁଛନ୍ତି। ଲୋକମାନେ ଏହାକୁ ବହୁଳ ଭାବରେ ସେୟାର କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ, ଏହା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଲେଫ୍ଟନାଣ୍ଟ ବିନୟ ନରୱାଲ ଏବଂ ତାଙ୍କ ପତ୍ନୀ ହିମାଂଶୀଙ୍କର ଶେଷ ଭିଡିଓ । ଭିଡିଓରେ ଦେଖାଯାଉଥିବା ଦମ୍ପତି ହେଉଛନ୍ତି ୟାଶିକା ଶର୍ମା ଏବଂ ତାଙ୍କ ସ୍ୱାମୀ ଆଶିଷ ସେହରାୱତ । ୟାଶିକା ପେଶାରେ ଜଣେ କ୍ୟାବିନ କ୍ରୁ ଏବଂ ଜଣେ ଲାଇଫଷ୍ଟାଇଲ୍ ବ୍ଲଗର । ତାଙ୍କ ସ୍ବାମୀ ଆଶିଷ ଜଣେ କ୍ରିକେଟର ଏବଂ ଭାରତୀୟ ରେଳବାଇ ରଣଜୀ ଟ୍ରଫି ଖେଳାଳି । ସେ ନିଜେ ଆଗକୁ ଆସି ଏହି ଭାଇରାଲ ଭିଡିଓର ସମ୍ପୂର୍ଣ୍ଣ ସତ୍ୟ କହିଛନ୍ତି । 




ସେମାନେ କହିଛନ୍ତି, ‘ଆମେ ଏବେ ବି ଜୀବିତ ଅଛୁ, ତୁମେ 'RIP' ଲେଖି ଜୀବିତ ଦମ୍ପତିଙ୍କ ନାମ ଭାଇରାଲ କରୁଛ । ମୁଁ ଜାଣିନାହିଁ କିପରି ଏବଂ କିଏ ଏହାକୁ ଭାଇରାଲ କଲା । କିନ୍ତୁ ଏଥିପାଇଁ ମୁଁ ଏବଂ ମୋ ପରିବାର ବହୁତ ଦୁଃଖିତ। ଆମେ ତାଙ୍କ (ବିନୟ) ପରିବାର ପ୍ରତି ସହାନୁଭୂତି ପ୍ରକାଶ କରୁଛୁ, କିନ୍ତୁ ଆମ ଭିଡିଓ ଭାଇରାଲ୍‌ କରନ୍ତୁ ନାହିଁ ।’ ହରିୟାଣାର କର୍ଣ୍ଣାଲର ବାସିନ୍ଦା ବିନୟ ୧୬ ଏପ୍ରିଲରେ ବିବାହ ପରେ ହନିମୁନ୍ ପାଇଁ ପହଲଗାମ ଯାଇଥିଲେ। ଆତଙ୍କବାଦୀ ଆକ୍ରମଣ ପରେ ଭାଇରାଲ ହୋଇଥିବା ଏକ ଫଟୋରେ ତାଙ୍କ ପତ୍ନୀ ହିମାଂଶୀ ତାଙ୍କ ମୃତଦେହ ପାଖରେ ବସିଥିବାର ଦେଖାଯାଇଥିଲା । ଏହି ଫଟୋ ଦେଖିବା ପରେ ଲୋକେ ମର୍ମାହତ ହୋଇ ପଡ଼ିଥିଲେ ଏବଂ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.