କାମାକ୍ଷାନଗର, ୧।୧ : ପରଜଙ୍ଗ ଥାନା ବସୋଇ ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଦାଣ୍ଡରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଲା ଅଭିଯୁକ୍ତ। ମୃତକ ହେଲେ ବସୋଇ ଗ୍ରାମର ରାକେଶ ସେଠୀ । ଅଭିଯୁକ୍ତ ସରୋଜ ବିଶ୍ୱାଳ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।  ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର  ତଦନ୍ତ କରୁଛି।  ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।