ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ

Published By : Bijay Swain | June 26, 2025 9:20 PM

ମାଲକାନଗିରି,୨୬/୬ (ଆପ୍ର): ଶ୍ରୀ ଜଗନ୍ନାଥଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଆଡମ୍ବର ସହକାରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇ ଯାଇଛି । ଅଣସର ଘରେ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଆଜି ଚତୁର୍ଧାମୂର୍ତିଙ୍କୁ ଅଣସରଘରୁ ବାହର କରାଯାଇ ମନ୍ଦିରବେଢା ମଧ୍ୟରେ ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ ପାଳିତ ହୋଇଯାଇଛି । 

ଆଜି ସକାଳେ ମାଲକାନଗିର ଜିଲ୍ଲା ସଦର ମହକୁମା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅନଶର ଘରୁ ପହଣ୍ଡି ବିଜେ କରି ଠାକୁରଙ୍କୁ ବାହାରକୁ କଡା ଯାଇ ରତ୍ନସିଂହାସନ ତଳେ ସ୍ଥାପନ କରି  ପୁଜକ, ସେବାୟତ , ଦଇତାପତି ମାନେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଚତୁଦ୍ଧ। ମୂର୍ତିଙ୍କୁ ରିତିନିତି ଅନୁସାରେ ଶ୍ରୀବିଗ୍ରହଙ୍କୁ ସୁବାଷିତ ଜଳରେ ସ୍ନାନ କରାଯାଇ ଧୁପ, ଦୀପ, ଯଜ୍ଞ, ଆଳତୀ ପରେ ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା। ପାଗ ଅନୁକୂଳ ଥିବାରୁ ଭକ୍ତ ମାନେ ନବଯୌବନ ଦର୍ଶନ ନିମନ୍ତେ ମନ୍ଦିର ବେଢାରେ ଭିଡଜମାଇ ଥିଲେ । ମୁଖ୍ୟ ରାଜ ପୂଜାରୀ ବିନାୟକ ସତପଥି, ସନ୍ତୋଷ ନନ୍ଦ, ରମେଶ ସତପଥୀ, କାହ୍ନା ନନ୍ଦ ଠାକୁରଙ୍କୁ ନିତି ରିତି ପୁଜା ଯଜ୍ଞ କରିବା ପରେ ସର୍ବ ସାଧାରଣ ଭକ୍ତମାନେ ନବଯୌବନ ଦର୍ଶନ କରି ପୂଜା କରିଥିଲେ । 

ସେବାୟତ ତ୍ରୀନାଥ ପାଢୀ, ବାଲା ପଣ୍ଡା, ପ୍ରଫୁଲ ପଣ୍ଡା, ବ୍ରଜକିଶୋର ପାଳ, ଦିବାକର ପାଳ, ପ୍ରମୋଦ ପଣ୍ଡା, ବାବୁ ପାଳ ପ୍ରମୁଖ ପୂଜକ ଓ ସେବାୟତ ମାନେ ଉପସ୍ଥିତ ରହି ଠାକୁରଙ୍କ ରିତିନିତି ପୂଜା ବିଧି କରିଥିଲେ । ମନ୍ଦିର ପରିଷରରେ ଜୟ ବଜରଙ୍ଗ ସଂକିର୍ତନ ମଣ୍ଡଳୀ ପକ୍ଷରୁ ନାମ ସଂକିର୍ତନ ଓ ଭଜନ ସମାରୋହ ଆୟୋଜନ କରାଯାଇଥିଲା । ଅନୁରୂପ ଭାବେ ମୋଟୁ, କାଲିମେଳା, ଏମଭି୭୯, ପଢିଆ, ମାଥିଲି, ଗୋବିନ୍ଦପାଲି, ବାଲିମେଳା, ଚିତ୍ରକୋଣ୍ଡାଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଆଡମ୍ବର ସହ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପାଳିତ ହୋଇଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.